Wednesday, April 22, 2026 10:55 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପୁଲିସ ଡିଜି ବି ହେବେ ଅଣଓଡ଼ିଆ !

by Our Correspondent
05 Aug, 2024- 12:55 PM
in Latest News, News
1 min read
0
ପୁଲିସ ଡିଜି ବି ହେବେ ଅଣଓଡ଼ିଆ !

ଭୁବନେଶ୍ୱର: ଅସ୍ଥାୟୀ ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀଙ୍କୁ ହଟାଇ ଜଣେ ସ୍ଥାୟୀ ଡିଜିପିଙ୍କୁ ନିଯୁକ୍ତି ପାଇଁ ନୂଆ ସରକାର ପ୍ରକ୍ରିୟା ଆଗକୁ ବଢ଼ାଇଛନ୍ତି । ଏହିକ୍ରମରେ ତିନିଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କଠାରୁ ବାୟୋଡାଟା ମଗାଯାଇଛି । ସେମାନେ ହେଲେ ୧୯୮୮ ବ୍ୟାଚ୍ ର ଅରୁଣ କୁମାର ରାୟ, ୧୯୮୯ ବ୍ୟାଚ୍ ର ଏସ.ଏମ.ନରବାଣେ ଏବଂ ୧୯୯୦ ବ୍ୟାଚ୍ ର ୱାଇ.ବି.ଖୁରାନିଆ । ସୁତରାଂ ଏହି ତିନିଜଣଙ୍କ ମଧ୍ୟରୁ ଜଣେ ଓଡ଼ିଶା ପୁଲିସର ସର୍ବୋଚ୍ଚ ପଦବୀରେ ନିଯୁକ୍ତି ପାଇବେ ।

ଓଡିଶା କ୍ୟାଡରର ଏହି ତିନି ଜଣ ବରିଷ୍ଠ ଆଇପିଏସ୍ ହେଉଛନ୍ତି ଅଣଓଡ଼ିଆ । ଅରୁଣ ରାୟଙ୍କ ଘର ପଶ୍ଚିମବଙ୍ଗ(କୋଲକତା) ହୋଇଥିବା ବେଳେ ନରବାଣେଙ୍କ ଘର ମହାରାଷ୍ଟ୍ର ଏବଂ ଖୁରାନିଆଙ୍କ ଘର ହରିଆନାରେ । ତେଣୁ ଏମାନଙ୍କ ମଧ୍ୟରେ ଯିଏ ବି ଡିଜି ହୁଅନ୍ତୁ ନା କାହିଁକି, ସେ ଓଡ଼ିଆ ନୁହଁନ୍ତି । ଅର୍ଥାତ୍, ଓଡ଼ିଆ ଅସ୍ମିତାକୁ ନିର୍ବାଚନୀ ପ୍ରସଙ୍ଗ କରି କ୍ଷମତାକୁ ଆସିଥିବା ବିଜେପି ସରକାରରେ ଅଣଓଡିଆ ମନୋଜ ଆହୁଜାଙ୍କୁ ମୁଖ୍ୟ ଶାସନ ସଚିବ କରାଯାଇଥିବା ବେଳେ ଆଉ ଜଣେ ଅଣଓଡ଼ିଆ ପୁଲିସ ଡିଜି ହେବାକୁ ଯାଉଛନ୍ତି ।

ସୂଚନାଥାଉକି, ୨୦୨୩ ଡିସେମ୍ବର ୩୧ ତାରିଖରେ ତତ୍କାଳୀନ ଡିଜି ସୁନୀଲ ବଂଶଲଙ୍କ ଅବସର ପୂର୍ବରୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଡିଜି ନିଯୁକ୍ତି ସଂକ୍ରାନ୍ତ ପ୍ରସ୍ତାବ ଦେଇଥିଲେ । ଏଥିପାଇଁ ବରିଷ୍ଠ ଅଧିକାରୀଙ୍କ ନାମ ତାଲିକା କେନ୍ଦ୍ରକୁ ପଠାଯାଇଥିଲା । ତେବେ ୟୁପିଏସସି ବୈଠକ ବସି ନଥିବାରୁ ୧୯୯୦ ବ୍ୟାଚ୍ ଆଇପିଏସ୍ ଅରୁଣ ଷଡ଼ଙ୍ଗୀଙ୍କୁ ତତ୍କାଳୀନ ରାଜ୍ୟ ସରକାର କାର୍ଯ୍ୟକାରୀ ଡିଜି ଭାବେ ନିଯୁକ୍ତି ଦେଇଥିଲେ ।

ଗତ ୭ ମାସ ହେଲା ଅରୁଣ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ରାଜ୍ୟ ପୁଲିସ ଅନେକ ସଫଳତା ହାସଲ କରିଛି । ନକ୍ସଲ ଦମନ ସାଙ୍ଗକୁ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସେ ଭଲ ଭାବେ ସମ୍ଭାଳିଛନ୍ତି । ରାଜ୍ୟରେ ସାଧାରଣ ନିର୍ବାଚନ ଶୃଙ୍ଖଳାର ସହ ଶେଷ ହୋଇଛି । ପୁରୀ ରଥଯାତ୍ରା ମଧ୍ୟ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି । ଏହାସତ୍ତ୍ୱେ ନୂଆ ସରକାର ଶ୍ରୀ ଷଡ଼ଙ୍ଗୀଙ୍କୁ ଅପସାରଣ କରିବାକୁ ଯାଉଥିବା ସ୍ପଷ୍ଟ ହୋଇଛି ।

ସୂଚନା ଅନୁଯାୟୀ, ୱାଇ.ବି.ଖୁରାନିଆଙ୍କୁ ନଜରରେ ରଖି ରାଜ୍ୟ ସରକାର ପ୍ରକ୍ରିୟା ଆଗକୁ ବଢ଼ାଇଛନ୍ତି । ବାୟୋଡାଟା ମଗାଯାଇଥିବା ଅନ୍ୟ ଦୁଇ ବରିଷ୍ଠ ଆଇପିଏସ୍ ଅରୁଣ ରାୟ ଏବଂ ଏସ.ଏମ.ନରବଣେ ବର୍ତ୍ତମାନ ଭଲ ଜାଗାରେ ନାହାନ୍ତି । ଶ୍ରୀ ରାୟଙ୍କୁ ପ୍ରିଣ୍ଟିଂ ନିର୍ଦ୍ଦେଶକ ଭାବେ କଟକରେ ଅବସ୍ଥାପିତ କରାଯାଇଥବା ବେଳେ ଶ୍ରୀ ନରବାଣେଙ୍କୁ ଗୃହ ବିଭାଗର ଓଏଏସଡି ଭାବେ ବସାଯାଇଛି ।

ୱାଇ.ବି.ଖୁରାନିଆଙ୍କ କଥା କିନ୍ତୁ ଭିନ୍ନ । ବିଏସଏଫ ସ୍ୱତନ୍ତ୍ର ଡିଜି ଥିବା ଖୁରାନିଆଙ୍କୁ କେନ୍ଦ୍ର ସରକାର ଦୁଇଦିନ ତଳେ ଓଡ଼ିଶା ଫେରାଇ ଦେଇଛନ୍ତି । ତାଙ୍କ ସହ ବିଏସଏଫ ଡିଜି ନୀତିନ ଅଗ୍ରୱାଲଙ୍କୁ ବି ତାଙ୍କର ମୂଳ କ୍ୟାଡର କେରଳକୁ ଫେରାଇ ଦିଆଯାଇଛି । ଜମ୍ମୁ କଶ୍ମୀରରେ ବାରମ୍ବାର ଆତଙ୍କୀ ହମଲା ପାଇଁ ବିଏସଏଫର ଏହି ଦୁଇ ସର୍ବୋଚ୍ଚ ଅଧିକାରୀଙ୍କୁ କେନ୍ଦ୍ର ସରକାର ସେମାନଙ୍କ ମୂଳ କ୍ୟାଡର୍ କୁ ଫେରାଇ ଦେଲେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ଏହାକୁ କେନ୍ଦ୍ର ସରକାରଙ୍କ ଏକ କାର୍ଯ୍ୟାନୁଷ୍ଠାନ ବୋଲି କୁହାଗଲା । ମାତ୍ର ଏହା ଯେ ଭୁଲ୍ ତାହା ରାଜ୍ୟ ସରକାରଙ୍କ ପଦକ୍ଷେପରୁ ଜଣାପଡୁଛି ।

ତେବେ ଯାହା ହେଉ, ସ୍ଥାୟୀ ଡିଜିପି ନିଯୁକ୍ତି ପରେ ନୂଆ ବିଜେପି ସରକାରଙ୍କ “ଓଡ଼ିଆ ଅସ୍ମିତା’ କେଉଁ ରୂପରେ ଆତ୍ମପ୍ରକାଶ ପାଇବ ତାହା ଦେଖିବାର କଥା ।

Previous Post

ପୂର୍ବତନ ମନ୍ତ୍ରୀଙ୍କ ଛତ୍ରଛାୟାରେ ଥିଲେ ପ୍ରଭାସ ପ୍ରଧାନ !

Next Post

ଆଉ ଜଣେ ମାଲଦାର ଯନ୍ତ୍ରୀ: ୨କୋଠା, ୨ ଫ୍ଲାଟ୍, ୪୨ ପ୍ଲଟ୍

Next Post
ଆଉ ଜଣେ ମାଲଦାର ଯନ୍ତ୍ରୀ: ୨କୋଠା, ୨ ଫ୍ଲାଟ୍, ୪୨ ପ୍ଲଟ୍

ଆଉ ଜଣେ ମାଲଦାର ଯନ୍ତ୍ରୀ: ୨କୋଠା, ୨ ଫ୍ଲାଟ୍, ୪୨ ପ୍ଲଟ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA