ଭୁବନେଶ୍ୱର: ଜାନୁଆରୀ ପହିଲାରୁ ୧୫ ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ଟିକାକରଣ ପାଇଁ ରେଜିଷ୍ଟ୍ରସନ୍ ଆରମ୍ଭ ହେବ । କୋୱିନ୍ ଆପ୍ ରେ ପଞ୍ଜିକରଣ ପାଇଁ ପରାମର୍ଶ ଦିଆଯାଇଛି । ଆଧାର କାର୍ଡ ନ ଥିଲେ ଷ୍ଟୁଡେଣ୍ଟ ଆଇ-କାର୍ଡ ବ୍ୟବହାର କରି ପିଲା ନାଁ ରେଜିଷ୍ଟ୍ରେସନ୍ କରିପାରିବେ । ଓଡ଼ିଶାର ୨୫ ଲକ୍ଷ ୫୩ ହଜାର କିଶୋର ଟିକାକରଣର ସୁବିଧା ନେବେ ।
ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ଦେଶରେ ୧୫ ରୁ ୧୮ ବର୍ଷ ବୟସ ବର୍ଗର ପିଲାଙ୍କ ଟିକାକରଣ କାର୍ଯ୍ୟକ୍ରମ ଜାନୁଆରୀ ୩ ତାରିଖରୁ ଆରମ୍ଭ ହେବ । ଏଥିସହ ଆଗଧାଡ଼ିର କରୋନା ଯୋଦ୍ଧା ତଥା ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଜାନୁଆରୀ ୧୦ ରୁ ବୁଷ୍ଟର ଡୋଜ୍ ଆରମ୍ଭ ହେବ । ୬୦ ବର୍ଷରୁ ଅଧିକ ବୟସ୍କ ବର୍ଗର ସ୍ୱାସ୍ଥ୍ୟ ସମସ୍ୟା ଥିବା ଲୋକଙ୍କୁ ମଧ୍ୟ ଡାକ୍ତରଙ୍କ ପରାମର୍ଶ ଆଧାରରେ ଜାନୁଆରୀ ୧୦ ରୁ ବୁଷ୍ଟର ଡୋଜ୍ ଦିଆଯିବ ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆଜି ଏହାର ଗାଇଡଲାଇନ୍ ଜାରି ହୋଇଛି । କିଶୋରମାନଙ୍କୁ କୋଭାକ୍ସିନ୍ ଟିକା ଦିଆଯିବ ବୋଲି କୁହାଯାଇଛି । ୨୦୦୭ ବା ତା’ ପୂର୍ବରୁ ଜନ୍ମିତ ପିଲା ଟିକା ନେଇପାରିବେ ।
ସ୍ୱାସ୍ଥ୍ୟକର୍ମୀ/ ବରିଷ୍ଠ ନାଗରିକମାନଙ୍କ କ୍ଷେତ୍ରରେ ଟିକା ନେବାର ୯ ମାସ ବା ୩୯ ସପ୍ତାହ ପରେ ବୁଷ୍ଟର୍ ଡୋଜ୍ ନେବେ । ୬୦ ବର୍ଷରୁ ଉଦ୍ଧ୍ୱର୍ ବହୁବିଧ ରୋଗାକ୍ରାନ୍ତ କେବଳ ଡାକ୍ତରଙ୍କ ପରାମର୍ଶରେ ବୁଷ୍ଟର୍ ଡୋଜ୍ ନେବେ ।
–