Thursday, October 1, 2026 07:11 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ୫୦୭ କୋଟିର ସ୍ୱତନ୍ତ୍ର ପ୍ୟାକେଜ୍

by Our Correspondent
27 Dec, 2021- 08:11 PM
in Latest News, News
1 min read
0
ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ୫୦୭ କୋଟିର ସ୍ୱତନ୍ତ୍ର ପ୍ୟାକେଜ୍

ଭୁବନେଶ୍ୱର: ଚଳିତ ଡିସେମ୍ବର ୪ ଓ ୫ ତାରିଖରେ ହୋଇଥିବା ବାତ୍ୟା ଜୱାଦ୍ ଦ୍ୱାରା କ୍ଷତିଗ୍ରସ୍ତ ଚାଷୀମାନଙ୍କ ପାଇଁ ୫୦୭ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩୩% ଫସଲ ନଷ୍ଟ ସହିଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬,୮୦୦ ଟଙ୍କା ଏବଂ ଜଳସେଚିତ ଅଞ୍ଚଳ ପାଇଁ ହେକ୍ଟର ପିଛା ୧୩,୫୦୦ ଟଙ୍କା ସହାୟତା ମିଳିବ । ଆମ୍ବ, କାଜୁ, ନଡ଼ିଆ, ପାନବରଜ, କିଆ ଆଦି ସବୁଦିନିଆ ଫସଲ ନିମନ୍ତେ ହେକ୍ଟର ପିଛା ୧୮ ହଜାର ଟଙ୍କା ସହାୟତା ଦିଆଯିବ ।

ସବୁଦିନିଆ ଫସଲ ପାଇଁ ଇନପୁଟ୍ ସବସିଡି ଭାବରେ ଚାଷୀଙ୍କୁ ସର୍ବନିମ୍ନ ୨୦୦୦ ଟଙ୍କା ଏବଂ ଅନ୍ୟ ଫସଲ ପାଇଁ ୧୦୦୦ ଟଙ୍କା ଦିଆଯିବ । କ୍ଷତିଗ୍ରସ୍ତ ୧୨ ଟି ଜିଲ୍ଲାର ଚାଷୀମାନଙ୍କୁ ୧୨ ହଜାର କ୍ୱିଣ୍ଟାଲ୍ ଉଚ୍ଚମାନର ବିହନ ରିହାତି ଦରରେ ଯୋଗାଇ ଦିଆଯିବ । ଏହି ରିହାତି ପରିମାଣର ଅତିରିକ୍ତ ୨୫% ଡିବିଟି ଜରିଆରେ ଆଗାମୀ ରବି ଫସଲ ପାଇଁ ଦିଆଯିବ । କ୍ଷତିଗ୍ରସ୍ତ ଜିଲ୍ଲାର ଚାଷୀମାନଙ୍କୁ ୫୦ ହଜାର ଡାଲି ଜାତୀୟ ବିହନ ମିନି କିଟ୍ ଯୋଗାଇ ଦିଆଯିବ । ଏଥିସହ ୪ ଲକ୍ଷ ପରିବା ବିହନ ମିନି କିଟ୍ ମାଗଣାରେ ଯୋଗାଇ ଦିଆଯିବ ।

୩୩% ବା ତା’ଠାରୁ ଅଧିକ ଫସଲ କ୍ଷତି ହୋଇଥିବା ଅଞ୍ଚଳରେ ଦିଆଯାଇଥିବା ସ୍ୱଳ୍ପ ମିଆଦୀ ଋଣକୁ ମଧ୍ୟମ ମିଆଦୀ ଋଣରେ ପରିଣତ କରାଯିବ । ରବି ଋତୁ ପାଇଁ ଚାଷୀମାନେ ଯେପରି ସୁବିଧାରେ ଫସଲ ଋଣ ଓ କୃଷି ଋଣ କରିପାରିବେ, ସେଥିପାଇଁ ଆନୁଷ୍ଠାନିକ ଆର୍ଥିକ ସଂସ୍ଥା ଦ୍ୱାରା ସହାୟତାର ବ୍ୟବସ୍ଥା କରାଯିବ । ଭାଗଚାଷୀମାନେ ରବି ଋତୁରେ ସୁବିଧାରେ ଋଣ ପାଇବା ପାଇଁ ଜଏଣ୍ଟ ଲାଏବିଲିଟି ଗ୍ରୁପ୍ ଗଠନ ପାଇଁ ତ୍ୱରିତ ପଦକ୍ଷେପ ନିଆଯିବ ।

-ଫଳ ଓ ପନିପରିବା ଚାଷ କରୁଥିବା ସ୍ୱୟଂ ସହାୟକ ଗୋଷ୍ଠୀର ୧ ଲକ୍ଷ ସଦସ୍ୟଙ୍କୁ ପ୍ଲାଷ୍ଟିକ୍ ଜାଲି ବାକ୍ସ ବା କ୍ରେଟ୍ ଯୋଗାଇ ଦିଆଯିବ । ପ୍ରତି ସଦସ୍ୟଙ୍କୁ ୯୦% ରିହାତିରେ ୫ ଗୋଟି କ୍ରେଟ୍ ମିଳିବ ।

-ନିଜ ଘର ପଛ ବଗିଚାରେ ଲଗାଇବା ପାଇଁ ୧ ଲକ୍ଷ ଚାଷୀଙ୍କୁ ମାଗଣାରେ ୧୦ ଗୋଟି ଲେଖାଏଁ ଫଳ ଚାରା ଯୋଗାଇ ଦିଆଯିବ ।

-୧ ଲକ୍ଷ ଚାଷୀଙ୍କୁ ହାଇବ୍ରିଡ୍ ପରିବା ଚାଷ ପାଇଁ ସହାୟତା ଦିଆଯିବ । ପ୍ରତି ଚାଷୀଙ୍କୁ ୦.୨୦ ହେକ୍ଟର ପାଇଁ ୪୦୦୦ ଟଙ୍କା ଲେଖାଏଁ ସହାୟତା ମିଳିବ ।

-କୃଷି ଯାନ୍ତ୍ରିକୀକରଣ ନିମନ୍ତେ ୫୦ କୋଟି ରିହାତି ଦିଆଯିବ । ଏହା ଡିବିଟି ଜରିଆରେ ପ୍ରଦାନ କରାଯିବ । କ୍ଷତିଗ୍ରସ୍ତ ଅଞ୍ଚଳରେ ୫ ହଜାର ପମ୍ପସେଟ୍ ୫୦% ରିହାତିରେ ଯୋଗାଇ ଦିଆଯିବ । ସର୍ବାଧିକ ୧୦ ହଜାର ଟଙ୍କା ରିହାତି ଦିଆଯିବ ।

-କ୍ଷତିଗ୍ରସ୍ତ ଚାଷୀଙ୍କୁ ୫୦% ରିହାତିରେ ୫ ହଜାର ସ୍ପ୍ରେୟର ଯୋଗାଇ ଦିଆଯିବ । ପାୱାର ସ୍ପ୍ରେୟର୍ ପାଇଁ ସର୍ବାଧିକ ୩୮୦୦ ଟଙ୍କା ଏବଂ ହସ୍ତଚାଳିତ ସ୍ପ୍ରେୟର୍ ପାଇଁ ସର୍ବାଧିକ ୭୫୦ ଟଙ୍କା ଦିଆଯିବ ।

-୧୬ ହଜାର ହେକ୍ଟର ଜମିରେ ରୋଗପୋକ ନିୟନ୍ତ୍ରଣ ପାଇଁ ସହାୟତା ପ୍ରଦାନ(ଡିବିଟି ଜରିଆରେ) କରାଯିବ ।

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜୀକୃତ ଚାଷୀମାନେ କ୍ଷତିପୂରଣ ଯେପରି ଶୀଘ୍ର ପାଇପାରିବେ, ସେଥିପାଇଁ ଅମଳ ପରବର୍ତ୍ତୀ କ୍ଷତିର ତୁରନ୍ତ ଆକଳନ ନିମନ୍ତେ ପଦକ୍ଷେପ ନିଆଯିବ । କ୍ରପ୍ କଟିଂ ଏକ୍ସପେରିମେଣ୍ଟ ମଧ୍ୟ ଶୀଘ୍ର ଶେଷ କରାଯିବ । ଜୱାଦ୍ ଜନିତ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀମାନେ ଯେପରି ରବି ଫସଲ ପାଇଁ ତୁରନ୍ତ ଋଣ ସହାୟତା ପାଇପାରିବେ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି ।

Previous Post

ସାହିତ୍ୟ ମାନବ ସଭ୍ୟତାକୁ ବ୍ରହ୍ମାଣ୍ଡ ସହ ଏକାକାର କରେ: ରାଜ୍ୟପାଳ

Next Post

ଷ୍ଟୁଡେଣ୍ଟ୍ ଆଇ-କାର୍ଡରେ ହୋଇପାରିବ ଟିକା ପଞ୍ଜିକରଣ

Next Post
ଷ୍ଟୁଡେଣ୍ଟ୍ ଆଇ-କାର୍ଡରେ ହୋଇପାରିବ ଟିକା ପଞ୍ଜିକରଣ

ଷ୍ଟୁଡେଣ୍ଟ୍ ଆଇ-କାର୍ଡରେ ହୋଇପାରିବ ଟିକା ପଞ୍ଜିକରଣ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA