Saturday, April 18, 2026 12:43 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବନ୍ୟା ବିପନ୍ନଙ୍କ ପାଇଁ ୩୦୦ କୋଟିର ପ୍ୟାକେଜ୍

by Our Correspondent
11 Sep, 2020- 08:01 PM
in Latest News, News
1 min read
0
ବନ୍ୟା ବିପନ୍ନଙ୍କ ପାଇଁ ୩୦୦ କୋଟିର ପ୍ୟାକେଜ୍

ଭୁବନେଶ୍ୱର: ଚଳିତ ବନ୍ୟାରେ ପ୍ରଭାବିତ ଚାଷୀମାନଙ୍କ ପାଇଁ ୩୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନଙ୍କର ଜୀବିକା ନିର୍ବାହ ଲାଗି ଏହି ସହାୟତା ଦିଆଯିବ ।

୩୩% ରୁ ଅଧିକ ଚାଷଜମି କ୍ଷତି ପାଇଁ ଅଣଜଳସେଚିତ ଜମିର ଚାଷୀଙ୍କୁ ହେକ୍ଟର ପିଛା ୬,୮୦୦ ଟଙ୍କା, ଜଳସେଚିତ ଅଞ୍ଚଳର ଚାଷୀଙ୍କୁ ୧୩,୫୦୦ ଟଙ୍କା ଏବଂ ବାରମାସୀ ଫସଲ ପାଇଁ ହେକ୍ଟରପିଛା ୧୮,୦୦୦ ଟଙ୍କା ଇନପୁଟ୍ ସବସିଡି ଆକାରରେ ମିଳିବ । ପ୍ରକୃତ ଚାଷୀମାନଙ୍କୁ ଏହି ସହାୟତା ଦିଆଯିବ । ବାରମାସୀ ଫସଲ ପାଇଁ ଚାଷୀଙ୍କୁ ସର୍ବନିମ୍ନ ୨ହଜାର ଏବଂ ଅନ୍ୟାନ୍ୟ ଫସଲ ପାଇଁ ସର୍ବନିମ୍ନ ୧ହଜାର ଟଙ୍କା ଇନପୁଟ୍ ସବସିଡି ମିଳିବ ।

ରବି ଚାଷ ପାଇଁ ବନ୍ୟା ପ୍ରଭାବିତ ଅଞ୍ଚଳର ଚାଷୀଙ୍କୁ ୨୦ ହଜାର ଡାଲିଜାତୀୟ ଶସ୍ୟ ମଂଜି ଥିବା ମିନିକିଟ୍ ଦିଆଯିବ । ରବି ଶସ୍ୟ ଉତ୍ପାଦନ ପାଇଁ ୬୦ ହଜାର ଏକର ଜମିକୁ ଡେମୋନଷ୍ଟ୍ରେସନ୍ ପ୍ରୋଗ୍ରାମ ଭାବେ ନିଆଯିବ ।

ବନ୍ୟା ବିପନ୍ନ ଚାଷୀଙ୍କୁ ୫୦% ସବସିଡିରେ ୨ ହଜାର ପମ୍ପସେଟ୍ ଯୋଗାଇ ଦିଆଯିବ । ଏଥିପାଇଁ ସର୍ବାଧିକ ୧୫ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି । ସେହିଭଳି ୫୦% ସବସିଡିରେ ୫ ହଜାର ପାୱାର୍ ସ୍ପ୍ରେୟର୍ ଯୋଗାଇ ଦିଆଯିବ । ବ୍ୟାଟ୍ରି ଦ୍ୱାରା ପରିଚାଳିତ ସ୍ପ୍ରେୟାର୍ ପାଇଁ ସର୍ବାଧିକ ୩ହଜାର ଏବଂ ହାତ ସ୍ପ୍ରେୟାର୍ ପାଇଁ ସର୍ବାଧିକ ୬୦୦ ଟଙ୍କା ଦିଆଯିବ ।

ମଂଜି ଅମଳ କାର୍ଯ୍ୟକ୍ରମରେ ୧ ଲକ୍ଷ ଚାଷୀଙ୍କୁ ଟ୍ରେନିଂ ଦିଆଯିବ । ୧ ଲକ୍ଷ ଏକର ଜମିରେ ରବି ଫସଲ ପାଇଁ ସେମାନଙ୍କୁ ମାଗଣାରେ ସାର/ ପିଡିଆ ଯୋଗାଇ ଦିଆଯିବ ।

ରବି ଫସଲ ପାଇଁ ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣରେ ଗୁଣାତ୍ମକ ମଂଜି(କ୍ୱାଲିଟି ସାର୍ଟିଫାଏଡ ସିଡସ୍) ଯୋଗାଇ ଦିଆଯିବ । ଏଥିପାଇଁ ସ୍ୱତନ୍ତ୍ର ସହାୟତା ବାବଦରେ ୭୫% ସବସିଡି ପ୍ରଦାନ କରାଯିବ ।

ପ୍ରଭାବିତ ଅଞ୍ଚଳରେ ୧୦ କୋଟି ଟଙ୍କା ଫାର୍ମ ମେକାନାଇଜେସନ୍ ସବସିଡି ବଣ୍ଟନ କରାଯିବ ।

ଚାଷୀଙ୍କୁ ଶସ୍ୟ ବୀମା ସ୍କିମ୍ ର ସୁବିଧା ପ୍ରଦାନ ପାଇଁ ଶସ୍ୟ କ୍ଷୟକ୍ଷତି ଆକଳନ ଯଥାଶୀଘ୍ର କରିବାକୁ ପଦକ୍ଷେପ ନିଆଯିବ ।

୧ ଲକ୍ଷ ଚାଷୀଙ୍କୁ କିଟ୍ ପିଛା ୧୩୦ ଟଙ୍କାରେ ପରିବା କିଟସ୍ ଯୋଗାଇ ଦିଆଯିବ । ସେଥିରେ ରହିବ ପାଳଙ୍ଗ, ବିନସ୍, ଟମାଟୋ, ଲଙ୍କା ଏବଂ ମୂଳା ।

୭୫ ହଜାର ଚାଷୀଙ୍କୁ ବାଡିରେ ଲଗାଇବା ପାଇଁ ଜଣପିଛା ୧୬୦ ଟଙ୍କାରେ ଦିଆଯିବ ୧୦ଟି ଲେଖାଏଁ ଅମୃତଭଣ୍ଡା, କଦଳୀ ଏବଂ ଛୁଇଁଗଛ ।

୧୦ ହଜାର ଛତୁ ୟୁନିଟ୍ ର ପୁନରୁଦ୍ଧାର ପାଇଁ କ୍ଷତିଗ୍ରସ୍ତ ଚାଷୀଙ୍କୁ ୫୦୦ ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯିବ ।


୩୩% ରୁ ଅଧିକ ଶସ୍ୟ କ୍ଷତି ହୋଇଥିଲେ ଚାଷୀଙ୍କୁ ମିଳିଥିବା ଅଗ୍ରୀମ କ୍ଷୁଦ୍ର ଖରିଫ୍ ଋଣ ମଧ୍ୟମ ଋଣକୁ ପରିବର୍ତ୍ତନ କରାଯିବ ।

ବନ୍ୟା ପ୍ରଭାବିତ ଅଞ୍ଚଳରେ ଅଗ୍ରୀମ ଖରିଫ୍ କ୍ଷୁଦ୍ର ଋଣ ର ଆଦାୟ ସମୟସୀମା ୧ ବର୍ଷ ବୃଦ୍ଧି କରାଯାଇଛି । ଏଥିପାଇଁ ସର୍ବୋଚ୍ଚ ସମୟ ସୀମା ୨୦୨୨ ସେପ୍ଟେମ୍ବର ୩୦ ରଖାଯାଇଛି ।

ଆସନ୍ତା ଅକ୍ଟୋବର ୧ ରୁ ଆରମ୍ଭ ହେଉଥିବା ରବି ଋତୁ ପାଇଁ ପ୍ରଭାବିତ ଅଞ୍ଚଳର ଚାଷୀଙ୍କୁ ନଗଦ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ।

ସର୍ବାଧିକ ୩ଟି ଦୁଧିଆଳୀ ଗାଈ ଏବଂ ବଳଦ ହରାଇଥିବା ଚାଷୀଙ୍କୁ ଗୋଟା ପିଛା ୩୦ ହଜାର ଟଙ୍କା, ଅଣଦୁଧିଆଳୀ ପଶୁ ପାଇଁ ଗୋଟା ପିଛା ୨୫ ହଜାର ଟଙ୍କା, ସର୍ବାଧିକ ୬ ଟି ବାଛୁରୀ ପର୍ଯ୍ୟନ୍ତ ଗୋଟା ମିଛା ୧୬ ହଜାର ଟଙ୍କା, ୩୦ ଟି ଛେଳି ପର୍ଯ୍ୟନ୍ତ ଛେଳିପିଛା ୩ ହଜାର ଏବଂ ପାଉଟ୍ରି ବାର୍ଡ ପିଛା ସର୍ବାଧିକ ୫ ହଜାର ଟଙ୍କା ସହାୟତା ଦିଆଯିବ ।

ମାଛଚାଷ: କ୍ଷତିଗ୍ରସ୍ତ ମାଛଚାଷୀଙ୍କୁ ପୋଖରୀ ମରାମତି ବାବଦରେ ହେକ୍ଟର ପିଛା ୧୨,୨୦୦ ଟଙ୍କା ସହାୟତା ଦିଆଯିବ । ସେହିଭଳି କ୍ଷତିଗ୍ରସ୍ତ ମାଛ ମଂଜି ଉତ୍ପାଦନ ଫାର୍ମର ପୁନରୁଦ୍ଧାର ପାଇଁ ହେକ୍ଟର ପିଛା ୮,୨୦୦ ଟଙ୍କା ଇନପୁଟ୍ ସବସିଡି ପ୍ରଦାନ କରାଯିବ ।

ହସ୍ତତନ୍ତ ବୁଣାକାରଙ୍କ କ୍ଷତି ଭରଣା ପାଇଁ ମୁଣ୍ଡପିଛା ମିଳିବ ୪,୧୦୦ ଟଙ୍କା ।

କର୍ମନିଯୁକ୍ତି: ମନରେଗା କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରାଯିବ । ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଗ୍ରାମପଞ୍ଚାୟତ ରାସ୍ତା, ପଡଇଆ, କେନାଲ୍ ଇତ୍ୟାଦିର ମରାମତି କାର୍ଯ୍ୟକୁ ଗୁରୁତ୍ୱ ଦିଆଯିବ ।

Previous Post

ଅଡିଓ ଭାଇରାଲ୍: ଓଟିଭି ଏମଡି ଓ ପୀଡ଼ିତା ମା’ ଙ୍କ ମଧ୍ୟରେ ଫୋନ୍ ବାର୍ତ୍ତାଳାପ

Next Post

ଚାଲିଗଲେ ଭିକୁ ସେଠ୍, ଆଦିତ୍ୟ ପୌଡୁୱାଲ୍

Next Post
ଚାଲିଗଲେ ଭିକୁ ସେଠ୍, ଆଦିତ୍ୟ ପୌଡୁୱାଲ୍

ଚାଲିଗଲେ ଭିକୁ ସେଠ୍, ଆଦିତ୍ୟ ପୌଡୁୱାଲ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA