ଭୁୁବନେଶ୍ୱର: ରାଜ୍ୟ ଖାଦ୍ୟ ନିରାପତ୍ତା ଯୋଜନାରେ ମିଳୁଥିବା ଅତିରିକ୍ତ ମାଗଣା ଚାଉଳ ବଣ୍ଟନର ଅବଧି ଆଉ ୪ ମାସ ବୃଦ୍ଧି କରାଯାଇଛି । କୋଭିଡ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ୨ ଲକ୍ଷ ୮୮ ହଜାର ୫୨୮ ପରିବାରର ୯ ଲକ୍ଷ ୧୫ ହଜାର ୫୩୨ ଜଣ ଉପକୃତ ହେବେ ।
ଖାଦ୍ୟ ନିରାପତ୍ତା ଯୋଜନା ହିତାଧିକାରୀଙ୍କୁ ମୁଣ୍ଡ ପିଛା ଅତିରିକ୍ତ ମାଗଣା ୫ କେଜି ଚାଉଳ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଯୋଗାଇ ଦିଆଯିବ । ଏଥିପାଇଁ ୧୮,୩୧୦.୬୪୦ ଟନ୍ ଚାଉଳ ଆବଶ୍ୟକ ପଡ଼ିବ । ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଏ ବାବଦରେ ୬୮.୧୨ କୋଟି ଟଙ୍କା ଖର୍ଚ୍ଚ କରିବେ ।
ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ହିତାଧିକାରୀଙ୍କ ସହ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀମାନେ ଏହାଦ୍ୱାରା ସମତୁଲ୍ୟ ହୋଇପାରିବେ ବୋଲି କୁହାଯାଇଛି ।