Thursday, November 19, 2026 02:49 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଜନ୍ମମାଟି ଅଭିମୁଖେ ରାଣାପ୍ରତାପଙ୍କ ପାର୍ଥିବ ଶରୀର

ଗାଁ କୃଷ୍ଣଚନ୍ଦ୍ରପୁରରେ ହେବ ଶେଷକୃତ୍ୟ

by Our Correspondent
11 Dec, 2021- 01:09 PM
in Latest News, News
1 min read
0
ଜନ୍ମମାଟି ଅଭିମୁଖେ ରାଣାପ୍ରତାପଙ୍କ ପାର୍ଥିବ ଶରୀର

ଭୁୁବନେଶ୍ୱର: ବାୟୁସେନା ଜୁନିଅର ୱାରେଣ୍ଟ ଅଫିସର ରାଣାପ୍ରତାପ ଦାସଙ୍କ ମରଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି । ତାମିଲନାଡୁ କୁନ୍ନୁରଠାରେ ହେଲିକପ୍ଟର ଦୁର୍ଘଟଣାରେ ସିଡ଼ିଏସ୍ ବିପିନ୍ ରାୱାତ୍ ଙ୍କ ସହ ବୀର ଓଡ଼ିଆ ରାଣାପ୍ରତାପ ସହିଦ ହୋଇଥିଲେ । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଦିଲ୍ଲୀରୁ ଅଣାଯାଇଥିବା ରାଣାପ୍ରତାପଙ୍କ ପାର୍ଥିବ ଶରୀର ଆଜି ଦିନ ପ୍ରାୟ ୧୨ ଟାରେ ଭୁବନେଶ୍ୱରରେ ପହଞ୍ଚିଥିଲା ।

ବିମାନବନ୍ଦରରେ ଏହି ବୀର ଜବାନଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀମଣ୍ଡଳର ସଦସ୍ୟବୃନ୍ଦ, ପୁଲିସ ଡିଜି ଶ୍ରୀ ଅଭୟଙ୍କ ସମେତ ବହୁ ମାନ୍ୟଗଣ୍ୟବ୍ୟକ୍ତି ମରଶରୀର ଉପରେ ଫୁଲ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ବିମାନବନ୍ଦରରେ ହଜାର ହଜାର ଲୋକ ଉପସ୍ଥିତ ଥିଲେ । ସେଠାରେ ଅତ୍ୟନ୍ତ ଭାବପୂର୍ଣ୍ଣ ପରିବେଶ ଦେଖିବାକୁ ମିଳିଥିଲା । ବିମାନବନ୍ଦରରୁ ପାର୍ଥିବ ଶରୀର ଶେଷଯାତ୍ରାରେ ଜନ୍ମମାଟି ତାଳଚେର କଣ୍ଢାଳ ପଞ୍ଚାୟତର କୃଷ୍ଣଚନ୍ଦ୍ରପୁର ଗାଁ ଅଭିମୁଖେ ନିଆଯାଉଛି । ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।

ସୂଚନାଯୋଗ୍ୟ, ୨୦୦୬ ମସିହାରୁ ବାୟୁସେନାରେ କାର୍ଯ୍ୟରତ ରାଣାପ୍ରତାପ କିଛି ଦିନ ହେଲା କୋଏମ୍ବାଟୁର ଏୟାରବେସ୍ ରେ ସ୍ୱତନ୍ତ୍ର ତାଲିମ ନେଉଥିଲେ । କୁନ୍ନୁରଠାରେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ ପ୍ରାଣ ହରାଇଥିବା ସିଡ଼ିଏସ୍ ବିପିନ୍ ରାୱତ୍, ତାଙ୍କ ପତ୍ନୀ ମଧୁଲିକା ଏବଂ ଅନ୍ୟ ୧୧ ଜଣଙ୍କ ମଧ୍ୟରେ ରାଣାପ୍ରତାପ ଥିଲେ । କୃଷ୍ଣଚନ୍ଦ୍ରପୁର ଗାଁର ଶ୍ରୀବତ୍ସ ଦାସ ଏବଂ ସୁଷମା ଦାସଙ୍କର ସେ ଥିଲେ ଏକମାତ୍ର ପୁତ୍ର । ତାଙ୍କର ପତ୍ନୀ ଏବଂ ଏକ କୁନିପୁଅ ଅଛନ୍ତି । ରାଣାପ୍ରତାପଙ୍କ ଅକାଳ ବିୟୋଗ ସମଗ୍ର ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି । କେବଳ ତାଳଚେର କାହିଁକି ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳାଇ ଦେଇଛି ।

Previous Post

ଆଉ ୪ ମାସ ମାଗଣା ଚାଉଳ

Next Post

ବିଜୁ ସ୍ୱାସ୍ଥ୍ୟକାର୍ଡ ଯୋଜନାରେ ସାମିଲ ହେଲା ସାରା ଓଡ଼ିଶା

Next Post
ବିଜୁ ସ୍ୱାସ୍ଥ୍ୟକାର୍ଡ ଯୋଜନାରେ ସାମିଲ ହେଲା ସାରା ଓଡ଼ିଶା

ବିଜୁ ସ୍ୱାସ୍ଥ୍ୟକାର୍ଡ ଯୋଜନାରେ ସାମିଲ ହେଲା ସାରା ଓଡ଼ିଶା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA