Thursday, May 21, 2026 11:03 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୫୯,୦୦୦ ନିଯୁକ୍ତି ସୁଯୋଗ

ବେଗୁନିଆରେ ୩୬ଟି ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର

by Our Correspondent
08 Apr, 2026- 08:23 PM
in Latest News, News
1 min read
0
୫୯,୦୦୦ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅନ୍ତର୍ଗତ ଭୂଇଁପୁର ଠାରେ ୪୦, ୮୧୧ କୋଟି ଟଙ୍କା ନିବେଶରେ ସମୁଦାୟ ୩୬ ଗୋଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିଛନ୍ତି। ଏଥିମଧ୍ୟରୁ ୨୫ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥବା ବେଳେ ୧୧ ଟି ପ୍ରକଳ୍ପର ଉଦଘାଟନ କରାଯାଇଛି। ଏହି ପ୍ରକଳ୍ପ ଦ୍ୱାରା ୫୯,୦୦୦ ରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ। ଏହି ଶିଳ୍ପ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଗ୍ରୀନ ଏନର୍ଜି ଉପକରଣ, ଧାତୁ ଏବଂ ଡାଉନଷ୍ଟ୍ରିମ୍ ଶିଳ୍ପ, ବୟନ ଏବଂ ପୋଷାକ ଶିଳ୍ପ , ପ୍ଲାଷ୍ଟିକ୍, ପର୍ୟ୍ୟଟନ, କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ, ପ୍ରତିରକ୍ଷା ଉତ୍ପାଦନ, ଆଇଟି, ଅଟୋମୋବାଇଲ୍, ସିମେଣ୍ଟ ଶିଳ୍ପ ବିଭିନ୍ନ ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି, ଯାହା ରାଜ୍ୟର ଅର୍ଥନୀତିରେ ଦ୍ରୁତ ବିକାଶ ଘଟାଇବ।

ଏହି ଅବସରରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ‘ସମୃଦ୍ଧ ଓଡିଶା’ର ସ୍ବର୍ଣ୍ଣିମ ଯାତ୍ରାରେ ଏକ ନୂତନ କିନ୍ତୁ ଗୁରୁତପୁର୍ଣ୍ଣ ଫର୍ଦ୍ଦ ଯୋଡି ହୋଇଗଲା। ବର୍ତ୍ତମାନ ଓଡିଶାରେ ଚାଲୁଥିବା ଦ୍ଵିତୀୟ ଶିଳ୍ପ ବିପ୍ଲବର ଏହା ହେଉଛି ବାସ୍ତବ ପ୍ରତିଫଳନ। ପ୍ରତିଶ୍ରୁତିରୁ କାର୍ଯ୍ୟାନ୍ବୟନ ଏବଂ ସମ୍ଭାବନାରୁ ସମୃଦ୍ଧି ଆଡ଼କୁ ଉଦ୍ଦେଶ୍ୟ ନେଇ ଓଡ଼ିଶା ଆଗକୁ ବଢ଼ୁଛି। ଆମ ପ୍ରତିଶ୍ରୁତି, ଆମେ ନିଶ୍ଚୟ ପୂରଣ କରୁ ବୋଲି ମୁଖ୍ୟମନ୍ତ୍ରୀ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଗାମୀ ଦୁଇ-ତିନି ବର୍ଷ ମଧ୍ୟରେ ଓଡ଼ିଶା କେବଳ ସମ୍ଭାବନାର ରାଜ୍ୟ ହୋଇ ରହି ନାହିଁ, ବରଂ ଓଡିଶା ଏବେ ସମୃଦ୍ଧିର ସ୍ପର୍ଶ ଅନୁଭବ କରିବା ଆରମ୍ଭ କରିଛି। ଆଗାମୀ କିଛି ବର୍ଷ ମଧ୍ୟରେ ଆମରାଜ୍ୟ ଏକ ପୂର୍ଣ୍ଣ ସମୃଦ୍ଧି ସମ୍ପନ୍ନ ରାଜ୍ୟ ଭାବେ ବିଶ୍ଵ ଦରବାରରେ ଉଭା ହେବ। ୫୯ ହଜାର ନୂଆ ନିଯୁକ୍ତି କୌଣସି ଦୃଷ୍ଟିକୋଣରୁ ଏକ ଛୋଟ ଉପଲବ୍‌ଧି ନୁହେଁ। ପୂର୍ବରୁ ଆମ ସରକାର ଏହି ୧୮-୨୦ ମାସ ମଧ୍ୟରେ ପ୍ରାୟ ଅଢ଼େଇ ଲକ୍ଷ କୋଟି ଟଙ୍କାର ୧୦୯ ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି । ଯାହାଦ୍ୱାରା, ୧ ଲକ୍ଷ ୭୬ ହଜାର ନିଯୁକ୍ତି ସୃଷ୍ଟି ହୋଇପାରିଛି । ଆଜିର ଏହି କାର୍ୟ୍ୟକ୍ରମରେ ଆଉ ୪୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ହୋଇଛି ଏବଂ ୫୯ ହଜାର ନିଯୁକ୍ତି ସୃଷ୍ଟି ହୋଇଛି ।

ଆମକୁ ଯେଉଁ ସାମଗ୍ରୀ ବିଦେଶରୁ ଆମଦାନୀ କରିବାକୁ ପଡୁଥିଲା, ସେଗୁଡ଼ିକ ଏବେ ଆମ ଖୋର୍ଦ୍ଧା ମାଟିରେ ତିଆରି ହେବ। ଏହି ସଫଳତା ଆମ ପାଇଁ ଗର୍ବ ଓ ଗୌରବର ବିଷୟ। ଓଡ଼ିଶାରେ ନିର୍ମିତ ସାମଗ୍ରୀ ବିଶ୍ଵ ବଜାରକୁ ଯିବ ଏବଂ ଆମ ଶିଳ୍ପ ବ୍ୟବସ୍ଥାକୁ ଆହୁରି ସ୍ଵାବଲମ୍ବୀ କରି ଗଢିତୋଳିବାରେ ସହାୟକ ହେବ। ଏହି ଶିଳ୍ପପ୍ରକଳ୍ପ ଗୁଡିକ ଆତ୍ମନିର୍ଭର ଭାରତ ଗଠନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଚଳିତ ବଜେଟରେ ଭିତ୍ତିଭୂମି ପାଇଁ ୭୨ ହଜାର କୋଟିରୁ ଅଧିକ ଟଙ୍କାର ପ୍ରାବଧାନ କରାଯାଇଛି ଯାହା ବର୍ତ୍ତମାନ ଆମ ରାଜ୍ୟ ଏଊଚର ପ୍ରାୟ ୬.୫ ପ୍ରତିଶତ। ଏହା ଦ୍ଵାରା ଭିତ୍ତିଭୂମି ନିର୍ମାଣ ତ୍ବରାନ୍ବିତ ହେବା ସହିତ ନୂତନ ରୋଜଗାର ସୃଷ୍ଟି ହେଉଛି ବୋଲି ସେ କହିଥିଲେ ।

ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ, ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଆଦାନୀ ପୋର୍ଟସ୍ ଏଣ୍ଡ୍ ଝଋତ ର ମ୍ୟାନେଜିଙ୍ଗ୍ ଡାଇରେକ୍ଟର କରନ୍ ଆଦାନୀ ଏବଂ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଉପସ୍ଥିତ ଥିଲେ। ଏହା ସହିତ ଆଜି ଶିଳାନ୍ୟାସ ଓ ଉଦ୍ଘାଟନ ହେଉଥିବା ବିଭିନ୍ନ କମ୍ପାନୀର ପ୍ରତିନିଧିମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।

Previous Post

ବାହାର କରିବା ପୂର୍ବରୁ ବାହାରିଗଲେ

Next Post

ବିଜୁ ଲିଗାସୀରେ ଜେବିଙ୍କ ଜ୍ୱାଇଁ

Next Post
ବିଜୁ ଲିଗାସୀରେ ଜେବିଙ୍କ ଜ୍ୱାଇଁ

ବିଜୁ ଲିଗାସୀରେ ଜେବିଙ୍କ ଜ୍ୱାଇଁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA