Tuesday, March 10, 2026 12:16 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ

by Our Correspondent
29 Jul, 2024- 10:26 PM
in Latest News, News
1 min read
0
ଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୪ ଦିନିଆ ନୂଆଦିଲ୍ଲୀ ଗସ୍ତ ଶେଷ କରି ଆଜି ଭୁବନେଶ୍ୱର ଫେରିଛନ୍ତି । ଦିଲ୍ଲୀ ଗସ୍ତ ସମ୍ପର୍କରେ ସେ ବିମାନବନ୍ଦରଠାରେ ଗଣମାଧ୍ୟମକୁ ବିସ୍ତୃତ ସୂଚନା ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ, ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲ ବୈଠକରେ ଯୋଗ ଦେଇ ମୁଁ ଓଡିଶାର ବିକାଶ ପାଇଁ ଯାହାସବୁ ଗୁରୁତ୍ୱପୂର୍ଣ୍ଣ ସେ ସଂପର୍କରେ ଦାବୀ ଉପସ୍ଥାପିତ କରିଛି। ୨୦୩୬ ପାଇଁ ଆସନ୍ତା ୧୨ ବର୍ଷ ମଧ୍ୟରୁ ପ୍ରଥମ ୫ ବର୍ଷରେ ଆମ ପାଇଁ ଗୁରୁଦାୟିତ୍ୱ ରହିଛି । ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ଯୋଜନାରେ ଓଡିଶା ପ୍ରଥମ ଗୁରୁତ୍ୱ ବହନ କରୁଛି। ଡବଲ ଇଞ୍ଜିନର ଯେଉଁ ବଗି କଥା କୁହାଯାଉଛି, ସେଥିରେ ମଧ୍ୟ ଓଡିଶା ହେବ ପ୍ରଥମ ବଗି। ଓଡିଶାର ବିକାଶ ପ୍ରତି ପ୍ରଧାନମନ୍ତ୍ରୀ ବିଶେଷ ଗୁରୁତ୍ୱ ଦେଉଛନ୍ତି । ତେଣୁ ନୀତି ଆୟୋଗ ବୈଠକରେ ମୁଁ ଯେଉଁସବୁ ପ୍ରସ୍ତାବ ଦେଇଛି, ସେଗୁଡିକ କାର୍ଯ୍ୟକାରୀ ହେବ ଏବଂ ଆଗାମୀ ୫ ବର୍ଷରେ ଓଡିଶାରେ ନିଶ୍ଚିତଭାବେ ବିରାଟ ପରିବର୍ତ୍ତନ ଆସିବ। ଓଡିଶାର ବିକାଶ ପାଇଁ ୪୮୦ କିଲୋମିଟର ବେଳାଭୂମିର ବିକାଶ, ବନ୍ଦରଭିତ୍ତିକ ଶିଳ୍ପ, ପର୍ଯ୍ୟଟନର ବିକାଶ, ଆଇଟି କ୍ଷେତ୍ରର ବିକାଶ, ଜନଜାତି ମାନଙ୍କ ବିକାଶ ଉପରେ ପ୍ରଧାନମନ୍ତ୍ରୀଙ୍କ ଫୋକସ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଆଳୁ ସମସ୍ୟା ଉପରେ ନିଜର ମତାମତ ରଖି ମୁଖ୍ୟମନ୍ତ୍ରୀ କହିଲେ ଯେ ମୁଁ ଚିଠି ଲେଖିବାରେ ବିଶ୍ୱାସ କରେ ନାହିଁ। ଦିଲ୍ଲୀରେ ମୁଁ ସିଧାସଳଖ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା କରିଛି । ଆଲୋଚନା ସମୟରେ ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବ ମଧ୍ୟ ଉପସ୍ଥିତ ଥିଲେ। ପରିସ୍ଥିତି ସ୍ୱାଭାବିକ ହେବା ଆରମ୍ଭ କରିଛି । ଖୁବଶୀଘ୍ର ସମାଧାନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ପୋଲାଭରମ ଉପରେ ମତାମତ ରଖି ମୁଖ୍ୟମନ୍ତ୍ରୀ କହିଲେ ଯେ ନୀତି ଆୟୋଗ ବୈଠକ ମଧ୍ୟରେ ମୁଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌.ଚନ୍ଦ୍ରବାବୁ ନାଇଡୁଙ୍କ ସହିତ ଆଲୋଚନା କରିଛି । ପୋଲାଭରମ ଉପରେ ଆମର ଯାହାସବୁ ଦାବୀ ରହିଛି, ସେ କଥା ଆମେ ଦୋହରାଇଥିଲୁ । ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀସ୍ତରୀୟ ବୈଠକ ପାଇଁ ମୁଁ ପ୍ରସ୍ତାବ ଦେଇଛି ଏବଂ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ମଧ୍ୟ ସେ ପ୍ରସ୍ତାବରେ ରାଜି ଅଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦିଲ୍ଲୀ ଗସ୍ତ ସମୟରେ ସେ ଓଡିଶା ଭବନରେ କେନ୍ଦ୍ର ସରକାରଙ୍କ ଅଧୀନରେ କାମ କରୁଥିବା ଓଡିଶା କ୍ୟାଡରର ଅଧିକାରୀ ଏବଂ ଅନ୍ୟ କ୍ୟାଡର ଓ ରାଜ୍ୟରେ କାମ କରୁଥିବା ଓଡିଆ ଅଧିକାରୀ ମାନଙ୍କ ସହିତ ଏକ ବିକଶିତ ଓଡିଶା ଗଠନ ସଂପର୍କରେ ଆଲୋଚନା କରିଛି । ପ୍ରଧାନମନ୍ତ୍ରୀଙ୍କ ଟିମ୍‌ ଇଣ୍ଡିଆ ପରି ଏକ ଟିମ୍‌ ଓଡିଶା ଗଠନ କରି, ଓଡିଶାର ବିକାଶ ପାଇଁ ସମସ୍ତେ ଓଡିଶାକୁ ସାହାଯ୍ୟ କରିବାକୁ ମୁଁ ଅନୁରୋଧ କରିଛି । କେନ୍ଦ୍ର ସରକାରଙ୍କ ନିକଟରେ ଓଡିଶାର ପ୍ରସ୍ତାବ ଗୁଡିକର ଶୀଘ୍ର କାର୍ଯ୍ୟାନ୍ବୟନ ପାଇଁ ସେମାନେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Previous Post

ଅବକାରୀ ବାବୁଙ୍କର ୫୨ ପ୍ଲଟ୍, ୮ କୋଠା

Next Post

ପ୍ରେମ ବାଚାଳାମି: ଆଇପିଏସ୍ ପଣ୍ଡିତ ଚାକିରିରୁ ନିଲମ୍ବିତ

Next Post
ପ୍ରେମ ବାଚାଳାମି: ଆଇପିଏସ୍ ପଣ୍ଡିତ ଚାକିରିରୁ ନିଲମ୍ବିତ

ପ୍ରେମ ବାଚାଳାମି: ଆଇପିଏସ୍ ପଣ୍ଡିତ ଚାକିରିରୁ ନିଲମ୍ବିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA