Friday, April 17, 2026 03:20 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଅବକାରୀ ବାବୁଙ୍କର ୫୨ ପ୍ଲଟ୍, ୮ କୋଠା

by Our Correspondent
29 Jul, 2024- 10:13 PM
in Latest News, News
1 min read
0
ଅବକାରୀ ବାବୁଙ୍କର ୫୨ ପ୍ଲଟ୍, ୮ କୋଠା

ଭୁବନେଶ୍ୱର: ଅବକାରୀ ବିଭାଗର ଯୁଗ୍ମ କମିସନର ରାମଚନ୍ଦ୍ର ମିଶ୍ରଙ୍କର ୬ଟି ଅଟ୍ଟାଳିକା, ୨ଟି ଫ୍ଲାଟ୍ ଏବଂ ୫୨ ଟି ପ୍ଲଟ୍ ଠାବ କରିଛି ଭିଜିଲାନସ୍ ବିଭାଗ । ଆଜି ତାଙ୍କର ୧୦ ଟି ଜାଗାରେ ଚଢ଼ଉ କରି ଭିଜିଲାନସ୍ ଏହି ଚମକପ୍ରଦ ତଥ୍ୟ ହାସଲ କରିଛି । ଚଢ଼ଉ ଜାରି ରହିଥିବାରୁ ସମ୍ପତ୍ତି ପରିମାଣ ଆହୁରି ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଦୁଇଦିନ ତଳେ ବଲାଙ୍ଗୀର ଲୋୟଲ୍ ସୁକତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଇଞ୍ଜିନିୟର ସୁନୀଲ କୁମାର ରାଉତଙ୍କର ୩୪ ଟି ପ୍ଲଟ୍ ଏବଂ ୫ଟି କୋଠା ଠାବ କରିଥିଲା ଭିଜିଲାନସ୍ । ସରକାରୀ ଅର୍ଥକୁ ଲୁଟି ଅଚଳାଚଳ ସମ୍ପତ୍ତିର ମାଲିକ ବନିଥିବା ଏହି ବାବୁ ଜେଲ୍ ଯାଇଥିବା ବେଳେ ସମ୍ପତ୍ତି ଆହରଣରେ ତାଙ୍କୁ ଟପିଯାଇଛନ୍ତି ଅବକାରୀ ବାବୁ ରାମଚନ୍ଦ୍ର ମିଶ୍ର ।

ରାମଚନ୍ଦ୍ରଙ୍କର ଭୁବନେଶ୍ୱର ଆଇଗିଣିଆର ସତ୍ୟସାଇ ଏନକ୍ଲେଭ୍ ରେ ଏକ ଡୁପ୍ଲେକ୍ସ , ଖାରବେଳନଗର ଚନ୍ଦ୍ରମା କମ୍ପେକ୍ସରେ ଏକ ୨ ବିଏଚକେ ଫ୍ଲାଟ୍, ବରଗଡ଼ର ବଦ୍ରିପ୍ରସାଦ ଆପାର୍ଟମେଣ୍ଟରେ ଏକ ୨ ବିଏଚକେ ଫ୍ଲାଟ୍, ବଲାଙ୍ଗୀର ଠିକାଦାରପଡ଼ାରେ ଦୁଇଟି ତିନି ମହଲାର କୋଠା ଏବଂ ଆଉ ଗୋଟେ ଏକ ମହଲାର କୋଠା, ବୁର୍ଲାରେ ଏକ ଦୁଇମହଲା କୋଠା, ସୁବର୍ଣ୍ଣପୁରରେ ଏକ ମହଲା କୋଠା, ସୁବର୍ଣ୍ଣପୁର ତରଭାରେ ଏକ ରାଇସ୍ ମିଲ୍, ସୁବର୍ଣ୍ଣପୁରରେ ୮ ଏକର ଜାଗାରେ ଏକ ଫାର୍ମ ହାଉସ୍ ଅଛି ।

ତାଙ୍କର ସମୁଦାୟ ୫୨ଟି ପ୍ଲଟ୍ ମଧ୍ୟରୁ କେବଳ ସୁବର୍ଣ୍ଣପୁରରେ ୪୭ଟି ପ୍ଲଟ୍ ଅଛି । ସମ୍ବଲପୁରରେ ଦୁଇଟି ଏବଂ ବଲାଙ୍ଗୀରରେ ତିନିଟି ପ୍ଲଟ ଅଛି ।

ଏ ପର୍ଯ୍ୟନ୍ତ ତାଙ୍କର ୨୨ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍, ୩୧୭ ଗ୍ରାମ୍ ର ସୁନା ଅଳଙ୍କାର ସମେତ ଦାମୀ ଆସବାବପତ୍ର ଠାବ ହୋଇଛି । ବିଭିନ୍ନ ଜାଗାରେ କୋଟି କୋଟି ଟଙ୍କାର ଅନ୍ୟାନ୍ୟ ଇନଭେଷ୍ଟମେଣ୍ଟ ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

ରୋଚକ କଥା ହେଉଛି, ଏହି ଅବକାରୀ ବାବୁଙ୍କର ଏତେ ସମ୍ପତ୍ତିବାଡ଼ି, ଭୁବନେଶ୍ୱରରେ ଦୁଇ ଦୁଇଟି ଫ୍ଲାଟ୍ ଥିଲେ ମଧ୍ୟ ସେ ନିଜକୁ ସାଧୁ ଦେଖାଇବା ପାଇଁ ଭୁବନେଶ୍ୱର ଧର୍ମବିହାରରେ ଘରଭଡ଼ା ନେଇ ରହୁଥିଲେ ଆଉ ଧତଡ଼ା ମଟରସାଇକେଲ ବ୍ୟବହାର କରୁଥିଲେ । ଭିଜିଲାନସ୍ ଚଢ଼ଉ ପରେ ତାଙ୍କ ଗୁମର ଖୋଲିଯାଇଛି ।

Previous Post

ଆଇପିଏସ୍ ଅଫିସରଙ୍କ ପ୍ରେମ ବାଚାଳାମି

Next Post

ଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ

Next Post
ଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ

ଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA