Sunday, June 15, 2025 02:51 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ପ୍ରେମ ବାଚାଳାମି: ଆଇପିଏସ୍ ପଣ୍ଡିତ ଚାକିରିରୁ ନିଲମ୍ବିତ

ମହିଳା ଇନସପେକ୍ଟରଙ୍କ ଘରେ ପଶି ହାଙ୍ଗାମା କରିବା ଅଭିଯୋଗ

by Our Correspondent
30 Jul, 2024- 11:47 AM
in Crime, Latest News, News
1 min read
0
ପ୍ରେମ ବାଚାଳାମି: ଆଇପିଏସ୍ ପଣ୍ଡିତ ଚାକିରିରୁ ନିଲମ୍ବିତ

ଭୁବନେଶ୍ୱର: ଜଣେ ବିବାହିତ ମହିଳା ଇନସପେକ୍ଟରଙ୍କ ଘରକୁ ମାତାଲ୍ ଅବସ୍ଥାରେ ଯାଇ ରୋବାବ୍ ଦେଖାଇଥିବା ଆଇପିଏସ୍ ଅଫିସର ପଣ୍ଡିତ ରାଜେଶ ଉତ୍ତମରାଓଙ୍କୁ ରାଜ୍ୟ ସରକାର ଚାକିରିରୁ ନିଲମ୍ବନ କରିଛନ୍ତି । ପୁଲିସ ଡିଜିଙ୍କ ରିପୋର୍ଟ ଆଧାରରେ ଏହି ବିଶୃଙ୍ଖଳିତ ଅଫିସରଙ୍କ ବିରୋଧରେ ରାଜ୍ୟ ସରକାର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ତାଙ୍କ ବିରୋଧରେ ଖୁବ୍ ଶୀଘ୍ର ଶୃଙ୍ଖଳାଗତ ପ୍ରୋସିଡିଂ ଆରମ୍ଭ ହେବ । ନିଲମ୍ବନ କାଳରେ କଟକସ୍ଥିତ ପୁଲିସ ମୁଖ୍ୟ କାର୍ଯ୍ୟାଳୟରେ ସେ ହାଜିରା ଦେବେ ଏବଂ ଡିଜିପିଙ୍କ ବିନା ଅନୁମତିରେ ବାହାରକୁ ଯାଇପାରିବେ ନାହିଁ । ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି ।

ମହାରାଷ୍ଟ୍ର ବାସିନ୍ଦା ପଣ୍ଡିତ ରାଜେଶ ଉତ୍ତମରାଓ ହେଉଛନ୍ତି ୨୦୦୭ ବ୍ୟାଚ୍ ଓଡ଼ିଶା କ୍ୟାଡରର ଆଇପିଏସ୍ । ଅଗ୍ନିଶମ ବିଭାଗର ଡିଆଇଜି ଭାବେ ଅବସ୍ଥାପିତ ଥିଲେ ।

ଏହି ଆଇପିଏସ୍ ବାବୁଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆସିଛି । ଗତ ୨୭ ତାରିଖ ରାତିରେ ସେ କ୍ୟାପିଟାଲ ଥାନା ଅନ୍ତର୍ଗତ କେଶରୀ ନଗରରେ ରହୁଥିବା କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ(ଇଓଡବ୍ଲୁ) ଶାଖାରେ କାର୍ଯ୍ୟରତ ଜଣେ ମହିଳା ଇନସପେକ୍ଟରଙ୍କ ସରକାରୀ କ୍ୱାର୍ଟର୍ସକୁ ସମ୍ପୂର୍ଣ୍ଣ ନିଶାଶକ୍ତ ଅବସ୍ଥାରେ ଯାଇଥିଲେ । ତାଙ୍କୁ ନିଭୃତରେ ଦେଖା କରି ବାହା ହେବାକୁ ଜିଦ୍ କରିବା ସହ ସାଙ୍ଗରେ ପଳାଇ ଆସିବାକୁ ବାଧ୍ୟ କରିଥିଲେ ।

ଏହି ସମୟରେ ଇନସପେକ୍ଟରଙ୍କ ସ୍ୱାମୀ ଘରେ ପହଞ୍ଚି ଯିବାରୁ ଆଇପିଏସ୍ ବାବୁଙ୍କ ମୁଣ୍ଡ ଗରମ ହୋଇଯାଇଥିଲା । ଉଭୟଙ୍କ ମଧ୍ୟରେ ଉଚ୍ଚବାଚ ହୋଇ କଥା ମାରପିଟ୍ କୁ ଯାଇଥିଲା । କ୍ୱାର୍ଟର୍ସ ଭିତରେ ଖଣ୍ଡଯୁଦ୍ଧ ଚାଲିଥିବାର କୌଣସି ସୂତ୍ରରୁ କ୍ୟାପିଟାଲ୍ ଥାନା ପୁଲିସ ଖବର ପାଇଲା ପରେ ନିଜେ ଥାନା ଆଇଆଇସି ଏବଂ ଏସିପି ସେଠାକୁ ଦୋ÷ଡ଼ି ଆସିଥିଲେ । ନିଶାଶକ୍ତ ଅବସ୍ଥାରେ ଥିବା ଆଇପିଏସ୍ ବାବୁଙ୍କୁ ବୁଝାଇ ସୁଝାଇ ପରିସ୍ଥିତି ଆୟତ୍ତକୁ ଆଣିଥିଲେ । ଆଇପିଏସ୍ ରାଜେଶଙ୍କ ମାଡ଼ରେ ଇନସପେକ୍ଟରଙ୍କ ସ୍ୱାମୀଙ୍କ ମୁହଁ ଫାଟିଯାଇଛି । ପୁଲିସ ତାଙ୍କୁ ଏକ ଘରୋଇ ହସ୍ପିଟାଲ୍ ରେ ଭର୍ତ୍ତି କରି ଚିକିତ୍ସା କରାଇଥିବା ଜଣାପଡ଼ିଛି ।

ସଂପୃକ୍ତ ଆଇପିଏସ୍ ପଣ୍ଡିତ ରାଜେଶ ଉତ୍ତମରାଓଙ୍କ ଏଭଳି କାଣ୍ଡକାରଖାନା ସମ୍ପର୍କରେ ସୂଚନାଧିକାର କର୍ମୀ ଜୟନ୍ତ କୁମାର ଦାସ ଜାତୀୟ ମାନବାଧିକାର କମିସନଙ୍କ ଦୃଷ୍ଟି ଆକର୍ଷଣ କରି ଏକ ପିଟିସନ୍ ଦାଖଲ କରିଛନ୍ତି । ସେ ଦର୍ଶାଇଛନ୍ତି ଯେ ଜଣେ ମହିଳା ଇନସପେକ୍ଟର ତାଙ୍କ ନିଜ ଘରେ ମଧ୍ୟ ସୁରକ୍ଷିତ ନୁହଁନ୍ତି । ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ସେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଜାତୀୟ ମାନବାଧିକାର କମିସନ ଏହି ଅଭିଯୋଗର ଗୁରୁତ୍ୱ ଅନୁଭବ କରି ଏହାକୁ ବିଚାର ପାଇଁ ଗ୍ରହଣ କରିଛନ୍ତି ।

ସୂଚନାଥାଉକି, ୫୦ ବର୍ଷୀୟ ଆଇପିଏସ୍ ପଣ୍ଡିତ ରାଜେଶ ଉତ୍ତମରାଓ ବିବାହିତ । ତାଙ୍କର ସ୍ତ୍ରୀ, ପିଲାଛୁଆ ଅଛନ୍ତି । ନିଜର ପରିବାର ସହ ଭୁବନେଶ୍ୱରରେ ରହୁଛନ୍ତି । ଅପରପକ୍ଷରେ ମହିଳା ଇନସପେକ୍ଟର ଜଣଙ୍କ ମଧ୍ୟ ଦୁଇ ସନ୍ତାନର ଜନନୀ ।

୨୭ ତାରିଖରେ ଏହି ଘଟଣା ଘଟିଥିଲେ ମଧ୍ୟ ଏହାକୁ ଚପାଇ ଦେବାକୁ ଉଦ୍ୟମ ହୋଇଥିଲା । ମାତ୍ର ୪ ଦିନିଆ ଦିଲ୍ଲୀ ଗସ୍ତ ସାରି ଗତକାଲି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭୁବନେଶ୍ୱର ଫେରିଲା ପରେ ଘଟଣା ସମ୍ପର୍କରେ ଅବଗତ ହୋଇ ତୁରନ୍ତ ପଦକ୍ଷେପ ନେଇଛନ୍ତି ।

Previous Post

ଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ

Next Post

ଲୁଟୁଥିଲେ, ପ୍ରମୋସନ ପାଉଥିଲେ

Next Post
ଲୁଟୁଥିଲେ, ପ୍ରମୋସନ ପାଉଥିଲେ

ଲୁଟୁଥିଲେ, ପ୍ରମୋସନ ପାଉଥିଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19058 shares
    Share 7623 Tweet 4765
  • ନବୀନ..ନବୀନ, ମୋହନ..ମୋହନ

    16582 shares
    Share 6633 Tweet 4146
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5779 shares
    Share 2312 Tweet 1445
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5464 shares
    Share 2186 Tweet 1366

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA