Friday, April 17, 2026 09:04 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନବୀନଙ୍କ ପ୍ରସ୍ତାବ: ଖୋଲା ବଜାରରେ ଟିକା ମିଳୁ

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

by Our Correspondent
17 Apr, 2021- 10:54 AM
in Latest News, News
1 min read
0
ନବୀନଙ୍କ ପ୍ରସ୍ତାବ: ଖୋଲା ବଜାରରେ ଟିକା ମିଳୁ

ଭୁବନେଶ୍ୱର: କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଟିକାର ଅଭାବକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ଏକ ଚିଠି ଲେଖି ମୁଖ୍ୟମନ୍ତ୍ରୀ ଏହା ଜଣାଇବା ସହ ଖୋଲା ବଜାରରେ ଟିକା ଉପଲବ୍ଧ କରାଇବାକୁ ପ୍ରସ୍ତାବ ଦେଇଛନ୍ତି । ଏହା ହେଲେ ଆଗ୍ରହୀ ବ୍ୟକ୍ତି ବଜାରରୁ ଟିକା ପାଇପାରିବେ ଏବଂ ତଳିଆ ବର୍ଗଙ୍କ ଟିକାକରଣ ଉପରେ ଧ୍ୟାନ ଦେବାକୁ ସରକାର ସୁଯୋଗ ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କୁ ମୋଟ ୪ ଟି ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

୧.ଖୋଲା ବଜାରରେ ଟିକା ମିଳୁ ।

୨. ବିଶ୍ୱରେ ସ୍ୱୀକୃତ କୋଭିଡ୍ ଟିକାକୁ ଭାରତରେ ବ୍ୟବହାର ପାଇଁ ଅନୁମତି ମିଳୁ । ଏହାଦ୍ୱାରା ଟିକା ଯୋଗାଣ ବୃଦ୍ଧି କରାଯାଇପାରିବ ।

୩.ଭାରତରେ ଟିକା ଉତ୍ପାଦନ ପାଇଁ ପ୍ରଚୁର ସମ୍ଭାବନା ଅଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଟିକା ଉତ୍ପାଦନ ୟୁନିଟ୍ ଗୁଡ଼ିକୁ ସହଯୋଗ କରନ୍ତୁ ଓ ଉତ୍ପାଦନ ବଢ଼ାନ୍ତୁ । ଏହି ଅସାଧାରଣ ସମୟରେ ସରକାର ଦୁଇପାଦ ଆଗକୁ ଯାଇ କାର୍ଯ୍ୟ କରିବା ଆବଶ୍ୟକ ।

୪.କରୋନା ସଂକ୍ରମଣ ହାର ଅଧିକ ଥିବା ମେଟ୍ରୋ ପଲିଟାନ୍ ସହରଗୁଡ଼ିକୁ ଟିକାକରଣରେ ଅଗ୍ରାଧିକାର ଦିଆଯାଉ । ସେହିଭଳି ଜାଗାରେ ଟିକାକରଣ ପାଇଁ ବୟସସୀମା ମଧ୍ୟ କୋହଳ ହେବା ଦରକାର । କାରଣ ଆର୍ଥିକ କାରବାରର କେନ୍ଦ୍ରବିନ୍ଦୁ ଏହି ସହରଗୁଡ଼ିକରେ ଲକଡାଉନ ହେଲେ ଏହା ଦେଶର ଅନ୍ୟ ଅଞ୍ଚଳକୁ ପ୍ରଭାବିତ କରିବ ।

ଚିଠିରେ ଓଡ଼ିଶାକୁ ୨୫ ଲକ୍ଷ ଟିକା ଯୋଗାଇବା ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀଙ୍କୁ ମନେ ପକାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୭ ଲକ୍ଷ ଡୋଜ୍ ସ୍ୱାସ୍ଥ୍ୟକର୍ମୀ, ଫ୍ରଣ୍ଟଲାଇନ୍ ଯୋଦ୍ଧା ଏବଂ ୪୫ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କୁ ଦିଆସରିଲାଣି । କୋଭିଡ ଟିକା କ୍ଷତିହାର ଆମର ଯଥେଷ୍ଟ କମ୍ ଏବଂ ଆମେ ଦୈନିକ ୩ ଲକ୍ଷରୁ ଅଧିକ ଡୋଜ୍ ଟିକାକରଣର କ୍ଷମତା ରଖିଛୁ । ଏହି ପୃଷ୍ଠଭୂମିରେ ୪୫ ବର୍ଷରୁ ଉଦ୍ଧ୍ୱର୍ ସମସ୍ତଙ୍କୁ ଟିକାକରଣ କଲେ ଆମକୁ ୧୬୦ ଦିନ ଲାଗିଯିବ । ଟିକା ନେବା ପାଇଁ ଲୋକେ ପ୍ରବଳ ଉତ୍ସାହୀ ଥିଲେ ମଧ୍ୟ ଯୋଗାଣ କମ୍ ଥିବାରୁ ଆମ ପାଇଁ ଚାଲେଂଜ ସୃଷ୍ଟି କରିଥିବା ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି ।

ଟିକାକରଣ ଅଭିଯାନ ଆଗକୁ ବଢ଼ାଇବାକୁ ହେଲେ ଯୋଗାଣ ବୃଦ୍ଧି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇ ଉପରୋକ୍ତ ୪ ଟି ପ୍ରସ୍ତାବ ସହ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Previous Post

୧୯ରୁ କଲେଜ, ବିଶ୍ୱବିଦ୍ୟାଳୟ କ୍ଲାସ୍ ବନ୍ଦ

Next Post

ମେ’ ୧୩ ରେ ପିପିଲି ଭୋଟ

Next Post
ମେ’ ୧୩ ରେ ପିପିଲି ଭୋଟ

ମେ' ୧୩ ରେ ପିପିଲି ଭୋଟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA