Thursday, June 25, 2026 05:17 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦିଦିଙ୍କୁ ବାଡ, ନବୀନଙ୍କୁ କ୍ଲିୟରାନ୍ସ !

ପୋପ୍ ଙ୍କୁ ଭେଟିପାରନ୍ତି ନବୀନ

by Our Correspondent
08 Jun, 2022- 08:42 PM
in Latest News, News
1 min read
0
ଦିଦିଙ୍କୁ ବାଡ, ନବୀନଙ୍କୁ କ୍ଲିୟରାନ୍ସ !

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୮ ତାରିଖରେ ବିଦେଶ ଗସ୍ତରେ ଯିବେ । ମୁଖ୍ୟମନ୍ତ୍ରୀ ଇଟାଲି ଏବଂ ଦୁବାଇ ଯିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହାର ବିଧିବଦ୍ଧ ସୂଚନା ଆସି ନ ଥିଲେ ମଧ୍ୟ ଇଟାଲି ଗସ୍ତ କାଳରେ ପୋପ୍ ଙ୍କ ସହ ନବୀନଙ୍କ ଭେଟଘାଟ ହୋଇପାରେ ବୋଲି ଜଣାପଡ଼ିଛି । ଏହା ହେଲେ, ପୋପ୍ ଙ୍କୁ ଭେଟିବାରେ ନବୀନ ହେବେ ପ୍ରଥମ ଭାରତୀୟ ମୁଖ୍ୟମନ୍ତ୍ରୀ । ଏହା ପୂର୍ବରୁ କୌଣସି ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ସୁଯୋଗ ଆସିନାହିଁ ।

ପ୍ରୋଟୋକଲ୍ ଅନୁଯାୟୀ, ଦେଶର କୌଣସି ମୁଖ୍ୟମନ୍ତ୍ରୀ ବିଦେଶ ଯାଇ ପୋପ୍ ଙ୍କୁ ଭେଟିବାକୁ ହେଲେ କେନ୍ଦ୍ର ସରକାରଙ୍କ ଅନୁମତି ନେବାକୁ ପଡ଼ିବ । ଗତବର୍ଷ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏହି ସୁଯୋଗରୁ ବଞ୍ଚିତ ହୋଇଥିଲେ । ରୋମ୍ ସହରରେ ବିଶ୍ୱ ଶାନ୍ତି ଉପରେ ଏକ କନଫରେନ୍ସରେ ଯୋଗଦେବାକୁ ମମତାଙ୍କୁ ଆମନ୍ତ୍ରଣ ମିଳିଥିଲା ଏବଂ ସେହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୋପ୍ ଥିଲେ । ସେହି କାରଣରୁ ମମତାଙ୍କୁ କେନ୍ଦ୍ର ସରକାରଙ୍କ ଅନୁମତି ଦରକାର ଥିଲା । ମାତ୍ର ମୋଦି ସରକାର ତାଙ୍କୁ ରୋମ୍ ଯିବାକୁ ଅନୁମତି ଦେଇ ନ ଥିଲେ । ସେଭଳି କାର୍ଯ୍ୟକ୍ରମରେ ଯୋଗଦେବା ମୁଖ୍ୟମନ୍ତ୍ରୀଙ୍କ ଷ୍ଟାଟସ୍ ସହ ଖାପ ଖାଉନି ବୋଲି ଜଣାଇ ଦିଆଯାଇଥିଲା ।

ତେବେ ନବୀନଙ୍କ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ କୁଆଡ଼େ ଭିନ୍ନ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ସମ୍ଭାବ୍ୟ ରୋମ୍ ଗସ୍ତ ଉପରେ କେନ୍ଦ୍ର ସରକାର ମୋହର ମାରିଥିବା କୁହାଯାଉଛି । ଆଗକୁ ରାଷ୍ଟ୍ରପତି ନିର୍ବାଚନ ଥିବାରୁ ବିଜେଡିର ସମର୍ଥନ ଆଶାରେ କେନ୍ଦ୍ର ସରକାର ନବୀନଙ୍କ ପ୍ରତି ନରମ ଆଭିମୁଖ୍ୟ ପୋଷଣ କରିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଏଥିସହ ଜାତୀୟ ରାଜନୀତିରେ ନବୀନଙ୍କ ଗୁରୁତ୍ୱକୁ ଏହା ଅଧିକ ପ୍ରମାଣିତ କରୁଛି ।

ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ୧୦ ଦିନ ପାଇଁ ବିଦେଶ ଗସ୍ତରେ ଯିବେ । ୨୮ ତାରିଖରୁ ଏହି ଗସ୍ତ ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ଇଟାଲିର ରୋମ୍ ସହରରେ ଏକ ଇନଭେଷ୍ଟର୍ସ ମିଟ୍ ଏବଂ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ । ଦୁବାଇରେ ମଧ୍ୟ ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମ ରହିଛି । ଶିଳ୍ପଦ୍ୟୋଗୀ ଏବଂ ପୁଞ୍ଜିପତିଙ୍କ ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗଦେବେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧ ସୂଚନା ଆସି ନ ଥିବାରୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଜଣାପଡ଼ିନାହିଁ ।

ରାଜନୀତିକୁ ଆସିବାର ଦୀର୍ଘ ୨୫ ବର୍ଷ ଭିତରେ ମୁଖ୍ୟମନ୍ତ୍ରୀଙ୍କର ଏହା ଦ୍ୱିତୀୟ ବିଦେଶ ଗସ୍ତ ହେବ । ୨୦୧୨ ମେ’ ମାସ ଶେଷ ଭାଗରେ ସେ ଲଣ୍ଡନ ଯାଇଥିଲେ । ମେ’ ୨୯ ତାରିଖରେ ପ୍ୟାରୀମୋହନ ମହାପାତ୍ରଙ୍କ ତଥାକଥିତ ମିଡନାଇଟ୍ ଅପରେସନ୍ ପରେ ମୁଖ୍ୟମନ୍ତ୍ରୀ ଗସ୍ତ କାଣ୍ଟଛାଣ୍ଟ କରି ଫେରି ଆସିଥିଲେ । ୧୦ ବର୍ଷ ହେଲାଣି ସେ ଆଉ ବିଦେଶ ଗସ୍ତ କରିନାହାନ୍ତି ।

Previous Post

ବୁଲା ପ୍ରାଣୀଙ୍କ ସେବା ପାଇଁ ଡାଏଲ୍ ୧୯୬୨

Next Post

ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ

Next Post
ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ

ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA