Tuesday, April 21, 2026 11:24 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମୁଖ୍ୟମନ୍ତ୍ରୀଙ୍କ ଭବାନୀପାଟଣା ଗସ୍ତକୁ ନେଇ ଛକାପଂଝା

by Our Correspondent
07 Nov, 2021- 09:04 PM
in Latest News, News
1 min read
0
ମୁଖ୍ୟମନ୍ତ୍ରୀଙ୍କ ଭବାନୀପାଟଣା ଗସ୍ତକୁ ନେଇ ଛକାପଂଝା

ଭୁୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିବା ପାଇଁ ଆସନ୍ତାକାଲି କଳାହାଣ୍ଡି ଗସ୍ତ କରୁଛନ୍ତି । ଭବାନୀପାଟଣାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ବ୍ୟାପକ ଆୟୋଜନ କରାଯାଇଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ପୂର୍ବରୁ ଶାସକ ଓ ବିରୋଧୀ ଦଳ ମୁହାଁମୁହିଁ ଅବସ୍ଥାକୁ ଚାଲି ଆସିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବାକୁ ବିଜେପି ଓ କଂଗ୍ରେସ ବ୍ୟାପକ ଯୋଜନା କରିଥିବା ବେଳେ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଜେଡ଼ି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । କୌଣସି ଅଘଟଣକୁ ଏଡ଼ାଇବା ପାଇଁ ଭବାନୀପାଟଣା ସହର ଓ ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳକୁ ଜଗିଛନ୍ତି ୨୨ ପ୍ଲାଟୁନ୍ ପୁଲିସ ଫୋର୍ସ ।

ମମିତା ମେହେର ହତ୍ୟା ଘଟଣାରେ ବିରୋଧୀ ଦଳ ଦ୍ୱାରା ଦ୍ୱାରା ଛନ୍ଦି ହୋଇଥିବା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ହୋମ୍ ଟାଉନ୍ ରେ ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ଉପରେ ଏବେ ସମସ୍ତଙ୍କ ନଜର । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦିବ୍ୟଶଙ୍କର ବସିବେ ତ? ମୁଖ୍ୟମନ୍ତ୍ରୀଙ୍କ ବାରିପଦା କାର୍ଯ୍ୟକ୍ରମରୁ ଦିବ୍ୟଶଙ୍କର ବାଦ୍ ପଡ଼ିଥିବାରୁ ଏବେ ନିଜ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ସେ ସାମିଲ ହେବେ ନା ନାହିଁ ତାହା ସମସ୍ତଙ୍କର ଉକ୍ରଣ୍ଠା ବଢ଼ାଇ ଦେଇଛି । ଦିବ୍ୟଶଙ୍କରଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ଏଥିରୁ ସ୍ପଷ୍ଟ ଜଣାପଡ଼ିବ ବୋଲି କୁହାଯାଉଛି ।

ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ଆନ୍ଦୋଳନ କରୁଥିବା ବିଜେପି ମୁଖ୍ୟମନ୍ତ୍ରୀଙ୍କ ଭବାନୀପାଟଣା ଗସ୍ତକୁ ବିରୋଧ କରିବାକୁ ଘୋଷଣା କରିଛି । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା ଦେଖାଇବାକୁ ଭୁବନେଶ୍ୱର ଓ ଭବାନୀପାଟଣାରେ ଆୟୋଜନ କରିଛି । ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ବାହାରିବା ବେଳେ କଳାପତାକା ଦେଖାଇବାକୁ ଭୁବନେଶ୍ୱର ବିଜେପି ଜିଲ୍ଲା ସଭାପତି ବାବୁ ସିଂ ଧମକ ଦେଇଛନ୍ତି ।

ସେପଟେ ଭବାନୀପାଟଣାରେ ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା ଦେଖାଇବାକୁ ସାଂସଦ ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ଜିଲ୍ଲା ବିଜେପି ସଜ ହୋଇ ବସିଛି । ଖାଲି ସେତିକି ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରିପ୍ରେକ୍ଷୀରେ ସମଗ୍ର କଳାହାଣ୍ଡି ଜିଲ୍ଲାରେ ବିଜେପି ଚକାଜାମ୍ ଆନ୍ଦୋଳନ ଡାକରା ଦେଇଛି । ସବୁ ବ୍ଲକ୍ ଆଗରେ ଦଳ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଯୋଜନା କରିଛି ।

ଅନ୍ୟପକ୍ଷରେ କଂଗ୍ରେସ ବି ଆନ୍ଦୋଳନକୁ ସକ୍ରିୟ ରଖିଛି । ଦିବ୍ୟଶଙ୍କରଙ୍କ ବିରୋଧରେ କଳାହାଣ୍ଡିରେ ଆନେ୍ଦାଳନର ନେତୃତ୍ୱ ନେଉଛନ୍ତି ପୂର୍ବତନ ସାଂସଦ ଭକ୍ତଚରଣ ଦାସ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ଘଣ୍ଟାଏ ପାଇଁ ଜନତା କର୍ଫ୍ୟୁ ପାଳନ କରିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରିପ୍ରେକ୍ଷୀରେ ବିଜେପି ଓ କଂଗ୍ରେସର ଆନ୍ଦୋଳନକୁ ପ୍ରତିହତ କରିବା ପାଇଁ ବିଜେଡ଼ି କିନ୍ତୁ ପଛରେ ପଡ଼ିନାହିଁ । କର୍ମୀମାନଙ୍କୁ ସଂଗଠିତ କରି ବ୍ୟାପକ ରଣନୀତି ପ୍ରସ୍ତୁତ କରିଛି । ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତ୍ୟକ୍ଷ ତତ୍ତବାବଧାନରେ ଆଜି ଜୁନାଗଡ଼ରେ ଏକ ବିରାଟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ବିଧାୟକ ଭାବେ ମନ୍ତ୍ରୀ ଦିବ୍ୟଶଙ୍କର ସାମନାରେ ରହିଥିଲେ । ଏଥିରେ ହଜାରରୁ ଅଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ ।

ମିଶ୍ରଣ ପର୍ବରେ ଯୋଗଦେବା ପାଇଁ ଯାଉଥିବା ମନ୍ତ୍ରୀଙ୍କ ଗାଡ଼ିକୁ ବିଜେପି କର୍ମୀମାନେ ଅଣ୍ଡାମାଡ଼ ଓ କଳାପତାକା ଦେଖାଇବାକୁ ଉଦ୍ୟମ କରିଥିଲା ବେଳେ ବିଜେଡ଼ି କର୍ମୀମାନେ ଏହାର କଡ଼ା ମୁକାବିଲା କରିଥିଲେ ।

ସେପଟେ ଦିବ୍ୟଶଙ୍କରଙ୍କ ବିରୋଧରେ ଆନ୍ଦୋଳନକୁ ତୀବ୍ର କରିବା ପାଇଁ ମେଳି କରୁଥିବା ସାଂସଦ ବସନ୍ତ ପଣ୍ଡା ଆଜି ମହାଲିଙ୍ଗରେ ହଟହଟାର ସମ୍ମୁଖୀନ ହୋଇଥିଲେ । କିଛି ଗ୍ରାମବାସୀ ତାଙ୍କୁ ଓଲଟା ପ୍ରଶ୍ନବାଣ କରିବାରୁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଇତିମଧ୍ୟରେ ପୂର୍ବତନ ସାଂସଦ ଭକ୍ତ ଚରଣ ଦାସଙ୍କ ଭୂମିକା ବେଶୀ ଚର୍ଚ୍ଚା ସୃଷ୍ଟି କରିଛି । ଗଣମାଧ୍ୟମରେ ଦିବ୍ୟଶଙ୍କରଙ୍କ ଚରିତ୍ର ଉପରେ ଖୋଲାଖୋଲି ଅଙ୍ଗୁଳି ଉଠାଇଥିବା ଭକ୍ତ ଯେ ଏକା ନାଆର ଯାତ୍ରୀ ତାହା ଲୋକଙ୍କୁ ଜଣାଇବାକୁ ବିଜେଡ଼ି ସମର୍ଥକମାନେ ଆଗକୁ ବାହାରିଛନ୍ତି । ଚାଲୁଣି କହୁଛି ଛୁଞ୍ଚିକୁ ନ୍ୟାୟରେ ଦିବ୍ୟଶଙ୍କରଙ୍କ ବିରୋଧରେ ଭକ୍ତଙ୍କ ଆରୋପ ତାଙ୍କ ନିଜ ପାଇଁ ପ୍ରଯୁଜ୍ୟ ହୋଇଥିବାରୁ ପରିସ୍ଥିତି ଭିନ୍ନ ମୋଡ଼ ନେଉଛି । ଗୋବିନ୍ଦ ସାହୁ ସହ ଭକ୍ତ ଦାସଙ୍କ ଏକାଧିକ ନିବିଡ଼ ଫଟୋ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଉଛି ।

ତେବେ ସେ ଯାହା ହେଉ, ବିରୋଧୀ ଓ ଶାସକ ଦଳର ଛକାପଂଝା ଭିତରେ ମୁଖ୍ୟମନ୍ତ୍ରୀଙ୍କ କାଲିର ଭବାନୀପାଟଣା ଗସ୍ତ ରାଜନୈତିକ ଦୃଷ୍ଟିରୁ ବେଶ୍ ଗୁରୁତ୍ୱ ବହନ କରୁଥିବାରୁ ସମସ୍ତଙ୍କ ନଜର ସେୟାଡକୁ ଚାଲିଯାଇଛି ।

Previous Post

ମୋ ଝିଅ ଗୋବିନ୍ଦ ସାହୁ ସହ ରାୟପୁର କେବେବି ଯାଇ ନଥିଲା: ମମିତାଙ୍କ ବାପା

Next Post

କଳିଙ୍ଗ ସେନାର ଏକବିଂଶ ପ୍ରତିଷ୍ଠା ଦିବସ

Next Post
କଳିଙ୍ଗ ସେନାର ଏକବିଂଶ ପ୍ରତିଷ୍ଠା ଦିବସ

କଳିଙ୍ଗ ସେନାର ଏକବିଂଶ ପ୍ରତିଷ୍ଠା ଦିବସ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA