Thursday, October 1, 2026 04:44 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କଳିଙ୍ଗ ସେନାର ଏକବିଂଶ ପ୍ରତିଷ୍ଠା ଦିବସ

ଅରିନ୍ଦମ ଦାସଙ୍କୁ ମରଣୋତ୍ତର 'ସାମ୍ବାଦିକ ରତ୍ନ' ସମ୍ମାନ

by Our Correspondent
07 Nov, 2021- 09:13 PM
in Latest News, News
1 min read
0
କଳିଙ୍ଗ ସେନାର ଏକବିଂଶ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: କଳିଙ୍ଗ ସେନାର ଏକବିଂଶ ପ୍ରତିଷ୍ଠା ଦିବସ ଆଜି ପାଳନ କରାଯାଇଥିଲା । ସମ୍ପୂର୍ଣ୍ଣ କୋଭିଡ୍ କଟକଣା ମଧ୍ୟରେ ସ୍ଥାନୀୟ କସ୍ତୁରବା ନାରୀମହଲଠାରେ ଭବ୍ୟ ସମାରୋହ ଆୟୋଜିତ ହୋଇଥିଲା । ଏହି ସମାରୋହର ମୁଖ୍ୟ ଆକର୍ଷଣ ଥିଲେ ସ୍ୱର୍ଗତ ଅରିନ୍ଦମ ଦାସଙ୍କ ମାଆ ଶ୍ରୀମତୀ କୁନି ଦାସ ଏବଂ ପତ୍ନୀ ଶ୍ରୀମତୀ ସମୀକ୍ଷା ଦାସ । କଳିଙ୍ଗ ସେନା ସୁପ୍ରିମୋ ଶ୍ରୀଯୁକ୍ତ ହେମନ୍ତ ରଥଙ୍କ ଆମନ୍ତ୍ରଣକ୍ରମେ ସେମାନେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।

ଏହି ଅବସରରେ ସ୍ୱର୍ଗତ ଅରିନ୍ଦମ ଦାସଙ୍କୁ ମରଣୋତ୍ତର ସାମ୍ବାଦିକ ରତ୍ନ ସମ୍ମାନ ପ୍ରଦାନ କରାଯାଇଥିଲା । ସେନାର ସୈନିକ ଏବଂ ଉପସ୍ଥିତ ଜନସାଧାରଣଙ୍କ ପକ୍ଷରୁ ପ୍ରଦତ୍ତ ଏହି ସମ୍ମାନକୁ ଅରିନ୍ଦମଙ୍କ ମାଆ ଏବଂ ପତ୍ନୀ ଗ୍ରହଣ କଲା ବେଳେ ସମସ୍ତଙ୍କ ଆଖିରେ ଲୁହ ଆସିଯାଇଥିଲା । ଆଜିର ଏହି ପ୍ରତିଷ୍ଠା ଦିବସକୁ ସ୍ୱର୍ଗତ ଅରିନ୍ଦମ ଦାସଙ୍କ ପ୍ରତି ଉତ୍ସର୍ଗ କରିଥିଲେ ଶ୍ରୀ ରଥ ।

ଦଳର ସୈନିକମାନଙ୍କୁ ଉଦବୋଧନ ଦେଇ ସୁପ୍ରିମୋ ଶ୍ରୀ ରଥ କହିଥିଲେ ଯେ କର୍ମୀମାନଙ୍କ ଅକ୍ଲାନ୍ତ ଉଦ୍ୟମ ଏବଂ ଓଡ଼ିଶାବାସୀଙ୍କ ଅକୁଣ୍ଠ ଭଲ ପାଇବା ଯୋଗୁଁ କଳିଙ୍ଗ ସେନା ଦୁଇ ଦଶନ୍ଧୀର ଯାତ୍ରା ଅତିକ୍ରମ କରି ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ଏହି ସଫଳତା ପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ । କଳିଙ୍ଗସେନା ପ୍ରତି ଯୁବକମାନଙ୍କ ଆକର୍ଷଣ ବୃଦ୍ଧି ପାଉଥିବାରୁ ଆଗାମୀ ଦିନରେ ଏହାର ନବକଳେବର ଦେଖିବାକୁ ମିଳିବ ବୋଲି କହିଥିଲେ ।

ଏହି ଅବସରରେ କଳିଙ୍ଗ ସେନାର ଆଗାମୀ ରଣନୀତି ସମ୍ପର୍କରେ ଶ୍ରୀ ରଥ ସୂଚନା ଦେଇଥିଲେ । ଆଗାମୀ ପଞ୍ଚାୟତ ନିର୍ବାଚନ ପରେ କଳିଙ୍ଗ ସେନା ୧୫ ଟି ଜିଲ୍ଲା ଉପରେ ଫୋକସ୍ କରି କାର୍ଯ୍ୟକ୍ରମ ଆଗକୁ ବଢ଼ାଇବ । ଖୋର୍ଦ୍ଧା, କଳାହାଣ୍ଡି ଏବଂ ବଲାଙ୍ଗୀର ଜିଲ୍ଲାକୁ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ରଥ କହିଥିଲେ ।

ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ କଳିଙ୍ଗ ସେନାର ଶୁଭ କାମନା କରିଥିଲେ ।

ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ୯ ଜଣ ପ୍ରତିଭାଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା । ସମ୍ମାନିତ ପ୍ରତିଭାମାନେ ହେଲେ ସାମ୍ବାଦିକ ରାଜେନ୍ଦ୍ର ଗୌଡ଼, ସମାଜସେବୀ ସର୍ବଶ୍ରୀ ନରେନ୍ କୁମାର ସାହୁ, ପ୍ରମୋଦ ରାଉତରାୟ, ପ୍ରଜ୍ଞା ପ୍ରିୟଦର୍ଶିନୀ ରଥ, ବିଜୟ କୁମାର ପରିଡ଼ା, ବୈରାଗୀ ଜେନା, ପ୍ରଥମ ବାୟୋ ପିପି କିଟ୍ ଉଦ୍ଭାବକ ଇଂ ମନୋଜ କୁମାର ନାୟକ ଏବଂ କଣ୍ଠଶିଳ୍ପୀ ସରୋଜ ଜେନା ।

କଳିଙ୍ଗ ସେନା ସାଧାରଣ ସମ୍ପାଦକ ବିଜୟ କୁମାର ରାଜ ସ୍ୱାଗତ ଭାଷଣ ଦେଇଥିଲା ବେଳେ ସମ୍ପାଦକ ପ୍ରଦୀପ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୌରାଙ୍ଗ ପ୍ରଧାନ, ଶ୍ରୀକାନ୍ତ ଦାସ, ଅବଦୁଲ୍ଲ କୟମ୍ ଖାନ୍, ସରୋଜ ଆଚାର୍ଯ୍ୟ ପ୍ରମୁଖ ସଭାକାର୍ଯ୍ୟରେ ସହଯୋଗ କରିଥିଲେ ।

Previous Post

ମୁଖ୍ୟମନ୍ତ୍ରୀଙ୍କ ଭବାନୀପାଟଣା ଗସ୍ତକୁ ନେଇ ଛକାପଂଝା

Next Post

‘କଟାକ୍ଷ’ କିଶୋର ରଥ ଆଉ ନାହାନ୍ତି

Next Post
‘କଟାକ୍ଷ’ କିଶୋର ରଥ ଆଉ ନାହାନ୍ତି

'କଟାକ୍ଷ' କିଶୋର ରଥ ଆଉ ନାହାନ୍ତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA