Wednesday, April 22, 2026 03:08 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମୟୁରଭଞ୍ଜ, ବାଲେଶ୍ୱର, ଯାଜପୁର ଲୋକସଭା କ୍ଷେତ୍ରରେ ନବୀନଙ୍କ ପ୍ରଚାର

by Our Correspondent
24 May, 2024- 08:30 PM
in Latest News, News, Politics
1 min read
0
ମୟୁରଭଞ୍ଜ, ବାଲେଶ୍ୱର, ଯାଜପୁର ଲୋକସଭା କ୍ଷେତ୍ରରେ ନବୀନଙ୍କ ପ୍ରଚାର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ମୟୁରଭଞ୍ଜ, ବାଲେଶ୍ୱର, ଓ ଯାଜପୁର ଲୋକସଭା କ୍ଷେତ୍ରରେ ନିର୍ବାଚନ ପ୍ରଚାର କରିଛନ୍ତି । ରାଇରଙ୍ଗପୁର, ବାରିପଦା, ବାଲେଶ୍ୱର ଓ କୋରେଇ ଠାରେ ଆୟୋଜିତ ନିର୍ବାଚନୀ ସଭାରେ ଦଳୀୟ ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜିତେଇବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ । ବିରୋଧି ଦଳ ବିଷୟରେ ସେ କହିଥିଲେ ଯେ, ବିରୋଧି ନେତାମାନେ ମିଛ କଥା କହୁଛନ୍ତି । ଲୋକ ସବୁ ବୁଝି ସାରିଲେଣି । ସେମାନଙ୍କ କୁମ୍ଭୀର କାନ୍ଦଣା ଆଉ ଚଳିବନି । ଲୋକେ ସେମାନଙ୍କୁ ଗ୍ରହଣ କରିବେନି । ଏହାପରେ ସେ ଘୋଷଣା କରିଥିଲେ ଯେ, ଜୁଲାଇରୁ ବିଜୁଳି ବିଲ୍‍ ଆସିବ ନାହିଁ । ବିଜୁ ଜନତା ଦଳ ସରକାର ବିଜୁଳି ମାଗଣା ଦେବ । ଆପଣମାନେ ଖୁସି ତ ? 

ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ, ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ଭାଷା ବ୍ୟବହାରକୁ ତୀବ୍ର ନିନ୍ଦା କରିଥିଲେ । ନବୀନ ବାବୁଙ୍କୁ ଆକ୍ରମଣ କରିବା ଅର୍ଥ ପର୍ବତକୁ ପଥର ପକାଇବା ସହ ସମାନ ବୋଲି କହିଥିଲେ । ବିରୋଧି ନେତାମାନେ ଆସି କହୁଛନ୍ତି ଓଡ଼ିଶାରେ କିଛି ଭଲ କାମ ହେଉନାହିଁ । ଓଡ଼ିଶାର ବିକାଶ ସମସ୍ତଙ୍କୁ ଦିଶୁଛି ସେମାନଙ୍କୁ ଦେଖାଯାଉନି । ନବୀନ ବାବୁଙ୍କୁ ଅଭଦ୍ର ଭାଷାରେ ଗାଳି ଦେଇ କହୁଛନ୍ତି । ନବୀନ ବାବୁ କୁଆଡ଼େ ଘରୁ ବାହାରୁ ନାହାନ୍ତି । ନବୀନ ବାବୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବହୁତ ଖରାପ ବୋଲି ଅପପ୍ରଚାର କରୁଛନ୍ତି । ଅଥଚ ନବୀନ ବାବୁ ଆପଣଙ୍କ ସାମ୍‍ନାରେ ଅଛନ୍ତି, ଆପଣଙ୍କ ସହ କଥା ହେଉଛନ୍ତି । କେତେ ମିଛ କଥା କହୁଛନ୍ତି ଏମାନେ ଦେଖନ୍ତୁ ତ !

ଏ ସରକାର ଆପଣମାନଙ୍କ ସରକାର । ଆଦିବାସୀ ଭାଇଭଉଣୀଙ୍କ ସରକାର । ଚାଷୀଭାଇ ଓ ଯୁବପିଢ଼ିର ସରକାର । ମୁଖ୍ୟମନ୍ତ୍ରୀଙ୍କ ବିଶାଳ ହୃଦୟରେ ସବୁଠାରୁ ଭଲଜାଗାରେ ଆଦିବାସୀ ଭାଇଭଉଣୀମାନେ ଅଛନ୍ତି । ସେମାନଙ୍କ କଳା, ସଂସ୍କୃତି, ପୂଜାସ୍ଥଳୀ, ଦେବସ୍ଥଳୀ ଓ ଜାହିରାର ଉନ୍ନତି ଓ ରକ୍ଷଣାବେକ୍ଷଣ ପାଇଁ ନବୀନ ପଟ୍ଟନାୟକଙ୍କ ବ୍ୟତୀତ ଭାରତବର୍ଷରେ କେହି ଚିନ୍ତା କରିନାହାନ୍ତି । ଏଥିପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି । ଆଦିବାସୀମାନଙ୍କ ଉପରୁ ୫୦ ହଜାର ପୋଲିସ କେସ୍‍ ରଦ୍ଦ କରିଛନ୍ତି । ଏହା ଅନ୍ୟ କେଉଁଠାରେ ହୋଇନାହିଁ । ଲକ୍ଷ ଲକ୍ଷ ଝିଅଙ୍କ ପାଠପଢ଼ାର ସୁବିଧା ପାଇଁ ହଜାର ହଜାର ହଷ୍ଟେଲ ଖୋଲିଛନ୍ତି । ଆଦିବାସୀ ଭାଇଭଉଣୀଙ୍କୁ ଜଙ୍ଗଲଜାତ ଦ୍ରବ୍ୟର ଉଚିତ ମୂଲ୍ୟ ମିଳିବା ପାଇଁ ‘ଲାଭ’ ଯୋଜନା ଆରମ୍ଭ କରିଛନ୍ତି । ବିରୋଧି ଦଳମାନେ ଆଦିବାସୀ ଭାଇଭଉଣୀମାନଙ୍କ ପାଇଁ କିଛି ବି କରିନାହାନ୍ତି । ସେମାନଙ୍କୁ କେବଳ ଭୋଟ ବ୍ୟାଙ୍କ ବୋଲି ଭାବିଛନ୍ତି ବୋଲି ଶ୍ରୀ ପାଣ୍ଡିଆନ୍ କହିଥିଲେ ।

ସେ ପୁଣି କହିଲେ ଯେ, ସାରା ଓଡ଼ିଶା ଜାଣିଛି ଯେ, ନବୀନ ପଟ୍ଟନାୟକ ପୁଣି ଥରେ ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଶପଥ ନେବା ପରେ ପ୍ରଥମ ଦସ୍ତଖତରେ ୯୦ ପ୍ରତିଶତ ଲୋକଙ୍କ ବିଜୁଳି ବିଲ୍‍ ଛାଡ଼ ହେବ । ଏହା ହେଉଛି ନବୀନ ବାବୁଙ୍କ ଗ୍ୟାରେଣ୍ଟି । ଦ୍ୱିତୀୟ ଦସ୍ତଖତ ହେବ ବି,ଏସ୍‍.କେ.ୱାଇରେ ସମସ୍ତେ ସାମିଲ ହେବେ, ସମସ୍ତଙ୍କୁ କାର୍ଡ ମିଳିବ । ତୃତୀୟରେ ମିଶନଶକ୍ତି ସଦସ୍ୟାମାନଙ୍କ ପାଇଁ ୬୦ ବର୍ଷ ପରେ ପେନ୍‍ସନ୍‍ ସୁବିଧା । ଏ ସବୁ ଶୁଣି ବିରୋଧିଙ୍କ ନିଦ ହଜିଗଲାଣି ।

ସେ ପୁଣି କହିଲେ ଯେ, ମୁଖ୍ୟମନ୍ତ୍ରୀ ଆପଣଙ୍କ ଉନ୍ନତି ପାଇଁ ୨୪ ଘଣ୍ଟା କାମ କରୁଛନ୍ତି । ୫ ବର୍ଷରେ ଥରେ ଆପଣମାନଙ୍କ ପାଖକୁ ସୁଯୋଗ ଆସିଛି । ତାଙ୍କୁ ଆଶୀର୍ବାଦ କରନ୍ତୁ । ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ । କର୍ମୀମାନଙ୍କୁ ଉତ୍ସାହିତ କରି କହିଲେ ଜିଲ୍ଲା ପରିଷଦ ନିର୍ବାଚନ ଭଳି । ଏଥର ମଧ୍ୟ ସମାନ ପରିଶ୍ରମ କରନ୍ତୁ । ନିର୍ବାଚନରେ ଆଉ କିଏ ଜିତିଲେ ଯୋଉ ସ୍ପିଡରେ କାମ ଚାଲିଛି ବନ୍ଦ ହୋଇଯିବ ।

ବାଲେଶ୍ୱର ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର କହିଲେ ଯେ, ରାଜନୀତିରେ ୩୩ ପ୍ରତିଶତ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ଅନେକ ରାଜନୈତିକ ଦଳ କହିଥିଲେ । କିନ୍ତୁ ଏକମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜୁ ଜନତା ଦଳ ଏହାକୁ କାମରେ କରି ଦେଖାଇଲା । ବାଲେଶ୍ୱରେ ୩୩ ନୁହେଁ, ୫୦ ପ୍ରତିଶତ ସ୍ଥାନରେ ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ହିଁ ସୁଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିକଟରେ ମୁଁ ଚିର ଋଣୀ । ମୁଖ୍ୟମନ୍ତ୍ରୀଙ୍କ ରୂପାନ୍ତରଣର ଲକ୍ଷ୍ୟକୁ ପୂରଣ କରିବା ପାଇଁ କାର୍ତ୍ତିକ ପାଣ୍ଡିଆନ ଦିନରାତି ୨୪ ଘଣ୍ଟା କାମ କରୁଛନ୍ତି ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ ସାଂସଦ ପ୍ରାର୍ଥୀ ଶ୍ରୀ ସୁଦାମ ମାର୍ଣ୍ଡି, ଲେଖାଶ୍ରୀ ସାମନ୍ତସିଂହାର, ଶର୍ମିଷ୍ଠା ସେଠୀ ଓ ସମସ୍ତ ବିଧାନ ସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀମାନେ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦରେ ବସାଇବା ପାଇଁ ନିବେଦନ କରିଥିଲେ ।

Previous Post

ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି: ନବୀନ

Next Post

ସଂଧ୍ୟା ୬ଟା ସୁଦ୍ଧା ୫୯.୭୨% ମତଦାନ

Next Post
ସଂଧ୍ୟା ୬ଟା ସୁଦ୍ଧା ୫୯.୭୨% ମତଦାନ

ସଂଧ୍ୟା ୬ଟା ସୁଦ୍ଧା ୫୯.୭୨% ମତଦାନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA