Thursday, April 30, 2026 05:23 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନବୀନ ଖୁସି କମ୍, ନା’ ଖୁସ୍ ଅଧିକ

ମୁଖ୍ୟମନ୍ତ୍ରୀଙ୍କ ବଜେଟ୍ ପ୍ରତିକ୍ରିୟା

by Our Correspondent
01 Feb, 2022- 09:47 PM
in Latest News, News
1 min read
0
ନବୀନ ଖୁସି କମ୍, ନା’ ଖୁସ୍ ଅଧିକ

ଭୁବନେଶ୍ୱର: ଗରିବ ଓ ମଧ୍ୟବିତ୍ତଙ୍କୁ ପ୍ରଭାବିତ କରୁଥିବା ଦରଦାମ ବୃଦ୍ଧି ରୋକିବାକୁ ଏଥରର ବଜେଟ୍ ରେ କୌଣସି ପଦକ୍ଷେପ ନିଆଯାଇନାହିଁ । ଗରିବଙ୍କ ଏହି କଷ୍ଟକୁ ଆହୁରି ଅସହ୍ୟ କରିଛି ଏଲପିଜି ସବସିଡି ହ୍ରାସ୍ । ଘରୋଇ ଅର୍ଥନୀତି ଉପରେ ଏହାର ସାଂଘାତିକ ପ୍ରଭାବ ପଡ଼ିବ । ମନରେଗା ହ୍ରାସ ମଧ୍ୟ ଗରିବଙ୍କୁ ବେଶୀ ବାଧିବ । ଗ୍ରାମୀଣ ଗୃହ ନିର୍ମାଣ ଏବଂ ପ୍ରାକୃତିକ ବିପର୍ଯ୍ୟୟ କୋଳରେ ଥିବା ଓଡ଼ିଶାକୁ ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ରାଜ୍ୟବାସୀଙ୍କ ଦାବିକୁ ମଧ୍ୟ ବଜେଟ୍ ରେ ଉପେକ୍ଷା କରାଯାଇଛି ।

କେନ୍ଦ୍ର ବଜେଟ୍ ଉପରେ ଆଜି ଏହି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିଛି ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଥିଲା ବେଳେ ଓଡ଼ିଶା ପ୍ରତି ବଜେଟ୍ ରେ ସେଭଳି ଧ୍ୟାନ ଦିଆଯାଇ ନ ଥିବାରୁ ମୁଖ୍ୟମନ୍ତ୍ରୀ ସାମଗ୍ରିକ ଭାବେ ଖୁସି ନାହାନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାମାରୀ ବେଳେ ମନରେଗା ହ୍ରାସ ଗରିବ ଲୋକଙ୍କୁ ସାହାଯ୍ୟ କରିବ ନାହିଁ । ସେହିଭଳି ଏନଏଫଏସଏ ଅଧୀନରେ ଖାଦ୍ୟ ସବସିଡି ହ୍ରାସ ଚାଷୀମାନଙ୍କୁ ଗୁରୁତର ଅସୁବିଧାରେ ପକାଇବ । ଏହାର ପୁନର୍ବିଚାର ଆବଶ୍ୟକ । ମହାମାରୀ ସମୟରେ ଶିକ୍ଷା ଓ ସ୍ୱାସ୍ଥ୍ୟ ବିକାଶରେ ସହାୟକ ହେବ । ତେବେ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବଜେଟ୍ ବ୍ୟୟବରାଦ ହ୍ରାସ୍ କରାଯାଇଛି । କୃଷି ଓ କୃଷକ କଲ୍ୟାଣ, ଉଚ୍ଚଶିକ୍ଷା, ଗ୍ରାମାଞ୍ଚଳ ବିକାଶ, ମହିଳା ଏବଂ ଶିଶୁ ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବ୍ୟୟବରାଦ ହ୍ରାସ୍ ହୋଇଛି । ମହାମାରୀ ବେଳେ ବ୍ୟୟବରାଦ ହ୍ରାସ୍ ବିକାଶ ଉପରେ ପ୍ରଭାବ ପକାଇବ । ଏହାଦ୍ୱାରା ଗରିବ ଲୋକ ବେଶୀ ପ୍ରଭାବିତ ହେବେ ।

ବଜେଟ୍ ରେ ଦରଦାମ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯାଇନାହିଁ । ଏଲପିଜି ସବସିଡି କମି ଥିବାରୁ ମହିଳା ଓ ପରିବାର ଅର୍ଥନୀତି ପ୍ରଭାବିତ ହେବ । ଗ୍ରାମ୍ୟ ଗୃହ ଯୋଜନାରେ ଓଡ଼ିଶାକୁ ଅବହେଳା କରାଯିବା ଆମକୁ ବ୍ୟଥିତ କରିଛି । ଓଡ଼ିଶା ପ୍ରତି ହୋଇଥିବା ଅନ୍ୟାୟ ବିଚାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ।

କେନ୍ଦ୍ରୀୟ ଟିକସଗୁଡ଼ିକର ୨୦ ପ୍ରତିଶତରୁ ଅଧିକ ସେସ୍ ଏବଂ ସରଚାର୍ଜ ଆଦାୟ ମାଧ୍ୟମରେ ସଂଗ୍ରହ ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଗ୍ରହଣ କରିନାହାନ୍ତି । ଏହା ସମବାୟ ସଂଘୀୟ ବ୍ୟବସ୍ଥାର ବିରୋଧୀ ବୋଲି କହିଛନ୍ତି ।

ଜଳ ଜୀବନ ମିଶନ୍ ଅଧୀନରେ ପିଏମଏୱାଇ ଆବଣ୍ଟନ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ଗ୍ରାମ୍ୟ ଗୃହ ନିର୍ମାଣ କ୍ଷେତ୍ରରେ ଓଡ଼ିଶାର ଦାବିକୁ ଅବହେଳା କରାଯାଇଥିବା ବେଳେ ଅନ୍ୟ ରାଜ୍ୟମାନଙ୍କ ପାଇଁ ଏହାକୁ ବିଚାର କରାଯାଇଛି । ଓଡ଼ିଶାବାସୀ ଏଥିରେ ଆଶ୍ଚର୍ଯ୍ୟ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ଟେକ୍ନୋଲୋଜି ଓ ଭିତ୍ତିଭୂମି ଉପରେ ବଜେଟ୍ ରେ ଫୋକସ୍ ଦିଆଯାଇଥିବାରୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି ।
ପୃଷ୍ଟିକର ସୁରକ୍ଷା ତଥା କୃଷକଙ୍କ ଆୟ ବୃଦ୍ଧିରେ ଓଡ଼ିଶା ମିଲେଟ ମିଶନ୍ ଏକ ଯୁଗାନ୍ତକାରୀ ପଦକ୍ଷେପ । ମିଳିତ ଜାତିସଂଘ ୨୦୨୩ କୁ ଅନ୍ତର୍ଜାତୀୟ ମିଲେଟ ବର୍ଷ ଘୋଷଣା କରିଛି । କେନ୍ଦ୍ର ବଜେଟ୍ ରେ ଏହାର ଗୁରୁତ୍ୱକୁ ସ୍ୱୀକୃତି ଦିଆଯାଇଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକଟ କରିଛନ୍ତି ।

Previous Post

କେନ୍ଦ୍ର ବଜେଟ: ଆୟକର ସୀମା ଅପରିବର୍ତ୍ତିତ

Next Post

ଚାକିରିରୁ ବିଦା ହେଲେ ଆଇଏଏସ୍ ବିନୋଦ କୁମାର

Next Post
ଚାକିରିରୁ ବିଦା ହେଲେ ଆଇଏଏସ୍ ବିନୋଦ କୁମାର

ଚାକିରିରୁ ବିଦା ହେଲେ ଆଇଏଏସ୍ ବିନୋଦ କୁମାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA