Thursday, April 30, 2026 05:22 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କେନ୍ଦ୍ର ବଜେଟ: ଆୟକର ସୀମା ଅପରିବର୍ତ୍ତିତ

by Our Correspondent
01 Feb, 2022- 01:40 PM
in Latest News, National, News
1 min read
0
କେନ୍ଦ୍ର ବଜେଟ: ଆୟକର ସୀମା ଅପରିବର୍ତ୍ତିତ

ନୂଆଦିଲ୍ଲୀ/ଭୁବନେଶ୍ୱର: ଲଗାତର ଦୁଇବର୍ଷ ଧରି ଆୟକର ସ୍ଲାବ୍ ରେ କେନ୍ଦ୍ର ସରକାର ପରିବର୍ତ୍ତନ ଆଣିଲେ ନାହିଁ । ଆୟକର ସ୍ଲାବ୍ ଯାହା ଥିଲା ସେୟା ରହିଲା । ଆଜି ସଂସଦରେ ସାଧାରଣ ବଜେଟ୍ ଉପସ୍ଥାପନ କରିଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆୟକର ସ୍ଲାବ୍ ସମ୍ପର୍କରେ ପଦୁଟିଏ କହିନାହାନ୍ତି । ତେବେ ଆୟକର ସୁଧାର ପାଇଁ ନୂଆ ବ୍ୟବସ୍ଥା ଘୋଷଣା କରିଛନ୍ତି । ଏଥିରେ ଆଇଟି ରିଟର୍ଣ୍ଣ ସୁଧାରିବାକୁ ଟିକସଦାତାଙ୍କୁ ୨ ବର୍ଷ ମହଲତ ଦିଆଯାଇଛି । ଆୟ ଘୋଷଣାରେ ତ୍ରୁଟି କଲେ ୨ ବର୍ଷ ମଧ୍ୟରେ ସାନି ଆୟକର ରିଟର୍ଣ୍ଣ ଦାଖଲ କରିପାରିବେ । ଅଦାଲତି ଝାମେଲାରୁ ବର୍ତ୍ତିବା ପାଇଁ ଟିକସଦାତାଙ୍କୁ ଏହି ସୁଯୋଗ ଦିଆଯାଉଥିବା ସୀତାରମଣ କହିଛନ୍ତି । ସେହିଭଳି ଆୟକର ଦାଖଲରେ ଦିବ୍ୟାଙ୍ଗଙ୍କୁ ରିହାତି ଦିଆଯାଇଛି ।

ଅନ୍ୟପକ୍ଷରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀଙ୍କ ଏନପିଏସ୍ ଟାକ୍ସ ଡିଡକ୍ସନ୍ ଲିମିଟ୍ କୁ ସମାନ କରାଯାଇଛି । ଏନପିଏସ ପାଇଁ ରାଜ୍ୟ ସରକାରୀ କର୍ମଚାରୀଙ୍କଠାରୁ କଟିବ ୧୪% । ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କ ୧୪% ଏବଂ ରାଜ୍ୟ କର୍ମଚାରୀଙ୍କ ୧୦% କଟୁଥିଲା । ସେହିଭଳି କର୍ପୋରେଟ ସରଚାର୍ଜ ୧୨% ରୁ ୭% ହ୍ରାସ୍ କରାଯାଇଥିବା ବେଳେ କୋଅପରେଟିଭ୍ ସୋସାଇଟି ଟ୍ୟାକ୍ସ ୧୮% ରୁ ୧୫% କୁ ହ୍ରାସ କରାଯାଇଛି ।

ବଜେଟ୍ ରେ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଘୋଷଣା ହେଉଛି ୨୦୨୨-୨୩ ରେ ଆରମ୍ଭ ହେବ ଡିଜିଟାଲ୍ କରେନ୍ସି । ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହା ଆରମ୍ଭ କରାଯିବ ।

୩ ବର୍ଷରେ ୪୦୦ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ କାର୍ଯ୍ୟକ୍ଷମ ହେବ । ଚାଷୀଙ୍କୁ ଉତ୍ପାଦ ଖାଦ୍ୟ ପାଇଁ ୨.୩୭ ଲକ୍ଷ କୋଟି ଟଙ୍କା ପ୍ରଦାନ, ୫ଟି ନୂଆ ନଦୀ ସଂଯୋଗୀକରଣ ପ୍ରକଳ୍ପ ପାଇଁ ବଜେଟ୍ ରେ ଅର୍ଥ ବ୍ୟବସ୍ଥା ଏବଂ ୨୦୨୨-୨୩ରେ ଆଉ ୨୫ ହଜାର କିମି ହାଇୱେ ନିର୍ମାଣ ଲକ୍ଷ୍ୟ ରହିଥିବା ସୀତାରମଣ କହିଛନ୍ତି । ଅନ୍ୟପକ୍ଷରେ ରାଜ୍ୟମାନଙ୍କୁ ବିନା ସୁଧରେ ୧ ଲକ୍ଷ କୋଟିର ଋଣ ଯୋଗାଇ ଦିଆଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।

୨୦୨୧୨-୨୩ ରେ ୩ କୋଟି ୮୦ ଲକ୍ଷ ଘରକୁ ପାନୀୟ ଜଳ ଯୋଗାଣ ହେବ । ୮୦ ଲକ୍ଷ ପିଏମ୍ ଆବାସ ପାଇଁ ୪୮ ହଜାର କୋଟି ଏବଂ ନର୍ଥ ଇଷ୍ଟ ପାଇଁ ନୂଆ ଯୋଜନା ପିଏମ୍ ଡେଭଲପମେଣ୍ଟ ସ୍ମିମ୍ ଆରମ୍ଭ ହେବ ।

ସ୍କୁଲ ପିଲାଙ୍କ ପାଇଁ ପିଏମ୍-ଇ-ବିଦ୍ୟା କାର୍ଯ୍ୟକ୍ରମ ଆରମ୍ଭ ହେବ । ଏଥିରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ଟିଭି ଜରିଆରେ ହେବ । ଆଞ୍ଚଳିକ ଭାଷାରେ ପିଲାଙ୍କ ପାଠପଢ଼ା ପାଇଁ ୨୦୦ ଚ୍ୟାନେଲ ହେବ ।

୨୦୨୨-୨୩ରେ ମୋଟ ୩୯.୫୫ ଲକ୍ଷ କୋଟି ବ୍ୟୟବରାଦ ଲକ୍ଷ୍ୟ ରଖାଯାଇଛି । କ୍ୟାପିଟାଲ୍ ଏକ୍ସପେଣ୍ଡିଚର ୫.୫୪ ଲକ୍ଷ କୋଟିରୁ ୭.୫ ଲକ୍ଷ କୋଟିକୁ ବୃଦ୍ଧି କରାଯାଇଛି । ଏହା ମୋଟ ଜିଡ଼ିପିର ୪% ।

ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୯.୨% ରହିଛି । ୨୦୧୪ ରୁ ଆମ ସରକାର ଲୋକଙ୍କ ସଶକ୍ତିକରଣକୁ ପ୍ରାଧାନ୍ୟ ଦେଇଛି । ଡିବିଟି ଜରିଆରେ ଲୋକଙ୍କ ଆକାଉଣ୍ଟକୁ ସିଧା ଟଙ୍କା ପହଞ୍ଚା ଯାଉଛି । ସ୍ୱାସ୍ଥ୍ୟ ଭିତ୍ତି, ତ୍ୱରିତ ଟିକାକରଣକୁ ସରକାର ଗୁରୁତ୍ୱ ଦେଉଛନ୍ତି । ଆତ୍ମନିର୍ଭର ଭାରତ ଜରିଆରେ ୬୦ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି କରାଯାଉଛି । ୧୧୨ ଆକାାଂକ୍ଷୀ ଜିଲ୍ଲା ଲକ୍ଷ୍ୟରେ ୯୫% ସଫଳ ହୋଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

କ୍ରମାଗତ ଚତୁର୍ଥ ଥର ପାଇଁ ଆଜି ସଂସଦରେ ଶ୍ରୀମତୀ ସୀତାରମଣ ସାଧାରଣ ବଜେଟ୍ ଉପସ୍ଥାପନ କରିଥିଲେ । ଏଥର ତାଙ୍କ ବଜେଟ୍ ଭାଷଣ ଅପେକ୍ଷାକୃତ ସଂକ୍ଷିପ୍ତ ଥିଲା । ଦେଢ଼ ଘଣ୍ଟାରେ ସରିଥିଲା ପେପରଲେସ୍ ବଜେଟ୍ ଭାଷଣ ।

Previous Post

ରାତି ୧୦ ଟାରୁ ନାଇଟ୍ କର୍ଫ୍ୟୁ

Next Post

ନବୀନ ଖୁସି କମ୍, ନା’ ଖୁସ୍ ଅଧିକ

Next Post
ନବୀନ ଖୁସି କମ୍, ନା’ ଖୁସ୍ ଅଧିକ

ନବୀନ ଖୁସି କମ୍, ନା' ଖୁସ୍ ଅଧିକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA