Sunday, August 9, 2026 05:18 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଜାପାନରୁ ଫେରିଲେ ମୁଖ୍ୟମନ୍ତ୍ରୀ

by Our Correspondent
11 Apr, 2023- 10:00 PM
in Latest News, News
1 min read
0
ଜାପାନରୁ ଫେରିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭୁବନେଶ୍ୱର ଫେରିଛନ୍ତି । ଗତ ୪ ତାରିଖରୁ ମୁଖ୍ୟମନ୍ତ୍ରୀ ଜାପାନ ଗସ୍ତରେ ଥିଲେ । ତାଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଗସ୍ତରେ ସାମିଲ ହୋଇଥିଲେ । ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ଅଗ୍ରଗତି ଏବଂ ପୁଞ୍ଜିନିବେଶ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କର ଜାପାନ ଗସ୍ତ ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା ।

ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତର ପ୍ରଥମ ଦିନରେ ବଡ଼ ସଫଳତା ମିଳିଥିଲା । ନିପ୍ପନ ଷ୍ଟିଲ୍ କର୍ପୋରେସନ୍ ର ଅଧ୍ୟକ୍ଷ ଏଇଜି ହାସିମୋତୋଙ୍କ ସହ ମୁଖ୍ୟମନ୍ତ୍ରୀ ସେଦିନ ବୈଠକ କରିଥିଲେ । ଓଡ଼ିଶାରେ ୩୦ ମିଲିୟନ୍ ଟନ୍ ର ଏକ ଷ୍ଟିଲ୍ ପ୍ଲାଣ୍ଟ ସ୍ଥାପନ ପାଇଁ ଶ୍ରୀଯୁକ୍ତ ହାସିମୋତୋ ସେଠାରେ ଘୋଷଣା କରିଥିଲେ । ବିଶ୍ୱର ଏହା ସର୍ବବୃହତ୍ତ ଷ୍ଟିଲ୍ ପ୍ଲାଣ୍ଟ ହେବ ବୋଲି କୁହାଯାଉଛି ।

୫ ତାରିଖରେ ଟୋକିଓଠାରେ ଆୟୋଜିତ ଓଡ଼ିଶା ବିଜିନେସ୍ ମିଟ୍ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେଇଥିଲେ । ତାଙ୍କ ଆହ୍ୱାନକ୍ରମେ ଜାପାନର ନିବେଶକମାନେ ଓଡ଼ିଶାରେ ଲଜିଷ୍ଟିକ୍ ଧାତବ, ଆନୁଷଙ୍ଗିକ, ଇସ୍ପାତ, ଗି୍ରନ୍ ହାଇଡ୍ରୋଜେନ୍, ଗ୍ରିନ୍ ଆମୋନିଆ, ଗ୍ରିନ୍ ଏନର୍ଜି ଉପକରଣ ଉତ୍ପାଦନ, ଆଇଟି ଓ ତତ୍ ସଂକ୍ରାନ୍ତୀୟ କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ଆଗ୍ରହ ଦେଖାଇଥିଲେ । ସେଠାରୁ ମୋଟ ୨୬ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିଲା ।

ଗସ୍ତର ତୃତୀୟ ଦିନରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ପ୍ରତିନିଧି ଦଳ ସହ ଆଲୋଚନା କରିଥିଲେ ଫୁଜି ସଫ୍ଟ ଆଇଟି କମ୍ପାନୀ । ଭୁବନେଶ୍ୱରରେ ଏକ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରିବାକୁ ଏହି ବିଶ୍ୱସ୍ତରୀୟ କମ୍ପାନୀ ପ୍ରସ୍ତାବ ଦେଇଥିଲା । ନିହୋନ୍-ଉତ୍କଳ(ନିଟକାଲ୍) ଭୁବନେଶ୍ୱରରେ ଏକ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ କରିବାକୁ ମଧ୍ୟ ପ୍ରସ୍ତାବ ଦେଇଛି ।

ଜାପାନର ଲଜିଷ୍ଟିକ୍ ଓ ଷ୍ଟୋରେଜ୍ କ୍ଷେତ୍ରର ଦୁଇ ପ୍ରମୁଖ କମ୍ପାନୀ ଏନୱାଇକେ ଲାଇନସ୍ ପାରାଦ୍ୱୀପ, ଗୋପାଳପୁର ଓ ଧାମରା ବନ୍ଦର ଜରିଆରେ ଗ୍ରିନ୍ ଆମୋନିଆ ପରିବହନ କରିବା ନିମନ୍ତେ ଏକ ଉତ୍ସର୍ଗୀକୃତ ସିପିଙ୍ଗ୍ ଲାଇନ୍ ସ୍ଥାପନ ଲାଗି ପ୍ରସ୍ତାବ ରଖିଛି । ଗ୍ରିନ୍ ହାଇଡ୍ରୋଜେନ୍ ଓ ଗ୍ରିନ୍ ଆମୋନିଆ ଲାଗି ଟ୍ୟାଙ୍କ୍ ଓ ଷ୍ଟୋରେଜ୍ ବ୍ୟବସ୍ଥା ପ୍ରସ୍ତୁତ କରିବା ପାଇଁ ସୁମିଟୋମୋ କର୍ପୋରେସନ ପ୍ରସ୍ତାବ ଦେଇଥିଲା । ଗୋପାଳପୁରସ୍ଥିତ ଏସଇଜେଡ୍ ନିକଟରେ ଏହି ପ୍ରକଳ୍ପ ସ୍ଥାପନ ଲାଗି କମ୍ପାନୀ ଆଗ୍ରହ ଦେଖାଇଛି ।

ଓଡ଼ିଶାରେ ନିପ୍ପନ୍ କେବଳ ଇସ୍ପାତ କାରଖାନା ନୁହେଁ, କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ସହଯୋଗର ହାତ ବଢ଼ାଇଛି । କଳିଙ୍ଗ ଷ୍ଟାଡିୟମ୍ ରେ ଜିମ୍ନାଷ୍ଟିକ୍ ଉଚ୍ଚ ଗୁଣବତ୍ତା କେନ୍ଦ୍ର(ଏଚପିସି) ସ୍ଥାପନ ଲାଗି କମ୍ପାନୀ ସହ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା । ପୁରୀ, ଜୟପୁର ଓ ରାଉରକେଲାରେ ଜିମ୍ନାଷ୍ଟିକ୍ସ ଏକାଡେମୀ କରିବାକୁ କମ୍ପାନୀ ଆଗ୍ରହ ଦେଖାଇଛି ।

ଜାପାନ ଗସ୍ତକାଳରେ ମୁଖ୍ୟମନ୍ତ୍ରୀ ରାଜ୍ୟ କ୍ୟାବିନେଟ୍ ବୈଠକ ଡାକି ପ୍ରବାସୀଙ୍କ ପାଇଁ ଏକ ବଡ଼ ପଦକ୍ଷେପ ନେଇଥିଲେ । ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ “ଓଡ଼ିଶା ପରିବାର ନିଦେ୍ର୍ଦଶାଳୟ’ ଗଠନ କରିବେ । ପ୍ରବାସୀ ଓଡ଼ିଶାବାସୀଙ୍କ ସହ ଉତ୍ତମ ସମ୍ପର୍କ ସ୍ଥାପନ କରିବା ନିମନ୍ତେ ଏହି ନିଦେ୍ର୍ଦଶାଳୟ ଗଠନ ହେବ । ପ୍ରବାସୀ ଓଡ଼ିଆଙ୍କ ଜ୍ଞାନ, କୌଶଳ ତଥା ବିଶ୍ୱସ୍ତରୀୟ ଉପସ୍ଥିତିକୁ ଓଡ଼ିଶାର ଅଗ୍ରଗତିରେ ନିୟୋଜିତ କରିବା ସହ ସେମାନେ ସାମ୍ନା କରୁଥିବା ଅସୁବିଧାର ସମାଧାନ ପାଇଁ ନିର୍ଦ୍ଦେଶାଳୟ ଉଦ୍ୟମ କରିବ ।

Previous Post

କାଲିଠୁ ୧୬ ଯାଏଁ ସ୍କୁଲ ଛୁଟି

Next Post

ଅପରାଧ ମାମଲା ଜିରୋ, ଧନୀ ତାଲିକାରେ ତିନି ନମ୍ବର

Next Post
ଅପରାଧ ମାମଲା ଜିରୋ, ଧନୀ ତାଲିକାରେ ତିନି ନମ୍ବର

ଅପରାଧ ମାମଲା ଜିରୋ, ଧନୀ ତାଲିକାରେ ତିନି ନମ୍ବର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA