Saturday, April 18, 2026 08:32 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଅକ୍ସିଜେନ୍ ବ୍ୟବସ୍ଥା ସହ ଅଧିକ ବେଡ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ

କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ୬ ସୂତ୍ରୀ ମନ୍ତ୍ର

by Our Correspondent
20 Apr, 2021- 09:02 PM
in Latest News, News
1 min read
0
ଅକ୍ସିଜେନ୍ ବ୍ୟବସ୍ଥା ସହ ଅଧିକ ବେଡ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ସବୁଠାରୁ ଖରାପ ସ୍ଥିତିର ସାମନା କରିବା ପାଇଁ ଯେଉଁ ପ୍ରସ୍ତୁତି ଦରକାର ତାହା କର । ଅକ୍ସିଜେନ୍ ସପୋର୍ଟ ସହ ଅଧିକ ବେଡ୍ ପ୍ରସ୍ତୁତ ରଖ । ପ୍ରବାସୀ ଫେରିପାରନ୍ତି, ସେଥିପାଇଁ ପ୍ରସ୍ତୁତ ରୁହ ।

ଆଜି କୋଭିଡ୍ ସ୍ଥିତିର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶାସନକୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ଆମ ରାଜ୍ୟରେ ବେଡ୍ ଓ ଅକ୍ସିଜେନ୍ ସମସ୍ୟା ନ ଥିଲେ ମଧ୍ୟ ସବୁଠାରୁ ଖରାପ ସ୍ଥିତି ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, କରୋନାର ଦ୍ୱିତୀୟ ଲହର ଅନେକ ରାଜ୍ୟରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି । ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଉଥିବାରୁ କିଛି ସହରରେ ସ୍ୱାସ୍ଥ୍ୟସେବା ପ୍ରବଳ ଚାପର ସମ୍ମୁଖୀନ ହୋଇଛି । କିଛି ଦିନ ଧରି ଓଡ଼ିଶାରେ ପଜିଟିଭ୍ ହାର ବଢ଼ିବାରେ ଲାଗିଛି । ବିନା ଲକଡାଉନ୍ ରେ ପରିସ୍ଥିତିର ମୁକାବିଲା କରିବା ଆମେ ସମସ୍ତେ ଚାହୁଁ । ତେଣୁ ସମସ୍ତଙ୍କୁ ସାବଧାନ ହେବାକୁ ପଡ଼ିବ । ମାସ୍କ ଓ ସାମାଜିକ ଦୂରତ୍ୱ ନିୟମକୁ କଡ଼ାକଡ଼ି ମାନିବାକୁ ପଡ଼ିବ । ପ୍ରତ୍ୟେକ ରୋଗୀ ଯେଭଳି ମର୍ଯ୍ୟାଦାର ସହ ଉପଯୁକ୍ତି ଚିକିତ୍ସା ସେବା ପାଇପାରିବେ ଏବଂ ପ୍ରତିଟି ମୂଲ୍ୟବାନ ଜୀବନ ବଞ୍ଚାଇବାକୁ ଶତଚେଷ୍ଟା ରହିବ ମୁଖ୍ୟମନ୍ତ୍ରୀ ତାହା ଉପରେ ଗୁରୁତ୍ୱ ଦେଇଛନ୍ତି ।

ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ୬ ସୂତ୍ରୀ ମନ୍ତ୍ର

୧-କୋଭିଡ୍ ହସ୍ପିଟାଲ୍ ଓ କୋଭିଡ୍ କେୟାର୍ ସେଣ୍ଟର ଗୁଡ଼ିକରେ ବେଡ୍ ଆହୁରି ବଢ଼ାଅ । ଅଧିକରୁ ଅଧିକ ଅକ୍ସିଜେନ୍ ସପୋର୍ଟ ବେଡ୍ ଉପରେ ଧ୍ୟାନ ଦିଅ । ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ବ୍ୟବସ୍ଥା କାମ କରୁ ।

୨-ଅକ୍ସଜେନ୍ ଯୋଗାଣ ସ୍ଥିତିକୁ ଭଲଭାବେ ତଦାରଖ କର । ଡାକ୍ତରଖାନା ଗୁଡ଼ିକରେ ଆବଶ୍ୟକ ଉପକରଣକୁ ପ୍ରାଥମିକତା ଭିତ୍ତିରେ ଉପଲବ୍ଧ କରାଅ ।

୩- ପର୍ଯ୍ୟାପ୍ତ ଔଷଧ ମହଜୁଦ ରଖ ।

୪- ଆଇଇସି ଅଭିଯାନ ଆହୁରି ଜୋରଦାର ହେଉ । ଜନସାଧାରଣଙ୍କ ସହିତ ମିଶନ ଶକ୍ତି ଏବଂ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କୁ କୋଭିଡ୍ ସଚେତନତା କାର୍ଯ୍ୟକ୍ରମରେ ସାମିଲ କରାଯାଉ ।

୫-ସମସ୍ତ କୋଭିଡ୍ ନିୟମ ଅନୁପାଳନକୁ ଦୃଢ଼ ଭାବରେ ଲାଗୁ କରିବା କାର୍ଯ୍ୟକ୍ରମ ଜାରି ରହୁ ।

୬-କୋଭିଡ୍ ପରିସ୍ଥିତି ସାଂଘାତିକ ଥିବା ରାଜ୍ୟରୁ ପ୍ରବାସୀମାନେ ଆସିପାରନ୍ତି । ସେଥିପାଇଁ ଜିଲ୍ଲାପାଳମାନେ ପ୍ରସ୍ତୁତ ରହିବା ଆବଶ୍ୟକ । ପ୍ରବାସୀଙ୍କ ଆଗମନ ପରିଚାଳନା ପାଇଁ ପୂର୍ବରୁ ଯେଉଁ ପ୍ରୋଟୋକଲ୍ ଥିଲା, ତାକୁ ବର୍ତ୍ତମାନର ଟାଡା ବେସ୍ ଅନୁଯାୟୀ ପୁନର୍ବାର କାର୍ଯ୍ୟକାରୀ କର । ପ୍ରବାସୀଙ୍କ ଟେଷ୍ଟିଂ ଓ ସଙ୍ଗରୋଧ ବ୍ୟବସ୍ଥାକୁ ସୁନିଶ୍ଚିତ କର ।

ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ ଜେନା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ ବୈଠକ ପରିଚାଳନା କରିଥିଲେ ।

Previous Post

ମେ’ ୧ ରୁ ସମସ୍ତଙ୍କୁ ଟିକା

Next Post

ଦେଶବାସୀଙ୍କୁ ସାହାସ ଓ ଧୈର୍ଯ୍ୟ ଦେଲେ ପ୍ରଧାନମନ୍ତ୍ରୀ

Next Post
ଦେଶବାସୀଙ୍କୁ ସାହାସ ଓ ଧୈର୍ଯ୍ୟ ଦେଲେ ପ୍ରଧାନମନ୍ତ୍ରୀ

ଦେଶବାସୀଙ୍କୁ ସାହାସ ଓ ଧୈର୍ଯ୍ୟ ଦେଲେ ପ୍ରଧାନମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA