Monday, April 20, 2026 07:24 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ତଦନ୍ତର କୌଣସି ଦିଗକୁ ଛଡ଼ାଯାଉନାହିଁ: ମୁଖ୍ୟମନ୍ତ୍ରୀ

ନବ ଦାସ ହତ୍ୟା ମାମଲାରେ ବିଧାନସଭା ବିବୃତି

by Our Correspondent
22 Feb, 2023- 12:49 PM
in Latest News, News
1 min read
0
ତଦନ୍ତର କୌଣସି ଦିଗକୁ ଛଡ଼ାଯାଉନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭାରେ ବିବୃତି ରଖିଛନ୍ତି । ଗୃହକୁ ଆଶ୍ୱାସନା ଦେଇଛନ୍ତି କି ଏହି ମାମଲାର ତଦନ୍ତରେ କୌଣସି ଦିଗକୁ ଛଡ଼ାଯିବ ନାହିଁ । ସ୍ୱଚ୍ଛ ଓ ନିରପେକ୍ଷ ତଦନ୍ତ ପାଇଁ ଭାରତ ଓ ଭାରତ ବାହାରର ଶ୍ରେଷ୍ଠ ଫୋରେନସିକ୍ ବିଶେଷଜ୍ଞଙ୍କର ସହଯୋଗ ନିଆଯାଉଛି । ରାଜ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ଅଭିଯୁକ୍ତର ଆଚାର ବ୍ୟବହାର ବିଶ୍ଲେଷଣ ପାଇଁ ଆମେରିକାର ଫେଡେରାଲ୍ ବୁ୍ୟରୋ ଅଫ ଇନଭେଷ୍ଟିଗେସନ୍ ର ସହାୟତା ନିଆଯାଇଛି । କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟକୁ ଏଥିରେ ସହଯୋଗ ପାଇଁ ଅନୁରୋଧ କରାଯାଇଥିବା ମୁଖ୍ୟମନ୍ତ୍ରୀ ଗୃହକୁ ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ନବ ଦାସଙ୍କ ମୃତ୍ୟୁ ଘଟଣା ମୋତେ ବହୁତ କଷ୍ଟ ଓ ବ୍ୟଥିତ କରିଛି । ଆମେ ଜଣେ କ୍ୟାବିନେଟ୍ ସହଯୋଗୀଙ୍କୁ ହରାଇଛୁ । ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ସେ ଅଙ୍ଗୀକାରବଦ୍ଧ ଥିଲେ । ଜାନୁଆରୀ ୨୯ ତାରିଖ ଦିନ ୧୨ଟା ୩୫ରେ ପୁଲିସ ଏଏସଆଇ ଗୋପାଳ ଦାସ ନିଜ ସର୍ଭିସ୍ ରିଭଲଭର୍ ରୁ ତାଙ୍କୁ ଗୁଳି କରିଥିଲେ । ତାଙ୍କୁ ବଞ୍ଚାଇବା ପାଇଁ ବହୁତ ଉଦ୍ୟମ କରାଯାଇଥିଲେ ବଞ୍ଚାଇ ହେଲାନି ।

ଏହି ମାମଲାର ତଦନ୍ତ ଭାର ତୁରନ୍ତ କ୍ରାଇମବ୍ରାଞ୍ଚ କୁ ଦିଆଯାଇଛି । ତଦନ୍ତରେ ସ୍ୱଚ୍ଛତା ପାଇଁ ରାଜ୍ୟ ସରକାର ମାନ୍ୟବର ହାଇକୋର୍ଟଙ୍କୁ ଚିଠି ଲେଖି ଜଣେ ସିଟିଂ କିମ୍ବା ଅବସରପ୍ରାପ୍ତ ବିଚାରପତିଙ୍କୁ ମନିଟରିଂ ଦାୟିତ୍ୱ ଦେବା ପାଇଁ ଅନୁରୋଧ କରିଥିଲେ । ମାନ୍ୟବର ହାଇକୋର୍ଟ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଜେ.ପି.ଦାସଙ୍କୁ ମନୋନୀତ କରିଛନ୍ତି ।

ମାମଲାର ସତ୍ୟାସତ୍ୟ ବାହାର ପାଇଁ ସବୁ ଦିଗରୁ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦିଆଯାଇଛି । କ୍ରାଇମବ୍ରାଞ୍ଚ ଏ ଦିଗରେ ଆଗକୁ ଯାଇଛି । ରାଜ୍ୟ ଫୋରେନସିକ ଲାବରେଟୋରି, କେନ୍ଦ୍ରୀୟ ଫୋରେନସିକ୍ ଲାବ୍ ଏବଂ ଗୁଜୁରାଟ ରାଜ୍ୟ ଫୋରେନସିକ ସାଇନ୍ସ ଲାବ୍ ଓଡ଼ିଶା କ୍ରାଇମବ୍ରାଞ୍ଚକୁ ସହାୟତା ଦେଉଛନ୍ତି । ଫୋରେନସିକ ଏବଂ ନାର୍କୋ ଟେଷ୍ଟଠାରୁ ଆରମ୍ଭ କରି ଅଭିଯୁକ୍ତ ଗୋପାଳ ଦାସର ବିଜ୍ଞାନସମ୍ମତ ସବୁ ପ୍ରକାରର ପରୀକ୍ଷା ନିରୀକ୍ଷା କରାଯାଇଛି ।

ତେବେ ଏହି ଜଘନ୍ୟ ଓ ସମ୍ବେଦନଶୀଳ ଘଟଣାକୁ ଯେଭଳି ରାଜନୀତିକରଣ କରାଯାଇଛି ତାହା ମୋତେ ଅତ୍ୟନ୍ତ ମର୍ମାହତ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଖାଲି ସେତିକି ନୁହେଁ, ନିରାଧାର ଏବଂ ଉଦ୍ଦେଶ୍ୟମୂଳକ ଅଭିଯୋଗ ମଧ୍ୟ ଅଣାଯାଉଛି । ଯାହାକି ଆହୁରି ବ୍ୟଥିତ କରୁଛି । ବିଚାର ବିଭାଗର ତତ୍ତ୍ୱାବଧାନରେ ମାମଲାର ତଦନ୍ତ ଚାଲିଥିବା ବେଳେ ଏହାକୁ ରାଜନୀତିକରଣ କରି ଅମୂଳକ ଅଭିଯୋଗ କ’ଣ ପାଇଁ? ବିଚାର ବିଭାଗ ଉପରେ ଆମେ ଆସ୍ଥା ଓ ବିଶ୍ୱାସ ରଖିବା ଦରକାର । ଏହାକୁ ନେଇ ନିମ୍ନସ୍ତରର ରାଜନୀତି ଆଦୌ ସ୍ପୃହଣୀୟ ନୁହେଁ ।

ଏହି ପରିପ୍ରେକ୍ଷୀରେ ବିରୋଧୀ ଦଳର ନେତା ବିଶେଷ କରି ବିଜେପି ନେତାଙ୍କ ମନ୍ତବ୍ୟ ମୋତେ ବ୍ୟଥିତ କରିଛି । ପୁଲିସ ବଳ ଉପରେ ସେମାନଙ୍କର ଟିପ୍ପଣୀ ମଧ୍ୟ ଦୁର୍ଭାଗ୍ୟଜନକ । ଏହାକୁ ସେମାନଙ୍କ ମନୋବଳକୁ ଭାଙ୍ଗି ଦେଉଛି । ରାଜ୍ୟର ୯୦ ହଜାର ପୁଲିସ ଏବଂ ହୋମଗାର୍ଡଙ୍କ ପ୍ରତି ଏହା ଅପମାନ ।

ସେହିଭଳି ସାମ୍ବିଧାନିକ ଉଚ୍ଚ ପଦବୀରେ ଥାଇ ଜଣେ କର୍ତ୍ତବ୍ୟରତ ମହିଳା ଆଇଆଇସିଙ୍କୁ ଆକ୍ରମଣ ଘଟଣା ଅତ୍ୟନ୍ତ ନିନ୍ଦନୀୟ । ଓଡ଼ିଶା ସବୁବେଳେ ମହିଳାଙ୍କୁ ସମ୍ମାନ ଦିଏ । ଏହି ଲଜ୍ଜାଜନକ ଆଚରଣ କ୍ଷମଣୀୟ ନୁହେଁ ।

ରାଜ୍ୟରେ ଆଲୋଚନା ପାଇଁ ଅନେକ ପ୍ରସଙ୍ଗ ରହିଛି । ମାତ୍ର ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ରାଜନୀତି କରିବା ଆଦୌ ଠିକ୍ ନୁହେଁ । ଏହି ଜଘନ୍ୟ ଘଟଣାର ପର୍ଦ୍ଦାଫାସ କରି ମୃତକଙ୍କ ପରିବାରକୁ ନ୍ୟାୟ ଦେବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ରାଜ୍ୟବାସୀଙ୍କର ମୋ ଉପରେ ବିଶ୍ୱାସ ଅଛି । ସେହି ବିଶ୍ୱାସ ଅତୁଟ ରଖିବି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Previous Post

ଧର୍ମେନ୍ଦ୍ର ଓ ଜୟନାରାୟଣଙ୍କ ଉପରେ ବର୍ଷିଲା ବିଜେଡି

Next Post

ବିଶ୍ୱଭୂଷଣଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଲେ ଜଗନ୍

Next Post
ବିଶ୍ୱଭୂଷଣଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଲେ ଜଗନ୍

ବିଶ୍ୱଭୂଷଣଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଲେ ଜଗନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA