Thursday, April 30, 2026 09:14 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଟିକା ସଙ୍କଟ: ସବୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

'କେନ୍ଦ୍ର ଟିକା ଆଣି ରାଜ୍ୟମାନଙ୍କୁ ବାଣ୍ଟୁ'

by Our Correspondent
02 Jun, 2021- 04:11 PM
in Latest News, News
1 min read
0
ଟିକା ସଙ୍କଟ: ସବୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଟିକାକରଣ ଏକମାତ୍ର ବିକଳ୍ପ ହୋଇଥିବା ବେଳେ ଟିକାର ଅଭାବ ରାଜ୍ୟ ସରକାରଙ୍କୁ ଚିନ୍ତାରେ ପକାଇଛି । ଗ୍ଲୋବାଲ୍ ଟେଣ୍ଡର ପ୍ରତି ବିଦେଶୀ ଟିକା ଉତ୍ପାଦନକାରୀ କମ୍ପାନୀ ଅନାଗ୍ରହ ଦେଖାଇ କେନ୍ଦ୍ର ସରକାରଙ୍କ ସହ ଡିଲ୍ ଚାହିଁବା ଏବଂ ଦେଶୀୟ ଟିକା ଉତ୍ପାଦନକାରୀଙ୍କ ପାଖରେ ଚାହିଦା ମେଣ୍ଟାଇବାର ସାମର୍ଥ ନ ଥିବା କାରଣରୁ ରାଜ୍ୟ ପାଇଁ ଟିକା ପାଇବା କାଠିକର ପାଠ ହୋଇଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକା ସଙ୍କଟ ଦୂର ପାଇଁ ସବୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହମତି ଲୋଡିଛନ୍ତି । କେନ୍ଦ୍ର ଟିକା ଆଣି ରାଜ୍ୟମାନଙ୍କୁ ବାଣ୍ଟୁ ବୋଲି ନବୀନ ଲେଖିଛନ୍ତି ।

ନବୀନ ଲେଖିଛନ୍ତି, ବର୍ତ୍ତମାନ ଦେଶ ମହାମାରୀ ସଙ୍କଟ ଦେଇ ଗତି କରୁଛି । ଦ୍ୱିତୀୟ ଲହର ଲୋକମାନଙ୍କୁ ବେଶୀ ଆତଙ୍କିତ କରିଛି । ଉଭୟ ଜୀବନ ଓ ଜୀବିକା କ୍ଷେତ୍ରରେ ସବୁ ଭାରତୀୟ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି । ସୁତରାଂ ଏଥିରୁ ମୁକ୍ତି ପାଇବାର ଏକମାତ୍ର ବାଟ ହେଉଛି ଟିକାକରଣ । ଯେଉଁ ଦେଶ ଏହାକୁ ଗୁରୁତ୍ୱ ଦେଇଛି, ସ୍ଥିତି ସେଠି ଭଲ ଅଛି । ଆମକୁ ଯୁଦ୍ଧକାଳୀନ ଭିତ୍ତିରେ ଏହାକୁ କାର୍ଯ୍ୟକାରୀ କରିବାର ଅଛି । ନଚେତ୍ ଆମେ କେହି ସୁରକ୍ଷିତ ରହିପାରିବା ନାହିଁ । ରାଜ୍ୟ ରାଜ୍ୟ ମଧ୍ୟରେ ଟିକା କିଣିବା ପାଇଁ ପ୍ରତିଦ୍ୱନ୍ଦିତା ଛାଡ଼ି ସବୁ ଲୋକଙ୍କ ମଧ୍ୟରେ ଟିକା କେମିତି ପହଞ୍ଚିପାରିବ ତାହାର ବ୍ୟବସ୍ଥା କରାଯାଉ ।

ଭାରତ ସରକାରଙ୍କ ତୃତୀୟ ପର୍ଯ୍ୟାୟ ଟିକାକରଣରେ ୧୮ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କୁ ସାମିଲ କରାଯିବା ପରେ ଟିକାର ଚାହିଦା ବଢ଼ିଯାଇଛି । ଅନେକ ରାଜ୍ୟ ଟିକା ପାଇଁ ଗ୍ଲୋବାଲ୍ ଟେଣ୍ଡରର ଆଶ୍ରୟ ନେଇଛନ୍ତି । ମାତ୍ର ବିଦେଶୀ କମ୍ପାନୀମାନେ ରାଜ୍ୟ ସରକାରଙ୍କ ସହ ସପ୍ଲାଇ କଣ୍ଟାକ୍ଟ କରିବାକୁ ଚାହୁଁନାହାନ୍ତି । ସେଥିପାଇଁ କେନ୍ଦ୍ର ସରକାରଙ୍କ ମଂଜୁରୀ ଚାହୁଁଛନ୍ତି । ଅନ୍ୟପକ୍ଷରେ ଦେଶୀୟ କମ୍ପାନୀ ଚାହିଦା ମୁତାବକ ଟିକା ଯୋଗାଇବାକୁ ସମର୍ଥ ନୁହଁନ୍ତି ।

ଏଭଳି ସ୍ଥିତିରେ ଉତ୍ପାଦନକାରୀଙ୍କଠାରୁ କେନ୍ଦ୍ର ସରକାର ଟିକା ଆଣି ରାଜ୍ୟମାନଙ୍କୁ ବାଣ୍ଟିବା ହେଉଛି ଶ୍ରେଷ୍ଠ ବିକଳ୍ପ । ସେହିଭଳି ଟିକାକରଣ କାର୍ଯ୍ୟକ୍ରମକୁ ବିକେନ୍ଦ୍ରୀକରଣ କରାଯାଇ ନିଷ୍ପତ୍ତି ରାଜ୍ୟ ମାନଙ୍କ ଉପରେ ଛାଡ଼ିଦେବା ଉଚିତ । ଯେମିତିକି, ପାହାଡିଆ ଅଞ୍ଚଳରେ ମୋବାଇଲ୍ ନେଟୱର୍କ ନଥିବାରୁ ଅନଲାଇନ୍ ପଂଜିକରଣ ସମ୍ଭବ ନୁହେଁ । ସେ କ୍ଷେତ୍ରରେ ରାଜ୍ୟ ସରକାର କୋହଳ ନୀତି ଗ୍ରହଣ କରିପାରିବେ ।

ଏ ପ୍ରସଙ୍ଗରେ ସବୁ ରାଜ୍ୟ ଏକମତ ହୋଇ ତୁରନ୍ତ ସମସ୍ୟା ସମାଧାନ କରିବାର ଆବଶ୍ୟକତା ଅଛି । ଦଳମତ ନିର୍ବିଶେଷରେ ସମସ୍ତେ ଏକଜୁଟ୍ ହୋଇ ସମ୍ଭାବ୍ୟ ତୃତୀୟ ଲହର ପୂର୍ବରୁ ଟିକା ସଙ୍କଟ ଦୂର ପାଇଁ ନବୀନ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ।

ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଆମେ ଏଭଳି ଏକ କଠିନ ପରିସ୍ଥିତିର ସାମନା କରୁଛେ । ଏକ ସଂଘୀୟ ବ୍ୟବସ୍ଥା ଭିତରେ ଲୋକଙ୍କ ଜୀବନ ଓ ଜୀବିକା ସୁରକ୍ଷା ଆମ ପାଇଁ ସର୍ବ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ।

Previous Post

କୋଭିଡ୍ ରେ ଅନାଥ ମହିଳା ଓ ପିଲାଙ୍କୁ ୧୫ ଦିନରେ ପେନସନ୍

Next Post

ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ

Next Post
ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ

ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA