ଭୁବନେଶ୍ୱର: କରୋନା ସଂକ୍ରମିତଙ୍କୁ ଅତିଶୀଘ୍ର ଚିହ୍ନଟ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି । ୧୬ ଜିଲ୍ଲା ସଦର ମହକୁମାରେ ଆରଟି-ପିସିଆର ଲାବ୍ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ୨୦ କୋଟି ଟଙ୍କା ମଂଜୁର କରିଛନ୍ତି ।
ଭଦ୍ରକ, ବୌଦ୍ଧ, ଢ଼େଙ୍କାନାଳ, ଗଜପତି, ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ନବରଙ୍ଗପୁର, ମାଲକାନଗିରି, ନୂଆପଡ଼ା, ସୋନପୁର, କନ୍ଧମାଳ, ସୁନ୍ଦରଗଡ଼, ରାୟଗଡ଼ା ଓ ବରଗଡ଼ଠାରେ ଏହି ଲାବ୍ ପ୍ରତିଷ୍ଠା ହେବ । ପ୍ରତି ଲାବ୍ ରେ ଜଣେ ଲେଖାଏଁ ମାଇକ୍ରୋବାଇଓଲୋଜିଷ୍ଟ ଓ ୩ ଜଣ ଲାବ୍ ଟେକ୍ନିସିଆନ୍ ଙ୍କୁ ନିୟୋଜିତ କରାଯିବ । ଏହି ଟେଷ୍ଟ ସେଣ୍ଟରଗୁଡ଼ିକ ପ୍ରତିଦିନ ଖୋଲା ରହିବ ।
କରୋନା ସଂକ୍ରମଣକୁ ରୋକିବା ଓ ତୁରନ୍ତ ଚିକିତ୍ସା ଆରମ୍ଭ କରିବାରେ ଏହା ବିଶେଷ ସହାୟକ ହେବ ବୋଲି କୁହାଯାଇଛି ।