Wednesday, July 29, 2026 02:26 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନାଇଡୁ କମିସନ ରିପୋର୍ଟ ଗାଏବ ପଛରେ ଷଡ଼ଯନ୍ତ୍ର: ମୁଖ୍ୟମନ୍ତ୍ରୀ

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଉପରେ ଲିଖିତ ପୁସ୍ତକ ଉନ୍ମୋଚନ

by Our Correspondent
28 Jul, 2026- 11:00 PM
in Latest News, News
1 min read
0
ନାଇଡୁ କମିସନ ରିପୋର୍ଟ ଗାଏବ ପଛରେ ଷଡ଼ଯନ୍ତ୍ର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୨୦୦୮ ମସିହା ଜନ୍ମାଷ୍ଟମୀ ରାତିର ହତ୍ୟାକାଣ୍ଡ ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ ତତ୍କାଳୀନ ସରକାରଙ୍କ ବିଫଳତା ଓ ତୁଷ୍ଟୀକରଣ ରାଜନୀତିକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଜଷ୍ଟିସ୍ ନାଇଡୁ କମିଶନ୍‌ଙ୍କ ରିପୋର୍ଟ ଓ ଫାଇଲ୍ ଲୋକସେବା ଭବନରୁ ଗାଏବ ହେବା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର। ଏହି ଘଟଣାର ପର୍ଦ୍ଦାଫାଶ କରିବା ପାଇଁ ଫାଇଲ୍ ହଜିବା ମାମଲାର ତଦନ୍ତ ଦାୟିତ୍ୱ କ୍ରାଇମ୍‌ବ୍ରାଞ୍ଚକୁ ଦିଆଯାଇଛି। ସତ୍ୟର ଉନ୍ମୋଚନ ନିଶ୍ଚିତ ହେବ ଏବଂ ଏହି ହତ୍ୟାକାଣ୍ଡ ପଛରେ ଥିବା ପ୍ରକୃତ ଦୋଷୀଙ୍କୁ ଆମ ସରକାର କୌଣସି ପରିସ୍ଥିତିରେ ଛାଡ଼ିବ ନାହିଁ ବୋଲି ସେ ରାଜ୍ୟବାସୀଙ୍କୁ ଦୃଢ଼ ଆଶ୍ୱାସନା ଦେଇଛନ୍ତି।

ଆଜି ସ୍ଥାନୀୟ ରେଳ ଅଡିଟୋରିଅମ ଠାରେ ଆୟୋଜିତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଉପରେ ରଚିତ ‘ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ: କୃତି ଓ ବ୍ୟକ୍ତିତ୍ୱ’ ପୁସ୍ତକର ଉନ୍ମୋଚନ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯ, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ତ୍ୟାଗ, ସଂଘର୍ଷ, ଜନଜାତିଙ୍କ ସେବା ଓ ରାଷ୍ଟ୍ରସେବାର କାହାଣୀ ଆଗାମୀ ପିଢ଼ି ପାଇଁ ପ୍ରେରଣାର ମୁଖ୍ୟ ଉତ୍ସ । ଜଣେ ମହାପୁରୁଷଙ୍କ ଜୀବନୀ କେବଳ ଅତୀତର ଘଟଣାବଳୀର ସମାହାର ନୁହେଁ, ବରଂ ତାହା ଆଗାମୀ ଯୁବପିଢ଼ି ପାଇଁ ମାର୍ଗଦର୍ଶକ ସାଜିଥାଏ । ସମାଜର ଶେଷ ଧାଡ଼ିରେ ଛିଡ଼ା ହୋଇଥିବା ଅବହେଳିତ ମାନବସମାଜର କଲ୍ୟାଣ ପାଇଁ ସ୍ୱାମୀଜୀଙ୍କର ଉତ୍ସର୍ଗୀକୃତ ସାଧନା ଏବଂ ରାଷ୍ଟ୍ରଚେତନାର ପ୍ରସାର, ଆମ ସଂସ୍କୃତିକୁ ସଦାସର୍ବଦା ଋଦ୍ଧିମନ୍ତ କରିରଖିବ । ସ୍ୱାମୀଜୀଙ୍କ ଜୀବନୀ ଉପରେ ରଚିତ ପୁସ୍ତକ ‘ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ: କୃତି ଓ ବ୍ୟକ୍ତିତ୍ୱ’, ଆଗାମୀ ଦିନରେ ସ୍କୁଲ, କଲେଜ ଲାଇବ୍ରେରୀ ମାନଙ୍କରେ ଶୋଭା ପାଇବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ସ୍ୱାମୀଜୀ କେବଳ ଜଣେ ସନ୍ନ୍ୟାସୀ ନଥିଲେ, ବରଂ କନ୍ଧମାଳର ବନବାସୀ ଭାଇଭଉଣୀଙ୍କ ପାଇଁ ସାକ୍ଷାତ ରକ୍ଷାକବଚ ଓ ଜାଗ୍ରତ ଆଧ୍ୟାତ୍ମିକ ଚେତନାର ପୁରୁଷ ଥିଲେ। ଚକାପାଦ ଓ ଜଲେଶପଟ୍ଟା ଆଶ୍ରମ ମାଧ୍ୟମରେ ସେ ବନବାସୀ ଝିଅମାନଙ୍କୁ ଶିକ୍ଷିତ ଓ ଆତ୍ମନିର୍ଭରଶୀଳ କରିବା ସହ ଅବୈଧ ଧର୍ମାନ୍ତରୀକରଣ, ଗୋ-ହତ୍ୟା ଏବଂ ଦେଶବିରୋଧୀ ଷଡ଼ଯନ୍ତ୍ର ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ।

ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଅମୂଲ୍ୟ ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ଓଡ଼ିଶା ସରକାର ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ, ଫୁଲବାଣୀକୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନାମିତ କରାଯାଇଛି ବୋଲି କହିଛନ୍ତି । ଏହା ସହିତ ଜଲେଶପଟ୍ଟା ଆଶ୍ରମର ଐତିହ୍ୟ ସଂରକ୍ଷଣ, ୩୦୦ ଆସନ ବିଶିଷ୍ଟ ଛାତ୍ରୀ ନିବାସ ନିର୍ମାଣ ଏବଂ ଜଳ ଯୋଗାଣ ଭଳି ଭୌତିକ ଭିତ୍ତିଭୂମିର ବିକାଶ ପାଇଁ ୧୩ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ସେ ପ୍ରକାଶ କରିଛନ୍ତି, ଯାହାର କାର୍ଯ୍ୟ ଅତି ଶୀଘ୍ର ଆରମ୍ଭ ହେବ। ଆଗାମୀ ଅଗଷ୍ଟ ୨୧ରୁ ଆରମ୍ଭ ହେବାକୁ ଯାଉଥିବା ସ୍ୱାମୀଜୀଙ୍କ ଜନ୍ମ ଶତବାର୍ଷିକୀ ବର୍ଷରେ ତାଙ୍କର ଆଦର୍ଶକୁ ରାଜ୍ୟର ପ୍ରତ୍ୟେକ ଗାଁ ଓ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟଗୁଡ଼ିକରେ ସେମିନାର୍ ଓ କର୍ମଶାଳା ମାଧ୍ୟମରେ ପହଞ୍ଚାଯିବ।

୨୦୦୮ ମସିହା ଜନ୍ମାଷ୍ଟମୀ ରାତିର ହତ୍ୟାକାଣ୍ଡ ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ ତତ୍କାଳୀନ ସରକାରଙ୍କ ବିଫଳତା ଓ ତୁଷ୍ଟୀକରଣ ରାଜନୀତିକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଜଷ୍ଟିସ୍ ନାଇଡୁ କମିଶନ୍‌ଙ୍କ ରିପୋର୍ଟ ଓ ଫାଇଲ୍ ଲୋକସେବା ଭବନରୁ ଗାଏବ ହେବା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର। ଏହି ଘଟଣାର ପର୍ଦ୍ଦାଫାଶ କରିବା ପାଇଁ ଫାଇଲ୍ ହଜିବା ମାମଲାର ତଦନ୍ତ ଦାୟିତ୍ୱ କ୍ରାଇମ୍‌ବ୍ରାଞ୍ଚକୁ ଦିଆଯାଇଛି। ସତ୍ୟର ଉନ୍ମୋଚନ ନିଶ୍ଚିତ ହେବ ଏବଂ ଏହି ହତ୍ୟାକାଣ୍ଡ ପଛରେ ଥିବା ପ୍ରକୃତ ଦୋଷୀଙ୍କୁ ଆମ ସରକାର କୌଣସି ପରିସ୍ଥିତିରେ ଛାଡ଼ିବ ନାହିଁ ବୋଲି ସେ ରାଜ୍ୟବାସୀଙ୍କୁ ଦୃଢ଼ ଆଶ୍ୱାସନା ଦେଇଛନ୍ତି।

ଏଥିସହିତ ଏହି ପୁସ୍ତକର ସ୍ରଷ୍ଟା  ବିପିନ ବିହାରୀ ନନ୍ଦ ଓ  ବାଂଛାନିଧି ପଣ୍ଡାଙ୍କ ଦ୍ୱାରା ଓଡ଼ିଆ ଓ ହିନ୍ଦୀ ଭାଷାରେ ରଚିତ ଏହି ଗ୍ରନ୍ଥ ଯୁବସମାଜକୁ ରାଷ୍ଟ୍ରଭକ୍ତି, ତ୍ୟାଗ ଓ ଆଧ୍ୟାତ୍ମିକତାରେ ଅନୁପ୍ରାଣିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ତଥା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରକାର୍ଯ୍ୟବାହ ଦତ୍ତାତ୍ରେୟ ହୋସବୋଲେ ସ୍ୱାମୀଜୀଙ୍କୁ ଜଣେ ମହାପୁରୁଷ ଭାବେ ଅଭିହିତ କରି କହିଛନ୍ତି ଯେ, ସେ ନିଜ ଜୀବନକାଳ ମଧ୍ୟରେ ଧର୍ମ ଜାଗୃତି ଓ ଧର୍ମ ରକ୍ଷା ଦିଗରେ ସାଧାରଣ ଜନତାଙ୍କୁ ଜ୍ଞାନ ପ୍ରଦାନ କରିବା ସହ ପ୍ରେରଣା ଦେଇଥିଲେ ଏବଂ ଧର୍ମ ବିରୋଧୀ କାର୍ଯ୍ୟରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଥିଲେ। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଜଣେ ବ୍ୟକ୍ତି ନଥିଲେ ବରଂ ଥିଲେ ଏକ ଦୃଢ଼ ଶକ୍ତି। ଗୃହସ୍ଥ୍ୟ ଜୀବନ ପରେ ମଧ୍ୟ ଏକ ଆଧ୍ୟାତ୍ମିକ ଜୀବନ ବିତାଉଥିବା ଏହି ମହାପୁରୁଷ ବାଲ୍ୟକାଳରୁ ଗୋ ରକ୍ଷା ଦିଗରେ ସମ୍ପୂର୍ଣ୍ଣ ସମର୍ପିତ ଥିଲେ ଏବଂ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ଦୁଃଖ ଦୂର କରିବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ, ତେଣୁ ଆମ ସମସ୍ତଙ୍କର ତାଙ୍କରି ଦେଖାଇଥିବା ମାର୍ଗ ଓ ଆଦର୍ଶକୁ ଅନୁସରଣ କରି ଜୀବନରେ ଆଗକୁ ଚାଲିବା ଉଚିତ ବୋଲି କହିଥିଲେ ।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ, କ୍ରାନ୍ତିକାରୀ ଓ ଗଡ଼ଜାତ ଆନ୍ଦୋଳନର ଅଗ୍ରଣୀ ନେତା ଭାବେ ଅଭିହିତ କରିଛନ୍ତି। ବର୍ତ୍ତମାନର ଫୁଲବାଣୀ, (କନ୍ଧମାଳ) ଜିଲ୍ଲାର ସୁରକ୍ଷା ଓ ବିକାଶରେ ସ୍ୱାମୀଜୀଙ୍କ ଅବଦାନ ଅତୁଳନୀୟ। ନାରୀଶିକ୍ଷାର ପ୍ରସାର ଏବଂ ସମାଜର ସମସ୍ତ ବର୍ଗଙ୍କୁ ସ୍ଵାବଲମ୍ବୀ କରିବା ପାଇଁ ସେ ନିରନ୍ତର କାର୍ଯ୍ୟ କରିଥିଲେ। ସ୍ୱାମୀଜୀଙ୍କ ଏହି ମହାନ ଆଦର୍ଶ ଓ ପ୍ରେରଣା ଓଡ଼ିଶାର ସମୃଦ୍ଧି ସହ ଏକ ‘ବିକଶିତ ଭାରତ’ ଗଠନ ଦିଗରେ ମାର୍ଗଦର୍ଶକ ସାଜିବ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଆଧ୍ୟାତ୍ମିକ ଗୁରୁ ସ୍ୱାମୀ ପରମହଂସ ପ୍ରଜ୍ଞାନାନନ୍ଦ, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ସ୍ମୃତିନ୍ୟାସର ଅଧ୍ୟକ୍ଷ ସ୍ୱାମୀ ଜୀବନ ମୁକ୍ତାନନ୍ଦ ଏବଂ ମନସୁଖଲାଲ ସେଠିଆ ପ୍ରମୁଖ ମଞ୍ଚାସୀନ ହୋଇ ସମାରୋହର ଶୋଭାବର୍ଦ୍ଧନ କରିଥିଲେ। ଏହାସହିତ ସ୍ୱାମୀଜୀଙ୍କ ଅମୂଲ୍ୟ ଜୀବନୀ ଓ ସାଧନାକୁ ଗ୍ରନ୍ଥରୂପ ଦେଇଥିବା ଶ୍ରଦ୍ଧେୟ ଲେଖକ ଦ୍ୱୟ ବିପିନ ବିହାରୀ ନନ୍ଦ ଏବଂ ବାଂଛାନିଧି ପଣ୍ଡା ମଧ୍ୟ ଏହି ଆଲେଖ୍ୟ ଉନ୍ମୋଚନ ଅବସରରେ ଉପସ୍ଥିତ ଥିଲେ।

Previous Post

୯୬% ଅଭିଯୋଗର ସମାଧାନ

Next Post

ଧର୍ମେନ୍ଦ୍ରଙ୍କୁ ସମ୍ବର୍ଦ୍ଧନା ରାଜନୀତି

Next Post
ଧର୍ମେନ୍ଦ୍ରଙ୍କୁ ସମ୍ବର୍ଦ୍ଧନା ରାଜନୀତି

ଧର୍ମେନ୍ଦ୍ରଙ୍କୁ ସମ୍ବର୍ଦ୍ଧନା ରାଜନୀତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA