Tuesday, April 21, 2026 12:57 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ମାନସ ମର୍ଡର୍ କାହାଣୀ କହିଲେ ଶର୍ମିଷ୍ଠା

୩ କ୍ରାଇମ୍ ସ୍ପଟ୍ ରେ ସିନ୍ ରିକ୍ରିଏସନ୍

by Our Correspondent
01 Apr, 2022- 07:53 PM
in Crime, Latest News, News
1 min read
0
ମାନସ ମର୍ଡର୍ କାହାଣୀ କହିଲେ ଶର୍ମିଷ୍ଠା

ଭୁବନେଶ୍ୱର: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କୁ ଉଠାଇ ନେଇ ମାରିବା ଏବଂ ଶବକୁ ଅନ୍ୟତ୍ର ପୋତିବାର ସତ କାହାଣୀ କ୍ରାଇମବ୍ରାଞ୍ଚ ଆଗରେ ମାନିଯାଇଛନ୍ତି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ । ସହଯୋଗୀମାନଙ୍କ ସହ ମିଶି କେମିତି ଏହି ଜଘନ୍ୟ ଅପରାଧ କରିଥିଲେ କ୍ରାଇମ୍ ସ୍ପଟ୍ ରେ ଆଜି ଗୋଟି ଗୋଟି କରି ଦେଖାଇଛନ୍ତି । ଅପହରଣଠାରୁ ଶବ ପୋତିବା ଯାଏଁ ୩ ଟି ଯାକ କ୍ରାଇମ୍ ସ୍ପଟ୍ କୁ ଆଜି ଶର୍ମିଷ୍ଠାଙ୍କୁ ନିଆଯାଇଥିଲା । ସେହି ଜାଗା ଉପରେ ହିଁ ଅପରାଧର ଡେମୋ ଦେଖାଇଥିଲେ ।

ଚାନ୍ଦବାଲି ପଳାସପୁରକୁ ବାହାଘର ସୁଟିଂରେ ଯାଇଥିବା ମାନସଙ୍କୁ ଫେବ୍ରୁଆରୀ ୭ ରେ ଶର୍ମିଷ୍ଠା ଏବଂ ସହଯୋଗୀମାନେ ଉଠାଇ ଆଣିଥିଲେ । ତାଙ୍କୁ ଭୁବନେଶ୍ୱରର ସୁନ୍ଦରପଦାସ୍ଥିତ ଦୟାଲ ବୃଦ୍ଧାଶ୍ରମକୁ ଆଣି ଅମାନୁଷିକ ନିର୍ଯ୍ୟାତନା ଦେଇଥିଲେ । ଖଟରେ ବାନ୍ଧି ପ୍ରବଳ ପିଟିଥିଲେ । ସେହି ମାଡ଼ରେ ମାନସଙ୍କର ମୃତ୍ୟୁ ହୋଇଯାଇଥିଲା ।

ଶବକୁ କିଭଳି ଓ କେଉଁଠାରେ ପୋତାଯିବ ରାତିରେ ତାହାର ଯୋଜନା ପ୍ରସ୍ତୁତ କଲେ । ସେହି ଯୋଜନା ଅନୁଯାୟୀ ଶର୍ମିଷ୍ଠା ଏବଂ ଝୁନା ଏକ ନମ୍ବର ହାଟକୁ ଯାଇ ଝୋଟ ଅଖା, ସୁତୁଲି, ଗ୍ଲୋବସ୍ କିଣିଥିଲେ । ୮ ତାରିଖ ଦିନ ଶର୍ମିଷ୍ଠାଙ୍କ କାରରେ ଶବ ନିଆଯାଇଥିଲା । ବାଟରେ ରାଜସୁନାଖଳାରୁ ଶର୍ମିଷ୍ଠା ୧୦ କେଜି ଲୁଣ କିଣିଥିଲେ । ଭାଗ୍ୟଧର ଏବଂ ରଞ୍ଜନ ସେଠାରୁ ଏକ କୋଦାଳ ଏବଂ ଗଇଁତି କିଣିଥିଲେ । ସଂଧ୍ୟାରେ ରଣପୁର ଥାନା ଅନ୍ତର୍ଗତ ବଧିପାଟଣାର ଏକ ଜଙ୍ଗଲିଆ ଅଞ୍ଚଳକୁ ଯାଇ ଶବ ପୋତିଦେଇଥିଲେ ।

ମାନସଙ୍କର କିଛି ସାମଗ୍ରୀ ରହିଯାଇଥିବାରୁ ତାକୁ ନଷ୍ଟ କରିବାକୁ ଫେରିଲା ବେଳେ ଚଣ୍ଡୀଖୋଲ ଯାଇଥିଲେ । ଚଣ୍ଡୀଖୋଲ ଛକରୁ ୨ କିମି ଦୂର ଡୁବୁରୀ ରାସ୍ତାର ଏକ ନିର୍ଜନ ଓ ଜଙ୍ଗଲିଆ ଜାଗା ଶଙ୍ଖାରିଗଡ଼ାରେ ସେହି ସବୁ ସାମଗ୍ରୀକୁ ପୋଡ଼ି ଫିଙ୍ଗି ଦେଇଥିଲେ ।

କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଥିବା ଶର୍ମିଷ୍ଠାଙ୍କୁ ଆଜି ଚତୁର୍ଥ ଦିନରେ କ୍ରାଇମ୍ ସ୍ପଟ୍ କୁ ନିଆଯାଇଥିଲା । ଡିଏସପି କଳ୍ପନା ସାହୁଙ୍କ ନେତୃତ୍ୱରେ ୧୦ ଜଣିଆ ଟିମ୍ ତାଙ୍କୁ ଡେମୋ ଦେଖାଇବାକୁ ପ୍ରଥମେ ପଳାସପୁରକୁ ନେଇଥିଲେ । କେଉଁ ଜାଗାରୁ ମାନସଙ୍କୁ ଉଠାଇ ଆଣିଥିଲେ ଶର୍ମିଷ୍ଠା ତାହା ଦେଖାଇଥିଲେ । ହତ୍ୟା ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ ଦେଖିବା ପାଇଁ ସେଠାରେ ପ୍ରବଳ ଭିଡ଼ ହୋଇଥିଲା । ତାଙ୍କୁ ଦେଖିଲା କ୍ଷଣି ଲୋକଙ୍କ ଭିତରେ ଉତ୍ତେଜନା ପ୍ରକାଶ ପାଇଥିଲା । ଲୋକଙ୍କୁ ସାମନା କରିବାକୁ ପ୍ରସ୍ତୁତ ନ ଥିବା କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଶର୍ମିଷ୍ଠାଙ୍କୁ ସେଠାରେ ବେଶୀ ସମୟ ରଖି ନ ଥିଲେ ।

ସେଠାରୁ ତାଙ୍କୁ ସିଧା ଦୟାଲ୍ ଆଶ୍ରମ ଅଣାଯାଇଥିଲା । ଲୋକଙ୍କ ଭିଡ଼ ଏଡ଼ାଇବା ପାଇଁ ପୂର୍ବରୁ ଆଶ୍ରମକୁ ପୋଲିସ କର୍ଡନ୍ କରାଯାଇଥିଲା । ଆଶ୍ରମର କେଉଁ ରୁମ୍ ରେ ମାନସଙ୍କୁ ମାଡ଼ ମରାଯାଇଥିଲା ଏବଂ କେମିତି ମୃତ୍ୟୁ ହେଲା ତାହାର ଟିକନିକ୍ ବିବରଣୀ କାନ୍ଦି କାନ୍ଦି ଦେଇଥିଲେ ଶର୍ମିଷ୍ଠା । ୧୫ ମିନିଟ୍ ରେ ଶର୍ମିଷ୍ଠାଙ୍କ ଡେମୋ ଦେଖା ସରିଥିଲା ।

ସେଠାରୁ ତାଙ୍କୁ ଶବ ପୋତିବା ଜାଗା ରଣପୁର ଥାନା ବଧିପାଟଣାକୁ ନିଆଯାଇଥିଲା । ଶବକୁ କେମିତି ପୋତିଲେ ତାହା ଦେଖାଇଥିଲେ ଶର୍ମିଷ୍ଠା ।

ତେବେ କେଉଁ କାରଣରୁ ମାନସଙ୍କୁ ଅପହରଣ ଓ ହତ୍ୟା କରାଗଲା ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଶର୍ମିଷ୍ଠା ଏ ବାବଦରେ କ’ଣ କହୁଛନ୍ତି ତାହା କ୍ରାଇମବ୍ରାଞ୍ଚ ପକ୍ଷରୁ ସ୍ପଷ୍ଟ କରାଯାଇନି । ଏହା ପଛରେ କେବଳ ମେମୋରି ଚିପ୍ ନା ଅନ୍ୟ କାରଣ ଅଛି ତାହା ସମସ୍ତଙ୍କ ଉତ୍କଣ୍ଠା ବଢ଼ାଇଛି ।

Previous Post

ଆଉ ୬ ମାସ ମାଗଣା ଚାଉଳ

Next Post

ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡ

Next Post
ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡ

ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA