Wednesday, April 22, 2026 06:37 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଥଙ୍ଗେଇଲା ଏଏସଆଇ, ପ୍ରକଳ୍ପ ନିର୍ମାଣରେ ଲାଗିଲାନି ରୋକ୍

ହାଇକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ

by Our Correspondent
09 May, 2022- 06:25 PM
in Latest News, News
1 min read
0
ଥଙ୍ଗେଇଲା ଏଏସଆଇ, ପ୍ରକଳ୍ପ ନିର୍ମାଣରେ ଲାଗିଲାନି ରୋକ୍

କଟକ/ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ବେଆଇନ ନିର୍ମାଣ ହେଉଥିବା ଏବଂ ଏହା ମନ୍ଦିର ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ଏଏସଆଇ ହାଇକୋର୍ଟଙ୍କୁ ସ୍ପଷ୍ଟ ଭାବେ ଜଣାଇ ପାରିନାହିଁ । ପ୍ରକଳ୍ପ ପାଇଁ ଅନୁମତି ଦେଇନୁ ବୋଲି ନିଜ ସତ୍ୟପାଠରେ ଉଲ୍ଲେଖ କରିଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ବେଆଇନ ବୋଲି ସିଧାସଳଖ ଯୁକ୍ତି ଉପସ୍ଥାପନ କରିପାରିନାହିଁ ।

ଏଏସଆଇର ଏହି ଅସ୍ପଷ୍ଟ ତଥ୍ୟକୁ ନେଇ ହାଇକୋର୍ଟ ବିରକ୍ତି ପ୍ରକାଶ କରିଛନ୍ତି । ଏଥିସହ ନିର୍ମାଣ ଉପରେ ରହିତାଦେଶ ପାଇଁ ଆବେଦନକାରୀଙ୍କ ପ୍ରାର୍ଥନାକୁ ଗ୍ରହଣ କରିନାହାନ୍ତି । ଅର୍ଥାତ୍ ବର୍ତ୍ତମାନ ସମୟରେ ପ୍ରକଳ୍ପ କାର୍ଯ୍ୟ ଜାରି ରହିବ । ଉଭୟ ରାଜ୍ୟ ସରକାର ଓ ଏଏସଆଇ ପ୍ରକଳ୍ପ କାର୍ଯ୍ୟର ମିଳିତ ତଦାରଖ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜୁନ୍ ୨୦ ସୁଦ୍ଧା ଏଏସଆଇ ସାନି ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଜୁନ୍ ୨୨ରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନଧାର୍ଯ୍ୟ କରିଛନ୍ତି ।

ଏଏସଆଇ ଧାର୍ଯ୍ୟ ସମୟରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରି ନ ଥିଲା । ଆଜି ଶୁଣାଣି ଦିନରେ ସତ୍ୟପାଠ ଦାଖଲ ହୋଇଥିଲେ ମଧ୍ୟ ସେଥିରେ ପୂର୍ଣ୍ଣତା ନ ଥିଲା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଅନୁମତି ନ ଥିବା ଏଏସଆଇ ସତ୍ୟପାଠରେ ଦର୍ଶାଯାଇଛି । ଡିଜାଇନ୍ କୁ ବାରମ୍ବାର ବଦଳା ଯାଇଥିବା ମଧ୍ୟ କୁହାଯାଇଛି । ତେବେ କୋର୍ଟ ଚାହିଁଥିବା ପ୍ରକଳ୍ପର ଇମ୍ପାକ୍ଟ ଆସେସମେଣ୍ଟ ରିପୋର୍ଟ ଦାଖଲ କରିନାହିଁ । ଅର୍ଥାତ୍ ଜାରି ରହିଥିବା ନିର୍ମାଣ ଯୋଗୁଁ ମନ୍ଦିର ପ୍ରତି କିଛି ବିପଦ ଅଛି ନା ନାହିଁ ତାହା ଅଦାଲତକୁ ଜଣାଇ ପାରିନାହିଁ ଏଏସଆଇ ।

ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ବିନା ଅନୁମତିରେ ଯଦି ନିର୍ମାଣ ଚାଲିଛି, ତେବେ ଏହାକୁ ବନ୍ଦ କରିବା ପାଇଁ ଆଇନଗତ ଭାବେ କି ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ମଧ୍ୟ ଏଏସଆଇ ଚୁପ୍ ରହିବା ସମସ୍ତଙ୍କୁ ବିସ୍ମିତ କରିଛି । ସୁତରାଂ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଏଏସଆଇ ନିଜେ ମଧ୍ୟ ଦ୍ୱନ୍ଦରେ ବୋଲି ତା’ କାର୍ଯ୍ୟକଳାପରୁ ବୁଝାପଡିଯାଉଛି । ଆଜି ହାଇକୋର୍ଟ ମଧ୍ୟ ଏଥିନେଇ ବିରକ୍ତିଭାବ ପ୍ରକାଶ କରିଥିଲେ ।

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଦୀର୍ଘ ଦିନ ଧରି ବାଦବିବାଦ ଲାଗି ରହିଛି । ଆମସାର ଆଇନକୁ ଉଲ୍ଲଂଘନ କରି ୧୦୦ ମିଟର ପରିଧି ଭିତରେ ବଡ଼ ଖନନ ଓ ନିର୍ମାଣ ଚାଲିଛି ଏବଂ ଏହା ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି କରିଥିବା ଅଭିଯୋଗ ହୋଇଛି । ଏହା ବିରୋଧରେ ପୁରୀର ସାମାଜିକ କର୍ମୀ ଦିଲ୍ଲୀପ ବରାଳ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର କରି ଖନନ ଓ ନିର୍ମାଣ ଉପରେ ରହିତାଦେଶ ଜାରି କରିବାକୁ ଆବେଦନ କରିଛନ୍ତି । ଗତ ଏପ୍ରିଲ୍ ୨୧ ତାରିଖରେ ହାଇକୋର୍ଟ ମାମଲାର ଶୁଣାଣି କରି ଏଏସଆଇକୁ ତଦନ୍ତ ରିପୋର୍ଟ ମାଗିଥିଲେ ।

Previous Post

ଅଳକା ମହାନ୍ତି ବିଜେଡି ପ୍ରାର୍ଥୀ

Next Post

କିଶୋର ପଟେଲ କଂଗ୍ରେସ ପ୍ରାର୍ଥୀ

Next Post
କିଶୋର ପଟେଲ କଂଗ୍ରେସ ପ୍ରାର୍ଥୀ

କିଶୋର ପଟେଲ କଂଗ୍ରେସ ପ୍ରାର୍ଥୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA