ଭୁବନେଶ୍ୱର: ଗତକାଲି ରାଜ୍ୟରେ ୪୮୨୯ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଟେଷ୍ଟ ପଜିଟିଭିଟି ହାର ଥିଲା ୬.୫% । ଆଜି ତାହା ୭ ହଜାର ଡେଇଁ ଟେଷ୍ଟ ପଜିଟିଭିଟି ହାର ୧୦.୨୪% କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୯, ୦୧୮ ଜଣଙ୍କର ନମୁନା ପରୀକ୍ଷା ହୋଇଥିଲା । ସେମାନଙ୍କ ମଧ୍ୟରୁ ୭,୦୭୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧୮ ବର୍ଷରୁ କମ୍ ବର୍ଗରେ ଅଛନ୍ତି ୭୦୭ ଆକ୍ରାନ୍ତ । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରେଣ୍ଟାଇନ୍ ରୁ ୪୧୨୮ ଏବଂ ସ୍ଥାନୀୟ ଅଞ୍ଚଳରୁ ୨୯୪୩ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨,୨୨୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଏଥିସହ ରାଜ୍ୟରେ ଆକ୍ଟିଭ୍ ସଂକ୍ରମିତଙ୍କ ସଂଖ୍ୟା ୨୭,୨୧୬ ରେ ପହଞ୍ଚିଛି ।
କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ
ଅନୁଗୁଳ-୮୩, ବାଲେଶ୍ୱର-୧୯୮, ବରଗଡ଼-୮୫, ଭଦ୍ରକ-୫୪, ବଲାଙ୍ଗୀର-୧୯୦, ବୌଦ୍ଧ-୨୦, କଟକ-୫୦୫, ଦେବଗଡ଼-୧୮, ଢ଼େଙ୍କାନାଳ-୫୫, ଗଜପତି-୪୫, ଗଞ୍ଜାମ-୧୧୧, ଜଗତସିଂହପୁର-୬୦, ଯାଜପୁର-୧୩୦, ଝାରସୁଗୁଡ଼ା-୧୪୩, କଳାହାଣ୍ଡି-୭୩, କନ୍ଧମାଳ-୧୮, କେନ୍ଦ୍ରାପଡ଼ା-୨୭, କେନ୍ଦୁଝର-୬୫, ଖୋର୍ଦ୍ଧା-୨୨୨୬, କୋରାପୁଟ-୧୦୭, ମାଲକାନଗିରି-୬, ମୟୁରଭଞ୍ଜ-୨୦୧, ନବରଙ୍ଗପୁର-୯୫, ନୟାଗଡ଼-୩୫, ନୂଆପଡ଼ା-୨୬, ପୁରୀ-୧୫୬, ରାୟଗଡ଼ା-୩୬, ସମ୍ବଲପୁର-୬୦୯, ସୋନପୁର-୬୧, ସୁନ୍ଦରଗଡ଼-୧୧୪୭ ଏବଂ ଷ୍ଟେଟ୍ ପୁଲ-୪୮୬ ।
ଅନ୍ୟପକ୍ଷରେ ଦେଶରେ ଦୈନିକ ସଂକ୍ରମଣ ହାରରେ ହ୍ରାସ୍ ହୋଇଛି । ଗତକାଲି ଟେଷ୍ଟ ପଜିଟିଭିଟି ରେଟ୍ ୧୩.୨୯% ଥିଲା ବେଳେ ଆଜି ତାହା ୧୦.୬୪% କୁ ହ୍ରାସ୍ ପାଇଛି । ଗତ ୨୪ ଘଣ୍ଟାରେ ଦେଶରେ ୧,୬୮, ୦୬୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ୨୭୭ ଜଣଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ସର୍ବାଧିକ ୩୩,୪୭୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପଶ୍ଚିମବଙ୍ଗରେ ୧୯,୨୮୬, ଦିଲ୍ଲୀରେ ୧୯,୧୬୬, ତାମିଲନାଡୁରେ ୧୩,୯୯୦ ଏବଂ କର୍ଣ୍ଣାଟକରେ ୧୧,୬୯୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।