Thursday, April 30, 2026 10:24 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଚାକିରି ପାଇଁ ବୟସ ସୀମା ୫ ବର୍ଷ ବଢ଼ିଲା

ରାଜ୍ୟ କ୍ୟାବିନେଟ୍ ରେ ବଡ଼ ନିଷ୍ପତ୍ତି

by Our Correspondent
10 Jan, 2022- 10:14 PM
in Latest News, News
1 min read
0
ଚାକିରି ପାଇଁ ବୟସ ସୀମା ୫ ବର୍ଷ ବଢ଼ିଲା

ଭୁବନେଶ୍ୱର: କୋଭିଡ୍ ମହାମାରୀ ବେଳେ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ରାଜ୍ୟ କ୍ୟାବିନେଟ୍ ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସରକାରୀ ଚାକିରିରେ ପ୍ରବେଶ ପାଇଁ ସାଧାରଣ ବର୍ଗର ଆଶାୟୀଙ୍କ ବୟସ ସୀମା(Upper Age Limit) ୩୮ ବର୍ଷକୁ ବଢ଼ାଇ ଦିଆଯାଇଛି । ଏହି ଚାକିରି ପ୍ରବେଶ ବୟସ ସୀମା ୩୨ ବର୍ଷ ଥିଲା । ସେହିଭଳି ଅନୁସୂଚିତ ଜାତି, ଜନଜାତି, ଭିନ୍ନକ୍ଷମ ଭଳି ସଂରକ୍ଷିତ ବର୍ଗ ଏବଂ ମହିଳାମାନଙ୍କ ପାଇଁ ଚାକିରି ଆବେଦନର ବୟସ ସୀମା ଆଉ ୫ ବର୍ଷ କୋହଳ କରାଯାଇ ୪୩ ବର୍ଷ ରଖାଯାଇଛି । ୩ ବର୍ଷ ପାଇଁ ଅର୍ଥାତ୍ ୨୦୨୧, ୨୦୨୨ ଏବଂ ୨୦୨୩ ରେ ସରକାରୀ ନିଯୁକ୍ତି ପାଇଁ ଏହି କୋହଳ ବୟସ ସୀମା ଲାଗୁ ହେବ ।

ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କୋଭିଡ୍ ଏବଂ ଅନ୍ୟାନ୍ୟ କାରଣରୁ ନିଯୁକ୍ତି ପ୍ରକ୍ରିୟା ବିଳମ୍ବିତ ହେଉଥିବା ଏବଂ ତାହାଦ୍ୱାରା ପରବର୍ତ୍ତୀ ନିଯୁକ୍ତିରେ ବିଳମ୍ବ ହେବା ଯୋଗୁଁ ଆବେଦନକାରୀଙ୍କ ଉଚ୍ଚ ବୟସ ସୀମା ଶେଷ ହୋଇଯାଉଛି ଏବଂ ସେମାନେ ନିଯୁକ୍ତି ପରୀକ୍ଷାରେ ଭାଗ ନେବାକୁ ପର୍ଯ୍ୟାପ୍ତ ସୁଯୋଗ ପାଉ ନ ଥିବା ଅଭିଯୋଗ ହୋଇ ଆସୁଥିଲା । ରାଜ୍ୟ ସରକାର ଏହା ହୃଦୟଙ୍ଗମ କରିବା ପରେ ଆଜି ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି ।

ଏହାକୁ ମିଶାଇ ମୋଟ ୧୨ ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଜି କ୍ୟାବିନେଟ୍ ମୋହର ବାଜିଛି ।

ମୟୁରଭଞ୍ଜ ଜିଲ୍ଲାରେ ୬ ଟି ମେଗା ପାନୀୟ ଜଳ ପ୍ରକଳ୍ପ ପ୍ରକଳ୍ପ ନିର୍ମାଣ ହେବ । ଉକ୍ତ ପ୍ରକଳ୍ପ ଦ୍ୱାରା ଜିଲ୍ଲାର ସାରସକଣା, କୁଳିଅଣା, ବାଙ୍ଗିରିପୋଷି, କପ୍ତିପଦା, ସମାଖୁଣ୍ଟା ଓ ବାରିପଦା ବ୍ଲକ୍ ଅଧୀନରେ ଥିବା ଅଞ୍ଚଳବାସୀ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ ।

ସେହିଭଳି ସମ୍ବଲପୁର ଜିଲ୍ଲାରେ ୩୯୪ କୋଟି ୭୬ ଲକ୍ଷ ଟଙ୍କା ବ୍ୟୟରେ ଦୁଇଗୋଟି ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେବ । ଉକ୍ତ ପ୍ରକଳ୍ପ ଦ୍ୱାରା ଯୁଯୁମରା, ମାଣେଶ୍ୱର, ନାକଟିଦେଉଳ ଓ ରେଢ଼ାଖୋଲ ବ୍ଲକ୍ ଅଧୀନରେ ଥିବା ୪୩ ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୩୮୧ ଟି ଗ୍ରାମରେ ବାସ କରୁଥିବା ୧,୭୬, ୬୪୯ ଲୋକ ବିଶୁଦ୍ଧ ପାନୀୟ ଜଳ ପାଇବେ ।

କଟକ ଜିଲ୍ଲାର ବାଙ୍କୀ, ଡମପଡ଼ା ଓ ବାରଙ୍ଗ ଅଞ୍ଚଳବାସୀଙ୍କ ପାଇଁ ୧୮୬ କୋଟି ୬୮ ଲକ୍ଷ ଟଙ୍କା ବ୍ୟୟରେ ଏକ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେବ । ୩୨ ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୧୩୩ ଟି ଗ୍ରାମରେ ବାସ କରୁଥିବା ୧, ୯୪, ୯୩୮ ଲୋକ ଏଥିରୁ ଉପକୃତ ହେବେ ।

ଏହି ସବୁ ପ୍ରକଳ୍ପ ପ୍ରକଳ୍ପ କାର୍ଯ୍ୟ ୨ ବର୍ଷ ମଧ୍ୟରେ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ।

ଅବକାରୀ ବିଭାଗରେ ସିଧାସଳଖ ନିଯୁକ୍ତି ପାଉଥିବା ୪୦% ଡେପୁଟି ସୁପରିଟେଣ୍ଡେଣ୍ଟ ପଦବୀ ପାଇଁ ପ୍ରାର୍ଥୀ ଏଣିକି ଓପିଏସସି ଚୟନ କରିବ । ଏଥିପାଇଁ ଓଡ଼ିଶା ଅବକାରୀ ସେବା ଆଇନ ସଂଶୋଧନକୁ କ୍ୟାବିନେଟ୍ ମୋହର ଲଗାଇଛି ।

ଭୁବନେଶ୍ୱର ଆଇଆଇଟି ପାଇଁ ରାଜ୍ୟ ସରକାର ମାଗଣାରେ ୬୧୮.୬୬୫ ଏକର ଜମି ଯୋଗାଇ ଦେବେ । ଅନ୍ୟପକ୍ଷରେ ଭୁବନେଶ୍ୱରସ୍ଥିତ ନ୍ୟାସନାଲ୍ ଇନଷ୍ଟିଚୁ୍ୟଟ୍ ଅଫ ଫେସନ୍ ଟେକନୋଲୋଜି ର ଭିତ୍ତିଭୂମି ନିର୍ମାଣ ପାଇଁ ରାଜ୍ୟ ସରକାର ମାଗଣାରେ ୧୦ ଏକର ଜମି ଯୋଗାଇଦେବାକୁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି ।

Previous Post

୯୭% କରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲ୍ ଆବଶ୍ୟକ ପଡୁନି

Next Post

୭ ହଜାର ଡେଇଁଲା ଦୈନିକ ସଂକ୍ରମଣ, ଟିପିଆର୍ ୧୦.୨୪%

Next Post
୭ ହଜାର ଡେଇଁଲା ଦୈନିକ ସଂକ୍ରମଣ, ଟିପିଆର୍ ୧୦.୨୪%

୭ ହଜାର ଡେଇଁଲା ଦୈନିକ ସଂକ୍ରମଣ, ଟିପିଆର୍ ୧୦.୨୪%

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA