ନୂଆଦିଲ୍ଲୀ: ଜାନୁଆରୀ ୨ ତାରିଖରୁ ସାରା ଦେଶରେ ଆରମ୍ଭ ହେବ କରୋନା ଟୀକାକରଣ ଡ୍ରାଏ ରନ୍ । ଓଡ଼ିଶା ସମେତ ସବୁ ରାଜ୍ୟର ରାଜଧାନୀରୁ ଏହି ଡ୍ରାଏ ରନ୍ ହେବ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ ବୈଠକରେ ଆଜି ଏହି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଗତ ୨୮ ଓ ୨୯ ତାରିଖରେ ୪ ଟି ରାଜ୍ୟ ଆସାମ, ଆନ୍ଧ୍ର, ପଞ୍ଜାବ ଓ ଗୁଜୁରାଟରେ ଡ୍ରାଏ ରାନ୍ ଅନୁଷ୍ଠିତ ହୋଇଥିଲା ।
ରାଜଧାନୀ ସମେତ କେଉଁ କେଉଁ ସହରରେ ଏହି ଡ୍ରାଏ ରନ୍ ହେବ ତାହା ରାଜ୍ୟ ସରକାର ନିଷ୍ପତ୍ତି ନେବେ । ଏହି ଅଭିଯାନରେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ଅନ୍ୟ ସହଯୋଗୀମାନେ ଭାଗ ନେବେ । କରୋନା ଟୀକାକୁ କେଉଁଠିି ରଖାଯିବ, ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ କିଭିଳି ନିଆଯିବ, ଲୋକଙ୍କୁ ଟୀକା ଦେବା ବେଳେ କେଉଁ ପ୍ରକ୍ରିୟା ଅନୁସରଣ କରାଯିବ ଏଡି ଡ୍ରାଇ ରନ୍ ରେ ସେସବୁ ସ୍ଥାନ ପାଇବ ।
ସୂଚନାଯୋଗ୍ୟ, କରୋନା ଟୀକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଖୁବ୍ ଶୀଘ୍ର ଟୀକାକରଣ ପ୍ରକ୍ରିୟା ଆରମ୍ଭ ହୋଇଯିବ ବୋଲି କୁହାଯାଉଛି ।