Wednesday, April 22, 2026 10:48 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନାବାଳିକା ଗଣଦୁଷ୍କର୍ମ: କ୍ରାଇମବ୍ରାଞ୍ଚକୁ ଗଲା ତଦନ୍ତ ଦାୟିତ୍ୱ

ଓଟିଭି ଅଫିସ୍ ରେ ଛାନଭିନ୍, ୩ କର୍ମଚାରୀଙ୍କୁ ହାଜିରା ନୋଟିସ୍

by Our Correspondent
08 Oct, 2020- 03:40 PM
in Latest News
1 min read
0
ନାବାଳିକା ଗଣଦୁଷ୍କର୍ମ: କ୍ରାଇମବ୍ରାଞ୍ଚକୁ ଗଲା ତଦନ୍ତ ଦାୟିତ୍ୱ

ଭୁୁବନେଶ୍ୱର: ରାଜଧାନୀରେ ଜଣେ ୧୩ ବର୍ଷର ନାବାଳିକା ଉପରେ ହୋଇଥିବା ଗଣଦୁଷ୍କର୍ମ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ହାତକୁ ଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚ ର ଏକ ସ୍ୱତନ୍ତ୍ର ଟିମ୍ ଦ୍ୱାରା ଏହାର ତଦନ୍ତ ଆରମ୍ଭ ହୋଇଛି । ଇତିମଧ୍ୟରେ କ୍ରାଇମବ୍ରାଞ୍ଚଟିମ୍ ଓଟିଭି ଅଫିସ୍ କୁ ଯାଇ ଖୋଳତାଡ଼ କରିଛନ୍ତି । ଆବଶ୍ୟକୀୟ କାଗଜପତ୍ର ଯାଞ୍ଚ କରିବା ସହ କିଛି ଅଧିକାରୀଙ୍କୁ ଜେରା କରିଥିଲେ । ଓଟିଭି ମୁଖ୍ୟ ଜାଗୀମଙ୍ଗତ ପଣ୍ଡାଙ୍କ ବ୍ୟକ୍ତିଗତ ସହାୟକଙ୍କ ସମେତ ୩ ଜଣଙ୍କୁ କ୍ରାଇମବ୍ରାଞ୍ଚରେ ହାଜିରା ଦେବା ପାଇଁ ସମନ୍ କରାଯାଇଛି ।

ଏହି ଜଘନ୍ୟ ମାମଲାରେ ଓଟିଭିର ୨ କର୍ମଚାରୀ, ୨ ସୁରକ୍ଷାକର୍ମୀ, ରାଉରକେଲାର ଜଣେ ପୁଲିସ ସମେତ ୭ ଜଣ ଅଭିଯୁକ୍ତ ଅଛନ୍ତି । ଖୋଦ୍ ଓଟିଭି ଏମଡି ଶ୍ରୀମତୀ ପଣ୍ଡା ଏହି ମାମଲାରେ ସଂପୃକ୍ତ ହୋଇପଡ଼ିଛନ୍ତି । ମାମଲା ସମ୍ପର୍କରେ ଜାଣି ତାହାକୁ ଚପାଇ ଦେବାକୁ ଉଦ୍ୟମ କରିଥିଲେ ବୋଲି ପୀଡ଼ିତାଙ୍କ ମାଆ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।

ସୂଚନାଥାଉକି, ଗତ ଅଗଷ୍ଟ ୩୦ ତାରିଖରେ ମହିଳା ଥାନାରେ ଗଣଦୁଷ୍କର୍ମ ଅଭିଯୋଗର ଏତଲା ହେବା ପରେ ପୁଲିସ ୭ ଅଭିଯୁକ୍ତଙ୍କ ବିରୋଧରେ ପୋକସୋ ଆକ୍ଟରେ ମାମଲା ରୁଜୁ କରିଥିଲା । ଏସଆଇଟି ଏହାର ତଦନ୍ତ କରିବେ ବୋଲି ଡିସିପି ସୂଚନା ଦେଇଥିଲେ । ମାତ୍ର ଇତିମଧ୍ୟରେ ମାସେ ପୂରିସାରିଥିଲେ ମଧ୍ୟ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ସକ୍ଷମ ହୋଇନାହିଁ ।

ପୁଲିସ ଥରେ ଦୁଇଥର ଓଟିଭି ଅଫିସ୍ ଯାଇ ତଦନ୍ତ କରିଥିଲା । ପୀଡ଼ିତାଙ୍କ ୧୬୧ ବୟାନ ରେକର୍ଡ କରିଥିଲା । ମାତ୍ର ପରବର୍ତ୍ତୀ ସମୟରେ ପୁଲିସ ତଦନ୍ତ ଗତି ଜଣାପଡ଼ି ନ ଥିଲା । ମାମଲାରେ ଓଟିଭି କର୍ମଚାରୀଙ୍କ ସଂପୃକ୍ତି ଓ ଏମଡିଙ୍କ ଭୂମିକା ଉପରେ ଅଙ୍ଗୁଳି ଉଠିଥିବାରୁ ପୁଲିସ ଚାପର ବଶବର୍ତ୍ତୀ ହୋଇଥିବା ଚର୍ଚ୍ଚା ହେଉଥିଲା ।

ପୁଲିସ ତଦନ୍ତର ଶିଥିଳତାକୁ ଖୋଦ୍ ହାଇକୋର୍ଟ ପ୍ରଶ୍ନ ଉଠାଇ ତଦନ୍ତ ଅଗ୍ରଗତି ସମ୍ପର୍କରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ପୁଲିସ ଏହି ରିପୋର୍ଟ ଦେବାକୁ ପ୍ରସ୍ତୁତ ହେଉଥିବା ବେଳେ ମାମଲାର ତଦନ୍ତ ଦାୟିତ୍ୱ କ୍ରାଇବ୍ରାଞ୍ଚ ହାତକୁ ଚାଲିଯାଇଛି । ଡେରିରେ ହେଉ ପଛେ ଖୋଦ୍ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଛି । ଏହି ମାମଲାରେ କମିଶନରେଟ୍ ପୁଲିସ ଉପରେ ସରକାରଙ୍କ ଭରସା ନ ଥିବା ସ୍ପଷ୍ଟ ହେଉଛି ।

ଖୋଦ୍ ରାଜଧାନୀରେ ଜଣେ ୧୩ ବର୍ଷର ନାବାଳିକାକୁ ୭ ଜଣ ଯୁବକ ୧୫ ଦିନ ଧରି ଗଣଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି । ପୀଡ଼ିତା ଏବଂ ତାଙ୍କ ମାଆ ସିଧାସଳଖ ଅଭିଯୁକ୍ତମାନଙ୍କ ନାଁ ନେଇଛନ୍ତି । ଓଟିଭି ଏମଡିଙ୍କ ସହ ତାଙ୍କ କଥାବାର୍ତ୍ତାର ଅଡିଓ ଭାଇରାଲ୍ ହୋଇଛି । ମାତ୍ର ଏତେସବୁ ପରେ ବି ମୁଖ୍ୟ ବିରୋଧୀ ଦଳ ବିଜେପି ଏହି ପ୍ରସଙ୍ଗ ଉପରେ ପାଟି ନ ଖୋଲିବା ସମସ୍ତଙ୍କୁ ଚକିତ କରିଛି ।

ସେପଟେ ପୀଡ଼ିତାଙ୍କ ମାଆ ନ୍ୟାୟଭିକ୍ଷା କରି ମହିଳା ଶିଶୁ ଅଧିକାର ସୁରକ୍ଷା କମିଶନ ଏବଂ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କିଛି ଫଳ ମିଳିନାହିଁ । ଓଲଟି ମହିଳା କମିଶନ ଅଧ୍ୟକ୍ଷା ଏବେ ଏବେ ଓଟିଭିର ପିଠି ଥାପୁଡ଼ିବା ଆରମ୍ଭ କରିଛନ୍ତି ।

Previous Post

ଜଣଙ୍କର ମୃତ୍ୟୁ, ଅଧିକ ମୃତ୍ୟୁ ଆଶଙ୍କା

Next Post

ଗଞ୍ଜାମ ମଡେଲ୍ କୁ ଅକ୍ସଫୋର୍ଡର ପ୍ରଶଂସା

Next Post
ଗଞ୍ଜାମ ମଡେଲ୍ କୁ ଅକ୍ସଫୋର୍ଡର ପ୍ରଶଂସା

ଗଞ୍ଜାମ ମଡେଲ୍ କୁ ଅକ୍ସଫୋର୍ଡର ପ୍ରଶଂସା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA