ଭୁୁବନେଶ୍ୱର: କୋଭିଡ ପରିଚାଳନାରେ ରାଜ୍ୟ ସରକାର ଆନ୍ତର୍ଜାତୀୟସ୍ତରରେ ପୁଣି ପ୍ରଶଂସିତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାକୁ ଏକ ମଡ଼େଲ୍ ଭାବେ ଗ୍ରହଣ କରିଛନ୍ତି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ । ଛୋଟ ଛୋଟ ଅଞ୍ଚଳ ପ୍ରତି ଧ୍ୟାନ ଦେଲେ ଯାଇ ସଂକ୍ରମଣ ରୋକାଯାଇପାରିବ । ଗଞ୍ଜାମ ଏବଂ ମୁମ୍ବାଇର ଧରାବୀ ବସ୍ତି ଏହାର ଉଦାହରଣ ବୋଲି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଟ୍ୱିଟ୍ ଯୋଗେ ଏହି ସୂଚନା ଦେଇଛନ୍ତି ।








