ଭୁବନେଶ୍ୱର: ବଙ୍ଗୋପସାଗର ଗଭୀର ସମୁଦ୍ରରେ ବଳ ଗୋଟାଇ ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଜୱାଦ୍’ । ଆସନ୍ତାକାଲି ସଂଧ୍ୟା ପରେ ଉତ୍ତର ଏବଂ ଉତ୍ତର-ପୂର୍ବ ଦିଗ ମୁହାଁ ହେବ ବାତ୍ୟା । ରବିବାର ମଧ୍ୟାହ୍ନରେ ପୁରୀ ଉପକୂଳ ଛୁଇଁବ । ଏଠାରୁ ସମାନ ଦିଗରେ ପଶ୍ଚିମବଙ୍ଗ ମୁହାଁ ହେବ ।
ଉପକୂଳ ଅଞ୍ଚଳରେ ଆଜି ମଧ୍ୟରାତ୍ରରୁ ବର୍ଷା ଆରମ୍ଭ ହୋଇ ଘଣ୍ଟା ପ୍ରତି ୪୫ ରୁ ୫୫ କିମି ବେଗରେ ପବନ ବହିବ । ପବନର ବେଗ ବଢ଼ି ୮୦ ରୁ ୯୦ କିମି ହେବ । ରବିବାର ଦିନ ପବନର ବେଗ ଘଣ୍ଟା ପ୍ରତି ୧୦୦ କିଲୋମିଟରରେ ଛୁଇଁପାରେ । ତେବେ ଉପକୂଳରେ ପହଞ୍ଚିବା ପରେ ବାତ୍ୟା କ୍ରମଶଃ ଦୁର୍ବଳ ହେବ ।
ଜୱାଦ୍ ର ପ୍ରଭାବ ଗତ ସେପ୍ଟେମ୍ବରରେ ଆସିଥିବା ଗୁଲାବଠାରୁ ଅଧିକ ହେବ ଏବଂ ୨୦୧୮ ରେ ଆସିଥିବା ତିତଲିଠାରୁ କମ୍ ରହିବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।