Friday, April 24, 2026 11:29 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଦାଣ୍ଡରେ ପଡ଼ିଲା ସମ୍ବିତ ପାତ୍ରଙ୍କ ‘ଫେକ୍’ କାରନାମା

ମାମଲା ରୁଜୁ ପାଇଁ ଦିଲ୍ଲୀ କୋର୍ଟଙ୍କ ନିର୍ଦ୍ଦେଶ

by Our Correspondent
23 Nov, 2021- 10:46 PM
in Latest News, News
1 min read
0
ଦାଣ୍ଡରେ ପଡ଼ିଲା ସମ୍ବିତ ପାତ୍ରଙ୍କ ‘ଫେକ୍’ କାରନାମା

ନୂଆଦିଲ୍ଲୀ: ପ୍ରତିପକ୍ଷଙ୍କୁ ବଦନାମ ଏବଂ ଜନସାଧାରଣଙ୍କୁ ଭ୍ରମିତ କରିବା ପାଇଁ ନେତା କେଉଁସ୍ତରକୁ ଯାଆନ୍ତି ତାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡକ୍ଟର ସମ୍ବିତ ପାତ୍ର । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଙ୍କୁ ବଦନାମ କରିବା ଉଦ୍ଦେଶ୍ୟ ରେ ସୋସିଆଲ୍ ମିଡ଼ିଆରେ ଏକ ଫେକ୍ ଭିଡ଼ିଓ ସେୟାର୍ କରିଥିବା ଏହି ନେତା କୋର୍ଟ ହାବୁଡ଼ରୁ ଖସିପାରିନାହାନ୍ତି । ତାଙ୍କ ବିରୋଧରେ ମାମଲା ରୁଜୁ ପାଇଁ କୋର୍ଟ ଆଜି ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

ଗତ ଜାନୁଆରୀ ମାସରେ ବିଜେପିର ଏହି ରାଷ୍ଟ୍ରୀୟ ପ୍ରବକ୍ତା ତାଙ୍କ ଟୁଇଟର ଆକାଉଣ୍ଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ ଙ୍କ ୧୮ ସେକେଣ୍ଡର ଏକ ଭାଷଣ ଅପଲୋଡ଼ କରିଥିଲେ । ଉକ୍ତ ଭିଡ଼ିଓରେ କେଜ୍ରିୱାଲ୍ ଙ୍କ ମୁହଁରୁ ତିନୋଟି ଯାକ ନୂଆ କୃଷି ଆଇନର ଉପକାରିତା ସମ୍ପର୍କରେ ଏମିତି ଶୁଣିବାକୁ ମିଳିଥିଲା..

‘ନୂଆ କୃଷି ଆଇନରେ ଆପଣଙ୍କ ଜମି, ଏମଏସପି ଓ ମଣ୍ଡି ଛଡ଼ାଇ ନିଆଯିବ ନାହିଁ । ଦେଶର ଯେ କୌଣସି ସ୍ଥାନରେ ଚାଷୀମାନେ ନିଜର ଶସ୍ୟ ବିକ୍ରି କରିପାରିବେ । ଗତ ୭୦ ବର୍ଷରେ ଏହା ଦେଶର ସବୁଠାରୁ ବୈପ୍ଲବିକ ପଦକ୍ଷେପ ।’

ବିଜେପି ପ୍ରବକ୍ତା ନିଜ ଟୁଇଟରରେ ଏହି ଭିଡ଼ିଓ ଅପଲୋଡ଼ କରିବା ପରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିଲା । ତେବେ ଆମ୍ ଆଦମୀ ପାର୍ଟି ଏହାର ତୀବ୍ର ପ୍ରତିବାଦ କରିଥିଲା । ପରବର୍ତ୍ତୀ ସମୟରେ ଉକ୍ତ ପୋଷ୍ଟଟିକୁ ଟୁଇଟର୍ କର୍ତ୍ତୃପକ୍ଷ ‘ମାନିପୁଲେଟେଡ୍ ଭିଡ଼ିଓ’ ଶ୍ରେଣୀଭୁକ୍ତ କରିବା ପରେ ସତ ପଦାକୁ ଆସିଯାଇଥିଲା ।

ଜଣାପଡ଼ିଥିଲା ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କର ୪୧ ମିନିଟ୍ ୨୫ ସେକେଣ୍ଡ୍ ର ଏକ ସାକ୍ଷାତକାର ଭିଡ଼ିଓର ଏହା ଏକ ସମ୍ପାଦିତ ଅଂଶ । କେଜ୍ରିୱାଲ୍ ଙ୍କୁ ବଦନାମ ତଥା ଜନସାଧାରଣଙ୍କୁ ଭ୍ରମିତ କରିବା ଉଦ୍ଦେଶ୍ୟରେ ତାଙ୍କର ଭିନ୍ନ ଭିନ୍ନ ମନ୍ତବ୍ୟକୁ ଏଭଳି ଭାବରେ ଯୋଡାଯାଇ ଫେକ୍ ଭିଡ଼ିଓ ପ୍ରସ୍ତୁତ ହୋଇଥିଲା । ବାସ୍ତବରେ ଶ୍ରୀ କେଜ୍ରିୱାଲ୍ କୃଷି ବିଲ୍ ବିରୋଧରେ ପ୍ରବଳ ବିଷୋଦଗାର କରିଥିଲେ ।

ଏହି ସତ୍ୟକୁ ନେଇ ଆମ୍ ଆଦମୀ ପାର୍ଟି ସମ୍ବିତ ପାତ୍ରଙ୍କ ବିରୋଧରେ ପୁଲିସର ଦ୍ୱାରସ୍ଥ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବା ଉଦ୍ଦେଶ୍ୟରେ ଶ୍ରୀ ପାତ୍ର ଏହି ଫେକ୍ ଭିଡ଼ିଓକୁ ସୋସିଆଲ୍ ମିଡ଼ିଆରେ ସେୟାର୍ କରିଛନ୍ତି ବୋଲି ଦର୍ଶାଯାଇଥିଲା । ମାତ୍ର ଦିଲ୍ଲୀ ପୁଲିସ ଏହି ମାମଲାକୁ ଗ୍ରହଣ କରି ନ ଥିଲା ।

ଦିଲ୍ଲୀ ପୁଲିସଠାରୁ ନିରାଶ ହେଲା ପରେ ଆପ୍ ନେତା ଅତିଶି କୋର୍ଟକୁ ଯାଇଥିଲେ । ତିସ୍ ହଜାରି କୋର୍ଟର ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ ରିଷଭ୍ କୁମାର ଆଜି ତାଙ୍କ ଆବେଦନର ବିଚାର କରିବା ବେଳେ ବାସ୍ତବତା ହୃଦୟଙ୍ଗମ କରିଛନ୍ତି । ବିଜେପି ପ୍ରବକ୍ତା ସମ୍ବିତ୍ ପାତ୍ରଙ୍କ ବିରୋଧରେ ଆଇପିସିର ଆବଶ୍ୟକ ଧାରାରେ ମାମଲା ରୁଜୁ ପାଇଁ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

Previous Post

ଚାକିରିରୁ ବିଦା ହେଲେ ବାବୁ ନରୋତ୍ତମ ବେହେରା

Next Post

ଭିଡ଼ିଓ ଜର୍ଣ୍ଣାଲିଷ୍ଟ ସୁବୋଧ ପାଣିଗ୍ରାହୀଙ୍କ ପରଲୋକ

Next Post
ଭିଡ଼ିଓ ଜର୍ଣ୍ଣାଲିଷ୍ଟ ସୁବୋଧ ପାଣିଗ୍ରାହୀଙ୍କ ପରଲୋକ

ଭିଡ଼ିଓ ଜର୍ଣ୍ଣାଲିଷ୍ଟ ସୁବୋଧ ପାଣିଗ୍ରାହୀଙ୍କ ପରଲୋକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA