ଭୁୁବନେଶ୍ୱର: ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଠୋର ଆଭିମୁଖ୍ୟ ଜାରି ରଖିଛନ୍ତି । ଏଥର ହାବୁଡ଼ରେ ପଡ଼ିଛନ୍ତି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବାଲେଶ୍ୱର ଶାଖାର ପୂର୍ବତନ ରିଜିଓନାଲ୍ ମ୍ୟାନେଜର ନରୋତ୍ତମ ବେହେରା । ରାଜ୍ୟ ସରକାର ଆଜି ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ।
ପୂର୍ବରୁ ତାଙ୍କ ବିରୋଧରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଥିବାରୁ ବର୍ତ୍ତମାନ ଚାକିରିରୁ ନିଲମ୍ବିତ ଅଛନ୍ତି । ବାବୁ ନରୋତ୍ତମଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୩୨ ଜଣ ଅଧିକାରୀଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ବା ଚାକିରିରୁ ବହିଷ୍କାର କଲେଣି ।