କଟକ: ଏପ୍ରିଲ୍ ୨୯ ରୁ ମେ’ ୬ ପର୍ଯ୍ୟନ୍ତ ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା । ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଆଜି ଏହାର ବିସ୍ତୃତ ସୂଚନା ପ୍ରକାଶ ପାଇଛି । ଏଥରର ପରୀକ୍ଷା ସମ୍ପୂର୍ଣ୍ଣ ନୂଆ ଢ଼ାଞ୍ଚାରେ ହେବ ।
ଦୁଇଟି ସିଟିଂରେ ଏହି ପରୀକ୍ଷା ହେବ । ପ୍ରଥମ ସିଟିଂ ସକାଳ ୮ଟାରୁ ଏବଂ ଦ୍ୱିତୀୟ ସିଟିଂ ଦିନ ୧୧ଟାରୁ ହେବ । ସିଟିଂ ଅବଧି ୨ ଘଣ୍ଟା ରହିବ । କେବଳ ଗଣିତ ବିଷୟ ପାଇଁ ୨ ଘଣ୍ଟା ୧୫ ମିନିଟ୍ ସମୟ ରହିବ । ପରୀକ୍ଷା ୮୦ ମାର୍କ ବିଶିଷ୍ଟ ହେବ । ୩୦ ମାର୍କ ସବଜେକ୍ଟିଭ୍ ଏବଂ ୫୦ ମାର୍କ ଅବଜେକ୍ଟିଭ୍ ପ୍ରଶ୍ନ ରହିବ । ଅବଜେକ୍ଟିଭ୍ ବା ସଂକ୍ଷିପ୍ତ ଉତ୍ତରମୂଳକ ୫୦ ମାର୍କ ଓଏମଆର ସିଟ୍ ରେ ପରୀକ୍ଷା ହେବ । ଦୀର୍ଘ ଉତ୍ତରମୂଳକ ୩୦ ମାର୍କ ବୁକ୍ ଲେଟରରେ ପରୀକ୍ଷା ହେବ ।
ମୋଟ ୪ ସେଟ୍ ପ୍ରଶ୍ନପତ୍ର ରହିବ । ରେଗୁଲାର ପାଇଁ ଅଲଗା ଓ ଏକ୍ସ ରେଗୁଲାର ପାଇଁ ଅଲଗା ପ୍ରଶ୍ନ ହେବ । ଓଡ଼ିଆ, ଜେନେରାଲ୍ ସାଇନ୍ସ ଓ ସୋସିଆଲ୍ ସାଇନ୍ସରେ ଭିନ୍ନ ପ୍ରଶ୍ନ ହେବ ।
ଅନ୍ୟପକ୍ଷରେ, ଏପ୍ରିଲ ୧୩ ରୁ ନବମ ସମ୍ମେଟିଭ୍ ପରୀକ୍ଷା-୨ ହେବ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ସକାଳ ୮ଟାରୁ ଫାଷ୍ଟ ସିଟିଂରେ ନିଜ ସ୍କୁଲରେ ପିଲାମାନେ ପରୀକ୍ଷା ଦେବେ । ୧୩ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ୨୧ ତାରିଖରେ ସରିବ । ଏପ୍ରିଲ ୧୮ ରୁ ୨୬ ପର୍ଯ୍ୟନ୍ତ ଅନ୍ୟ ଏକ ସ୍କୁଲରେ ମୂଲ୍ୟାୟନ ହେବ ।