Saturday, April 25, 2026 10:55 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଧର୍ମେନ୍ଦ୍ର ମୁହଁ ଖୋଲିଲେ, ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ

ମମିତା ମେହେର ହତ୍ୟା ମାମଲା

by Our Correspondent
19 Nov, 2021- 04:02 PM
in Latest News, News
1 min read
0
ଧର୍ମେନ୍ଦ୍ର ମୁହଁ ଖୋଲିଲେ, ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ

ଭୁବନେଶ୍ୱର: ମମିତା ମେହେର ହତ୍ୟା ଘଟଣା ପରେ ଗୋଟେ ଟୁଇଟ୍ କରି ଚୁପ୍ ରହିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ତାଙ୍କ ଦଳ ଜୋରଦାର ଆନ୍ଦୋଳନ କରୁଥିଲେ ମଧ୍ୟ ସେ ପାଟି ଫିଟାଇ ନ ଥିଲେ । ଧର୍ମେନ୍ଦ୍ରଙ୍କ ଏହି ନିରବତା ଦଳୀୟ ନେତାଙ୍କ ମନୋବଳ ଭାଙ୍ଗୁଥିଲା । ମାତ୍ର ଆଜି ତାହାର ଅବସାନ ଘଟିଛି । ମମିତା ମାମଲାରେ ଧର୍ମେନ୍ଦ୍ର ଖାଲି ମୁହଁ ଖୋଲିନାହାନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ନିଶାନା କରିଛନ୍ତି ।

ଆଜି ବିଜେପି ଅଫିସ୍ ଠାରେ ଆୟୋଜିତ ମିଶ୍ରଣ ପର୍ବରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଝାଡ଼ିଥିଲେ । କହିଥିଲେ, ପୀଡ଼ିତାଙ୍କ ବାପା ମା’ ଙ୍କ ଉପରେ ଚାପ ପକାଇ ଆପଣ ସେମାନଙ୍କୁ ହାଇକୋର୍ଟ ଆଣିଛନ୍ତି । ଏତଲା ଦର୍ଜ ପାଇଁ ସେମାନେ ଥାନାକୁ ଥାନା ବୁଲୁଥିଲେ । ଏବେ ମାମଲାର ତ୍ୱରିତ ବିଚାର ପାଇଁ କେସ୍ କରିଛନ୍ତି । ଚାର୍ଜସିଟ୍ ଦାଖଲର ସମୟ ସରି ନ ଥିବା ବେଳେ ଏଭଳି କାହିଁକି? 

ଧର୍ମେନ୍ଦ୍ର ପୁଣି କହିଥିଲେ, ଆପଣଙ୍କ ଗୃହ ମନ୍ତ୍ରୀ ଏହି ମାମଲାରେ ସଂଶ୍ଲିଷ୍ଟ ନ ଥାଇପାରନ୍ତି । ତାହାହେଲେ ବିଗତ ଦିନରେ ଯେଉଁ ମନ୍ତ୍ରୀଙ୍କୁ ଦୁର୍ନୀତି ଏବଂ ଅପାରଗତା ପାଇଁ ବାହାର କରିଛନ୍ତି ସେମାନେ କ’ଣ ଦୋଷୀ ସାବ୍ୟସ୍ତ ହୋଇଥିଲେ ? ସେମାନଙ୍କ କ୍ଷେତ୍ରରେ ନୈତିକତା ଓ ମୂଲ୍ୟବୋଧ କ’ଣ ଅଲଗା ବୋଲି ଧର୍ମେନ୍ଦ୍ର ପଚାରିଥିଲେ । ଏ ଅହଂକାର ବେଶୀ ଦିନ ରହିବ ନାହିଁ ବୋଲି କହିଥିଲେ ।

ସୂଚନାଥାଉକି, କିଛି ଦିନ ତଳେ ବିଜେଡ଼ିରୁ ଇସ୍ତଫା ଦେଇଥିବା ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ ଆଜି ନିଜ ସମର୍ଥକମାନଙ୍କ ସହ ବିଜେପିରେ ଯୋଗଦେଇଛନ୍ତି । ଏହି ଅବସରରେ ଧର୍ମେନ୍ଦ୍ର ଉଦବୋଧନ ଦେଇ ମମିତା ମେହେର ପ୍ରସଙ୍ଗ ଉଠାଇଥିଲେ ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଥିବା ଧର୍ମେନ୍ଦ୍ରଙ୍କୁ ବିଜେଡ଼ି କି ଜବାବ ଦେଉଛି ତାହାକୁ ଅପେକ୍ଷା କରାଯାଇଛି ।

Previous Post

କୃଷକଙ୍କ ଚାପ ଆଗରେ ପ୍ରଧାନମନ୍ତ୍ରୀ ନଇଁଲେ

Next Post

ଧର୍ମେନ୍ଦ୍ରଙ୍କୁ ଜବାବ ଦେଲେ ବବି

Next Post
ଧର୍ମେନ୍ଦ୍ରଙ୍କୁ ଜବାବ ଦେଲେ ବବି

ଧର୍ମେନ୍ଦ୍ରଙ୍କୁ ଜବାବ ଦେଲେ ବବି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA