Thursday, January 15, 2026 07:08 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସବୁରି ଉତ୍ତର ମାନସ ରାଉତ

ଗାଁ ଗାଁରେ ବେଆଇନ ବ୍ଲାଷ୍ଟିଂ!

by Samar Pradhan
04 Jan, 2026- 09:31 PM
in Latest News, News
1 min read
1
ସବୁରି ଉତ୍ତର ମାନସ ରାଉତ

ଭୁବନେଶ୍ୱର: ଗୋପାଳପୁର କଳା ମୁଗୁନି ପଥର ଖଣି ମାଲିକ ମାନସ ରାଉତ ଜଣେ କରିତକର୍ମା ବ୍ୟକ୍ତି । ଢ଼େଙ୍କାନାଳର ପ୍ରଚଣ୍ଡ ପ୍ରଭାବଶାଳୀ ଖଣି ବ୍ୟବସାୟୀଙ୍କର ସେ ବାଲ୍ୟବନ୍ଧୁ । ବିଗତ ସରକାର ଅମଳରେ ଏହି ଖଣି ବ୍ୟବସାୟୀଙ୍କର ଫାର୍ମ ହାଉସ୍ କୁ ପ୍ରଭାବ ନେତାଙ୍କର ଯା ଆସ ହେଉଥିଲା । ଏହି ସମ୍ପର୍କରେ ମାନସ ରାଉତଙ୍କ ହାତ ବହୁତ ଲମ୍ବା । ସ୍ଥାନୀୟ ପ୍ରଶାସନ ଓ ପୁଲିସ ତାଙ୍କ ହାତମୁଠାରେ । ଏହାର ନିରପେକ୍ଷ ତଦନ୍ତ ହେଲେ ସବୁ ସତ ସାମନାକୁ ଆସିଯିବ ।

ଢ଼େଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍ ମୋଟଙ୍ଗା ଥାନା ଅର୍ନ୍ତଗତ ଗୋପାଳପୁର ଗ୍ରାମ ନିକଟରେ ଏକ କଳା ମୁଗୁନି ପଥର ଖାଦାନରେ ଘଟିଥିବା ବିସ୍ଫୋରଣରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଦୀର୍ଘ ୧୨ ଘଣ୍ଟାର ଉଦ୍ଧାର କାର୍ଯ୍ୟ ଶେଷରେ ମୋଟଙ୍ଗା ପୁଲିସ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । ପଥର ଖାଦାନରେ ଏକାଧିକ ଶ୍ରମିକ କାମ କରୁଥିବାରୁ ମୃତ୍ୟୁ ସଂଖ୍ୟା ୪ ରୁ ଅଧିକ ବୋଲି ପୂର୍ବରୁ ଆଶଙ୍କା କରାଯାଉଥିଲା ।

ଶନିବାରର ଏହି ଘଟଣା ପରେ ରାଜ୍ୟ ସରକାରଙ୍କର ଚେତା ପଶିଛି । ଖଣିମନ୍ତ୍ରୀ ବିଭୂତି ଜେନା ଏହି ଦୁର୍ଘଟଣାରେ ଉଦବେଗ ପ୍ରକାଶ କରି ଦୃଢ଼ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି । ସଂପୃକ୍ତ ଖଣିରେ ବେଆଇନ ଭାବରେ ବ୍ଲାଷ୍ଟିଂ କରାଯାଉଥିଲା । ଡିସେମ୍ବରରୁ ୩୦ରେ ବ୍ଲାଷ୍ଟିଂ ଲାଇସେନ୍ସ ଅବଧି ସରିଯାଇଥିଲା । ଏଭଳି ବେଆଇନ ଖଣି ଉତ୍ତୋଳନ ଅକ୍ଷମଣୀୟ ଅପରାଧ । ଏହାର ତଦନ୍ତ ହୋଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖଣିମନ୍ତ୍ରୀ କହିଛନ୍ତି ।

ସାରା ରାଜ୍ୟରେ ବର୍ଷ ବର୍ଷ ଧରି ଲଘୁ ଖଣିଜ ପଦାର୍ଥର ବେଆଇନ ଉତ୍ତୋଳନ ଏକ ସାଧାରଣ ଘଟଣା ହୋଇଯାଇଛି । ଗାଁ ଗାଁରେ ଜଙ୍ଗଲରୁ ପଥର ଉତ୍ତୋଳନ ନିମନ୍ତେ ଶକ୍ତିଶାଳୀ ବିସ୍ଫୋରକ ସାମଗ୍ରୀ ବ୍ୟବହାର କରାଯାଉଛି । ଅଧିକାଂଶ ଜାଗାରେ ଖଣି ବିଭାଗର ବିନା ଅନୁମତିରେ ଏହି ବେଆଇନ କାର୍ଯ୍ୟ ଚାଲୁଛି । ରାଜନୈତିକ ପୃଷ୍ଠପୋଷକତାରେ ଏହା ଚାଲୁଥିବାରୁ ସ୍ଥାନୀୟ ପ୍ରଶାସନ ଓ ପୁଲିସ ନିରବ ରହୁଛନ୍ତି । ସେହି କାରବାରରୁ ସେମାନଙ୍କ ପକେଟ ଗରମ ହେଉଛି । ବିଭିନ୍ନ ଅଞ୍ଚଳରୁ ଏହାର ମାଳ ମାଳ ଅଭିଯୋଗ ସରକାରଙ୍କ ପାଖକୁ ଆସୁଛି । ମାତ୍ର ସେହି ଧାରାରେ ବ୍ରେକ୍ ଲାଗୁନି କି କାହାର କିଛି ହେଉ ନାହିଁ ।

ବାଲି ଚୋରା ଚାଲାଣ ହେଉ କି ଖଣି ଖାଦାନରେ ବେଆଇନ କାର୍ଯ୍ୟ ହେଉ, ଏସବୁ ବନ୍ଦ କରିବାକୁ ନୂଆ ସରକାର ତାଙ୍କର ଆଭିମୁଖ୍ୟ ପ୍ରଥମରୁ ସ୍ପଷ୍ଟ କରିଛନ୍ତି । ଏଭଳି ଅପରାଧୀଙ୍କୁ ପ୍ରଶୟ ଦିଆଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ବାରମ୍ବାର କହି ଆସୁଛନ୍ତି । ଅତୀତରେ ଖଣିମନ୍ତ୍ରୀ ଶ୍ରୀ ଜେନା ବିଭିନ୍ନ ଅଞ୍ଚଳ ବୁଲି ଏହାର ତଦାରଖ କରିଥିଲେ । ସେହି ଡ଼ରରେ ଅଧିକାଂଶ ଖଣି ଖାଦାନରେ ବେଆଇନ କାରବାର ବନ୍ଦ ହୋଇଯାଇଥିଲା । ମାତ୍ର କିଛି ମାସ ପରେ ପୁଣି ଚାଲିଲା । ତାହାପୁଣି ସ୍ଥାନୀୟ ପ୍ରଶାସନ ଓ ପୁଲିସର ସହଯୋଗରେ । କିଛି ଜାଗାରେ ବିଜେପି ଓ ବିଜେଡିର ସ୍ଥାନୀୟ କୁଜି ନେତାମାନେ ଏହି କାମରେ ହାତ ମିଳାଇଛନ୍ତି । ସ୍ଥାନୀୟ ଅଞ୍ଚଳର ବିଧାୟକମାନେ ଏଭଳି କାର୍ଯ୍ୟକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହେଉଛି ।

ଢ଼େଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍ ଗୋପାଳପୁରର ଯେଉଁ କଳା ମୁଗୁନି ପଥର ଖଣିରେ ବିସ୍ଫୋରଣ ଘଟି ୨ ଶ୍ରମିକଙ୍କ ମୃତ୍ୟୁ ହୋଇଛି ସେହି ଖଣିର ମାଲିକ ହେଉଛନ୍ତି ମାନସ ରାଉତ । ପଥର ଉତ୍ତୋଳନ ପାଇଁ ତାଙ୍କର ଲାଇସେନ୍ସ ଥିଲା ନା ନାହିଁ, ଯଦି ଥିଲା କେତେ ଜାଗା ପାଇଁ ଅନୁମତି ଥିଲା ତାହା ତଦନ୍ତସାପେକ୍ଷ । ମାତ୍ର ବିସ୍ଫୋରଣ ବା ବ୍ଲାଷ୍ଟିଂ ପାଇଁ ଲାଇସେନ୍ସ ନ ଥିଲା ବୋଲି ଖଣିମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

ଆମ ଅନୁସନ୍ଧାନ ଅନୁଯାୟୀ, ମାନସ ରାଉତ ଜଣେ କରିତକର୍ମା ବ୍ୟକ୍ତି । ଢ଼େଙ୍କାନାଳର ଜଣେ ପ୍ରଚଣ୍ଡ ପ୍ରଭାବଶାଳୀ ଖଣି ବ୍ୟବସାୟୀଙ୍କର ସେ ବାଲ୍ୟବନ୍ଧୁ । ବିଗତ ସରକାର ଅମଳରେ ଏହି ଖଣି ବ୍ୟବସାୟୀଙ୍କର ଫାର୍ମ ହାଉସ୍ କୁ ପ୍ରଭାବ ନେତାଙ୍କର ଯା ଆସ ହେଉଥିଲା । ଏହି ସମ୍ପର୍କରେ ମାନସ ରାଉତଙ୍କ ହାତ ବହୁତ ଲମ୍ବା । ସ୍ଥାନୀୟ ପ୍ରଶାସନ ଓ ପୁଲିସ ତାଙ୍କ ହାତମୁଠାରେ ବୋଲି କୁହାଯାଏ । ଏହାର ନିରପେକ୍ଷ ତଦନ୍ତ ହେଲେ ସବୁ ସତ ସାମନାକୁ ଆସିଯିବ ।

Previous Post

ସୋଆ ପକ୍ଷରୁ ଗ୍ରାଣ୍ଡ ହୋମ୍ କମିଂ-୨୦୨୫

Next Post

ଛାଡ଼ ପାଇଲେ ଲଳିତ ବେହେରା !

Next Post
ଛାଡ଼ ପାଇଲେ ଲଳିତ ବେହେରା !

ଛାଡ଼ ପାଇଲେ ଲଳିତ ବେହେରା !

Comments 1

  1. Parthasarathi Behera says:
    1 week ago

    Good one. Keep it up..

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19146 shares
    Share 7658 Tweet 4787
  • ନବୀନ..ନବୀନ, ମୋହନ..ମୋହନ

    16593 shares
    Share 6637 Tweet 4148
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7295 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5811 shares
    Share 2324 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5481 shares
    Share 2192 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA