ଭୁବନେଶ୍ୱର: ଆଇଏଏସ୍ ସ୍ତରରେ ରାଜ୍ୟ ସରକାର ଆଜି ଏକ ଛୋଟ ଅଦଳବଦଳ କରିଛନ୍ତି । ଶୁଭମ୍ ସାକ୍ସେନାଙ୍କ ଜାଗାରେ ସମ୍ବଲପୁର ଜିଲ୍ଲାପାଳ ଭାବେ ୨୦୧୫ ବ୍ୟାଚ୍ ଅଧିକାରୀ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ନିଯୁକ୍ତି ଦିଆଯାଇଛି । ଶ୍ରୀ ପରିଡ଼ା ରାଉରକେଲା ମହାନଗର ନିଗମର କମିଶନର ଥିଲେ । ଶ୍ରୀ ସାକ୍ସେନାଙ୍କୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଯୁଗ୍ମ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ରାଉରକେଲା ମହାନଗର ନିଗମର କମିଶନର ଭାବେ ୨୦୧୭ ବ୍ୟାଚ୍ ଅଧିକାରୀ ଡା. ଶୁଭଙ୍କର ମହାପାତ୍ରଙ୍କୁ ନିଯୁକ୍ତି ଦିଆଯାଇଛି । ଶ୍ରୀ ମହାପାତ୍ର ବାଲିଗୁଡ଼ା ସବ୍ କଲେକ୍ଟର ଭାବେ କାର୍ଯ୍ୟ କରୁଥିଲେ ।