ଭୁବନେଶ୍ୱର: ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା କନିଷ୍ଠ ଶିକ୍ଷକମାନଙ୍କୁ ନୂଆବର୍ଷରେ ବଡ଼ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନଙ୍କ ଦରମାରେ ୫୦% ବୃଦ୍ଧି ଘୋଷଣା କରିଛନ୍ତି । ସମୁଦାୟ ୩୩, ୦୩୮ ଜଣ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ ଏବଂ କନିଷ୍ଠ ଶିକ୍ଷକ ବର୍ଦ୍ଧିତ ହାରରେ ଦରମା ପାଇବେ । ଚଳିତ ଜାନୁଆରୀ ପହିଲାରୁ ସେମାନଙ୍କୁ ବର୍ଦ୍ଧିତ ଦରମା ମିଳିବ ।
ଚୁକ୍ତି ଭିତ୍ତିକ କନିଷ୍ଠ ଶିକ୍ଷକମାନେ ୭,୪୦୦ ଟଙ୍କା ଦରମା ପାଉଥିଲେ । ଏବେ ତାହା ୧୧,୦୦୦ ଟଙ୍କାକୁ ବୃଦ୍ଧି ପାଇଛି । ସେହିଭଳି କନିଷ୍ଠ ଶିକ୍ଷକମାନଙ୍କ ଦରମା ଥିଲା ୯,୨୦୦ ଟଙ୍କା । ଏବେ ପାଇବେ ୧୩, ୮୦୦ ଟଙ୍କା ଦରମା । ବର୍ଦ୍ଧିତ ଦରମା ବାବଦରେ ରାଜ୍ୟ ସରକାର ବର୍ଷକୁ ୧୬୮ କୋଟି ଟଙ୍କା ଖର୍ଚ୍ଚ କରିବେ । ତେବେ ଏହି ନିଷ୍ପତ୍ତି ଦ୍ୱାରା ୧୩, ୩୨୪ ଜଣ ଚୁକ୍ତି ଭିତ୍ତିକ କନିଷ୍ଠ ଶିକ୍ଷକ ଏବଂ ୧୯, ୭୧୪ କନିଷ୍ଠ ଶିକ୍ଷକ ଉପକୃତ ହେବେ ।