Tuesday, June 23, 2026 06:12 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେଡି ବିଧାୟକଙ୍କ ଘରେ ପଶିଲା ଇଡି

ପ୍ରଫୁଲ୍ଲ ସାମଲଙ୍କ ୧୦ଟି ଜାଗାରେ ଇଡି ରେଡ୍

by Our Correspondent
15 Feb, 2024- 11:51 AM
in Latest News, News
1 min read
0
ବିଜେଡି ବିଧାୟକଙ୍କ ଘରେ ପଶିଲା ଇଡି

??????????

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ପଶିଛି କେନ୍ଦ୍ରୀୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ଭୁବନେଶ୍ୱର ଓ ଭଦ୍ରକରେ ଥିବା ତାଙ୍କ ଘର, ଅଫିସ୍ ଏବଂ ଇଞ୍ଜିନିୟରିଂ କଲେଜ ଉପରେ ଆଜି ସକାଳୁ ଏହି ରେଡ୍ ଆରମ୍ଭ ହୋଇଛି । ବିଧାୟକଙ୍କ ପରିବାରର ପରିଚାଳନାରେ ଥିବା ବରପଦା ଇଞ୍ଜିନିୟରିଂ କଲେଜରେ ଆର୍ଥିକ ଅନିୟମିତତା ତଥା ୨୦ କୋଟି ଟଙ୍କାର ଜମି ଦୁର୍ନୀତି ମାମଲାରେ ଇଡି ଏହି ଚଢ଼ଉ କରିଥିବା ପ୍ରାଥମିକ ସୂଚନା ହସ୍ତଗତ ହୋଇଛି ।

ବରପଦା ଇଞ୍ଜିନିୟରିଂ କଲେଜର ପୂର୍ବତନ ସଭାପତି ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କର ଭୁବନେଶ୍ୱରର ପଳାସପଲ୍ଲୀସ୍ଥିତ ଘର, ସରକାରୀ କ୍ୱାର୍ଟର୍, ଅଫିସ ଏହିଭଳି ୪ଟି ଜାଗା ଏବଂ ବରପଦା ଇଞ୍ଜିନିୟରିଂ କଲେଜ ସମେତ ଭଦ୍ରକ ସହରର ୬ଟି ଜାଗାରେ ଆଜି ସକାଳୁ ସକାଳୁ ଅଚାନକ ଏହି ଚଢ଼ଉ ଆରମ୍ଭ ହୋଇଛି । କଲେଜର ପୂର୍ବତନ ଅଧ୍ୟକ୍ଷ ମନୋଜ ଗୋସ୍ୱାମୀଙ୍କ ବାସଭବନ ଉପରେ ମଧ୍ୟ ଚଢ଼ଉ ହୋଇଛି । କେନ୍ଦ୍ରୀୟ ସୁରକ୍ଷା ବାହିନୀ ବଳୟରେ ଏହି ଚଢ଼ଉ ଚାଲିଛି ।

ଭଦ୍ରକ ଜିଲ୍ଲା ବରପଦା ଇଞ୍ଜିନିୟରିଂ କଲେଜରେ ବ୍ୟାପକ ଆର୍ଥିକ ଅନିୟମିତତା ଅଭିଯୋଗ ଏକ ଗମ୍ଭୀର ମାମଲା । ଏକଦା ଏହି ମାମଲାକୁ ନେଇ ରାଜନୈତିକ ହଟଚମଟ ସୃଷ୍ଟି ହୋଇଥିଲା । ୧୦୫ ଏକର ଜମି ଉପରେ ନିର୍ମିତ ବରପଦା ଇଞ୍ଜିନିୟରିଂ କଲେଜକୁ ବିଧାୟକ ପ୍ରଫୁଲ୍ଲ ସାମଲ ଏବଂ ତାଙ୍କ ପୁଅ ପ୍ରୟାସକାନ୍ତ ଓରଫ୍ ଲୁଲୁ ସାମଲ ନିଜର ପାରିପାରିକ ସମ୍ପତ୍ତି କରିଦେଇଥିବା ସ୍ଥାନୀୟ ବାସିନ୍ଦା ଏବଂ କର୍ମଚାରୀମାନେ ଅଭିଯୋଗ କରିଥିଲେ । କଲେଜ ଜମିକୁ ବିଲଡରଙ୍କୁ ବିକ୍ରୀ କରିବା ତଥା ପିଲାଙ୍କ ନାମଲେଖା ପଇସାରେ ଜମିବାଡ଼ି, ବସ୍ କିଣି ବେପାର କରିବା ଭଳି ସଙ୍ଗୀନ ଅଭିଯୋଗ ଆସିଥିଲା । କଲେଜରେ ୨୦ କୋଟିରୁ ଅଧିକ ଟଙ୍କାର ଜମି ଦୁର୍ନୀତି ଅଭିଯୋଗ ମାମଲାକୁ ନେଇ ୧୦ ବର୍ଷ ତଳେ ପ୍ରବଳ ତୁମ୍ବିତୋଫାନ ହୋଇଥିଲା ।

କଲେଜ କର୍ମଚାରୀମାନଙ୍କୁ ଦୀର୍ଘ ଦିନ ଧରି ଦରମା ମିଳୁ ନ ଥିବାରୁ ସେମାନେ ରାସ୍ତାକୁ ଓହ୍ଲାଇଥିଲେ । ସାମଲ ବାପପୁଅଙ୍କ ବିରୋଧରେ ଆନେ୍ଦାଳନ ତୀବ୍ର ହୋଇ ଭଦ୍ରକ ବନ୍ଦ ଡାକରା ଦିଆଯାଇଥିଲା । ସେହି ସମୟରେ ବିଧାୟକଙ୍କ ପୁଅ ପ୍ରୟାସକାନ୍ତି ଓରଫ୍ ଲୁଲୁ ସାମଲ କଲେଜର ସଭାପତି ଥିଲେ । କଲେଜ କର୍ମଚାରୀଙ୍କୁ ଦରମା ମିଳୁ ନ ଥିବା ବେଳେ ଲୁଲୁଙ୍କର ଏକାଧିକ ଦାମୀ ଗାଡ଼ି କିଣାକୁ ନେଇ ପ୍ରବଳ ଅସନ୍ତୋଷ ଜନଆନ୍ଦୋଳନର ରୂପ ନେଇଥିଲା । ନିଜର ପ୍ରଭାବ ବଳରେ ମାମଲାକୁ ଚପାଇଦେବାକୁ ବିଧାୟକ ପ୍ରଫୁଲ୍ଲ ସାମଲ ଉଦ୍ୟମ କରି କେତୋକାଂଶରେ ସଫଳ ହୋଇଥିଲେ । ଅବଶ୍ୟ ପରବର୍ତ୍ତୀ ସମୟରେ ଏଥିପାଇଁ ତାଙ୍କୁ ମନ୍ତ୍ରୀପଦରୁ ବଞ୍ଚିତ ହେବାକୁ ପଡ଼ିଥିଲା ।

୧୯୫୭ ମସିହାରେ ବରପଦା ଇଞ୍ଜିନିୟରିଂ କଲେଜ ସ୍ଥାପନ ହୋଇଥିଲା । ୧୯୬୪ ମସିହାରେ ରାଜ୍ୟ ସରକାର ଏହାର ପରିଚାଳନା ଭାର ହାତକୁ ନେଇଥିଲେ । ମାତ୍ର ୧୯୯୧ ପରଠୁ ବିଧାୟକ ପ୍ରଫୁଲ୍ଲ ସାମଲ ଏହାର ପରିଚାଳନା ଭାର ନିଜ ହାତକୁ ନେଇ ପରିଚାଳନା ପରିଷଦର ସଭାପତି ବନିଥିଲେ । ୨୦୦୭ ମସିହାରେ ସେ ତାଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ଏହି ଦାୟିତ୍ୱ ହସ୍ତାନ୍ତର କରିଥିଲେ । ତାଙ୍କ ବୋହୂ ମଧ୍ୟ କଲେଜର ପ୍ଲେସମେଣ୍ଟ ଅଫିସର ଦାୟିତ୍ୱରେ ରହିଲେ । ସାମଲ ପରିବାରର ପିଲାଙ୍କ ଟୁ୍ୟସନ୍ ସାର୍ ସୁଦର୍ଶନ ବାରିକଙ୍କୁ ମଧ୍ୟ କଲେଜରେ କର୍ମଚାରୀ ନିଯୁକ୍ତି ଦିଆଯାଇ ତାଙ୍କ ନାଁରେ ୬ ଟି ବସ୍ କିଣାଯାଇଥିବା ଅଭିଯୋଗ ହୋଇଥିଲା । କଲେଜ ପଇସାରେ ବିଧାୟକଙ୍କ ପତ୍ନୀଙ୍କ ନାଁରେ ୩୪ ଟି ବସ୍ କିଣାଯାଇଥିବା ଅଭିଯୋଗ ଆସିଥିଲା ।

Previous Post

ରାଜ୍ୟ ବିଜେପିର ୧୫ ଜଣିଆ କୋର୍ ଓ ନିର୍ବାଚନ କମିଟି

Next Post

ଡାକ୍ତର କମଳାକାନ୍ତ କରଙ୍କ ପରଲୋକ

Next Post
ଡାକ୍ତର କମଳାକାନ୍ତ କରଙ୍କ ପରଲୋକ

ଡାକ୍ତର କମଳାକାନ୍ତ କରଙ୍କ ପରଲୋକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA