Thursday, June 25, 2026 10:14 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆରପାରିରେ ପ୍ରସିଦ୍ଧ ଓଡ଼ିଆ ଚଳଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ର

by Our Correspondent
02 Nov, 2020- 06:45 PM
in Latest News, News
1 min read
0
ଆରପାରିରେ ପ୍ରସିଦ୍ଧ ଓଡ଼ିଆ ଚଳଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ର

ଭୁବନେଶ୍ୱର: ଓଡ଼ିଆ ସିନେ ଜଗତର ଆଉ ଜଣେ ଉଜ୍ଜଳ ତାରକା ଲିଭିଗଲେ । ବିଶିଷ୍ଟ ଚଳଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ର ଆଉ ନାହାନ୍ତି । ୭୨ ବର୍ଷ ବୟସରେ ଜଟଣୀସ୍ଥିତ ବାସଭବନରେ ହୃଦଘାତ ଯୋଗୁଁ ତାଙ୍କର ପରଲୋକ ହୋଇଛି । ତାଙ୍କ ମୃତ୍ୟୁରେ ଚଳଚିତ୍ର ଜଗତ ଶୋକସାଗରରେ ବୁଡିଯାଇଛି । ଆଜି ସଂଧ୍ୟାରେ ପୁରୀ ସ୍ୱର୍ଗଦ୍ୱାରଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି ।

ଦୁଇବର୍ଷ ତଳେ ଶ୍ରୀ ମିଶ୍ରଙ୍କର ହାର୍ଟ ସର୍ଜରୀ ହୋଇଥିଲା । ତେବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ । ଆଜି ଦିନ ୧୦ଟା ବେଳେ ବ୍ୟାଙ୍କ କାମରେ ଯାଇଥିଲେ । ବ୍ୟାଙ୍କରୁ ଘରକୁ ଫେରିବା ପରେ ସେ ଭୀଷଣ ଥକ୍କା ଅନୁଭବ କରିବାରୁ ସୋଫା ଉପରେ ବସିପଡ଼ିଥିଲେ । ଏବଂ ସେହି ସୋଫା ଉପରେ ହିଁ ତାଙ୍କ ଶରୀର ନିସ୍ତେଜ ହୋଇଯାଇଥିଲା । ତାଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲ୍ କୁ ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ । ତାଙ୍କୁ ମାସିଭ୍ ହାର୍ଟ ଆର୍ଟାକ୍ ହୋଇଥିବା ଜଣାପଡ଼ିଥିଲା ।

କେବଳ ଉଚ୍ଚକୋଟୀର ଚଳଚିତ୍ର ନିର୍ଦ୍ଦେଶକ ଭାବେ ରାଜୁ ମିଶ୍ର ଜଣାଶୁଣା ନ ଥିଲେ । ଏକାଧାରରେ ନିର୍ଦ୍ଦେଶକ, ସିନେମାଟୋଗ୍ରାଫର୍, ମ୍ୟୁଜିକ୍ କପୋଜର୍, ଲିରିକଷ୍ଟି, ଡାଇଲଗ୍ ଏବଂ ସ୍କି୍ରନ୍ ପ୍ଲେ ରାଇଟର୍ ଭାବେ ତାଙ୍କର ସୁନାମ ଥିଲା । ତାଙ୍କ ନାଁ ହିଁ ଚଳଚିତ୍ର ସଫଳତାର ମାପକାଠି ଥିଲା ।

ପୁନେ ଫିଲ୍ମ ଆଣ୍ଡ ଟେଲିଭିଜନ୍ ଇନଷ୍ଟିଚ୍ୟୁଟ୍ ରୁ ଡିଗ୍ରୀ ହାସଲ କରିଥିବା ରାଜୁ ମିଶ୍ର ‘ଉଲକା’ ଫିଲ୍ମ ଜରିଆରେ ଓଡ଼ିଆ ସିନେ ଜଗତକୁ ପ୍ରବେଶ କରିଥିଲେ । ଏହି ଚଳଚିତ୍ର ସୁପର୍ ହିଟ୍ ହୋଇଥିଲା । ପରେ ପରେ ସାଗର ଗଙ୍ଗା, ଜୋର ଯାର ମୂଲକ ତାର, ସତ ମିଛ, ଚକା ଆଖି ସବୁ ଦେଖୁଛି, ଆସୁଛି ମୋ କାଳିଆ ସୁନା, ପୁଅ ମୋର କଳାଠାକୁର, ରୂପା ଗାଁର ସୁନା କନିଆଁ, ଜୀବନ ମୃତ୍ୟୁ, ହରିଭାଇ ହାରେନା, ମମତା ମାଗେ ମୂଲ, ସିଂହ ବାହିନୀ, ପଥର ଖସୁଛି ବଡ଼ ଦେଉଳେ ଭଳି ଲୋକପ୍ରିୟ ଚଳଚିତ୍ରର ନିର୍ଦ୍ଦେଶନା ଦେଇଥିଲେ । ତାଙ୍କ ନିର୍ଦ୍ଦେଶିତ ଅଧିକାଂଶ ଚଳଚିତ୍ର ସୁପର୍ ଡୁପର୍ ହିଟ୍ ହୋଇଥିଲା ।

ନିଜର କୃତିତ୍ୱ ପାଇଁ ସ୍ୱର୍ଗତ ମିଶ୍ର ତାଙ୍କ ଜୀବନ କାଳରେ ଅନେକ ପୁରସ୍କାର ପାଇଥିଲେ । ରାଜ୍ୟ ସରକାରଙ୍କର ଜୟଦେବ ସମ୍ମାନ ତାଙ୍କୁ ମିଳିଥିଲା ।

Previous Post

କିମସରେ ଖୋଲିଲା ପୋଷ୍ଟ କୋଭିଡ୍ କେୟାର ସ୍ପେସିଆଲିଟି କ୍ଲିନିକ

Next Post

ବନ୍ଧା ହେଲେ ଆଉ ଜଣେ ପଣ୍ଡା ମାଫିଆ

Next Post
ବନ୍ଧା ହେଲେ ଆଉ ଜଣେ ପଣ୍ଡା ମାଫିଆ

ବନ୍ଧା ହେଲେ ଆଉ ଜଣେ ପଣ୍ଡା ମାଫିଆ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA