Tuesday, July 8, 2025 07:39 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ରାଜା ଚକ୍ର ଗିରଫ; ଆଗକୁ କିଏ?

ଲିଙ୍କ୍ ରେ ବିଜେଡି ବଡ଼ବଡ଼ିଆ!

by Our Correspondent
13 Mar, 2025- 04:41 PM
in Crime, Latest News, News
1 min read
0
ରାଜା ଚକ୍ର ଗିରଫ; ଆଗକୁ କିଏ?

ଭୁବନେଶ୍ୱର: ଓଡ଼ିଶା ଖଣି ନିଗମ ସହ ଅନୁବନ୍ଧିତ କେନ୍ଦୁଝର ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ଶହ ଶହ କୋଟି ଟଙ୍କାର ଆର୍ଥିକ ଅନିୟମିତା ଓ ଦୁର୍ନୀତି ଘଟଣାରେ ରାଜ୍ୟ ଯୁବ ବିଜେଡିର ଉପସଭାପତି ସୌମ୍ୟ ଶଙ୍କର ଚକ୍ର ଓରଫ ରାଜା ଚକ୍ରଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ଆଜି ଗିରଫ କରିଛି । ତାଙ୍କର ୪୨ଟି ବଡ଼ ଗାଡ଼ି ଜବତ କରାଯାଇଥିବା ବେଳେ କେନ୍ଦୁଝରରେ ଥିବା ଦୁଇଟି ପ୍ଲାଣ୍ଟ ସିଲ୍ କରାଯାଇଛି । ଆକାଉଣ୍ଟରେ ଥିବା ୨୫ ଲକ୍ଷ ଟଙ୍କା ଫ୍ରିଜ୍ କରାଯାଇଛି । ରାଜାଙ୍କର ବେଆଇନ କାରବାର ନେଇ ସାଂଘାତିକ ତଥ୍ୟ ସବୁ ସାମନାକୁ ଆସିଛି । କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କ କଳା ସାମ୍ରାଜ୍ୟର ଚିଠା ଖୋଲିଛନ୍ତି ।

ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଓ ଟ୍ରାନ୍ସପୋର୍ଟିଂ କୋଅପରେଟିଭ୍ ସୋସାଇଟି ନାଁରେ କୋଟି କୋଟି ଟଙ୍କା ଖୋଳ କରିଦେଇଛନ୍ତି ରାଜା ଚକ୍ର । ୨୦୧୭-୧୮ରୁ ମାର୍ଚ୍ଚ ୨୦୨୪ ମସିହା ମଧ୍ୟରେ ଏଜେନ୍ସିର ଆୟ ଥିଲା ୧୮୫ କୋଟି ଟଙ୍କା । ମାତ୍ର ଆୟଠାରୁ ଏହା ବହୁ ଅଧିକ ହୋଇପାରେ ବୋଲି ଅନୁମାନ କରାଯାଉଛି ।

ପାରିପାଶ୍ୱିର୍କ ବିକାଶ ପାଇଁ ୩୪ କୋଟି ଖର୍ଚ୍ଚ ହୋଇଥିବା କାଗଜପତ୍ରରେ ଦର୍ଶାଯାଇଛି । କିନ୍ତୁ ସେଭଳି କୌଣସି କାର୍ଯ୍ୟ ବି ହୋଇନାହିଁ । ଏକଥା ସ୍ଥାନୀୟ ଅଞ୍ଚଳର ୨ ଜଣ ବିଡିଓ ସ୍ୱୀକାର କରିଛନ୍ତି । ସୁତରାଂ ସବୁତକ ଟଙ୍କା ହଡ଼ପ ହୋଇଛି ।

ଏଜେନ୍ସି ପାଇଁ ତେଲ ପକା ବାବଦରେ ମା କାଳୀ ନାମକ ପେଟ୍ରୋଲ ପମ୍ପକୁ ୯.୧ କୋଟି ଟଙ୍କା ପେମେଣ୍ଟ ହୋଇଥିବା ଦର୍ଶାଯାଇଛି । କିନ୍ତୁ ପେଟ୍ରୋଲ ପମ୍ପ ମାଲିକଙ୍କ କହିବାନୁଯାୟୀ ସବୁ ତେଲ ରାଜାଙ୍କ ଗାଡ଼ି ଓ ମେସିନାରୀରେ ପଡ଼ିଛି । ଗନ୍ଧମାର୍ଦ୍ଦନ ଏଜେନ୍ସି ପାଇଁ ଟଙ୍କାକର ବି ତେଲ ପଡ଼ିନାହିଁ ।

ଏଜେନ୍ସି ପକ୍ଷରୁ ୪ ବର୍ଷ ଭିତରେ ୩୩ କୋଟି ଟଙ୍କା ଦୁଇ ଗାଁ ଲୋକଙ୍କୁ ବଣ୍ଟା ହୋଇଛି । ତେବେ ଏହି ଟଙ୍କା ଲୋକଙ୍କୁ ସହାୟତା ପାଇଁ ନୁହେଁ, ବରଂ ନିଜ ବେଆଇନ କାମ ପାଇଁ ଲୋକଙ୍କ ସମର୍ଥନ ସକାଶେ ଦିଆଯାଇଛି । ଯେପରିକି ଅନ୍ୟ କୌଣସି ଲୋଡିଂ ଏଜେନ୍ସିକୁ ସେଠାରେ ପୂରାଇ ଦିଆଯିବନି ।

୭୪ କୋଟି ଟଙ୍କା ଲୋଡିଂ ଓ ଲେବର ପେମେଣ୍ଟ ବାବଦରେ ଖର୍ଚ୍ଚ ହୋଇଥିବା ଏଜେନ୍ସି ଖାତାରେ ଦର୍ଶାଯାଇଛି । କିନ୍ତୁ ଅସଲରେ ମଣିଷ ନୁହେଁ, ସବୁ କାମ ମେସିନରେ ହୋଇଛି । ଏପରି ଭାବେ ଶ୍ରମିକ ପାଉଣା ବାବଦ ସବୁ ଟଙ୍କା ହଡ଼ପ ହୋଇଛି ।

କୁହାଯାଉଛି, ଏଭଳି ଭାବେ ଶହ ଶହ କୋଟିର ବେଆଇନ କାରବାରରେ ଏକାକୀ ରାଜା ଚକ୍ର ସାମିଲ ନାହାନ୍ତି । ତାଙ୍କ ପଛରେ ପୂର୍ବ ସରକାରର ଏକାଧିକ ପ୍ରଭାବଶାଳୀ ନେତାଙ୍କର ପ୍ରଚ୍ଛନ୍ନ ଆଶୀର୍ବାଦ ଓ ସହଯୋଗ ଥିଲା । ରାଜାଙ୍କ ବର୍ଷ ବର୍ଷର ବେଆଇନ କାରବାର ପଛରେ ତକ୍ରାଳୀନ ଜିଲ୍ଲାପାଳ ଓ ଏସପିଙ୍କର ମଧ୍ୟ ସହଯୋଗ ଥିଲା ।

କ୍ରାଇମବ୍ରାଞ୍ଚ ଡିଜି ସିଧାସଳଖ ଏହାର କୌଣସି ଉତ୍ତର ଦେଇ ନ ଥିଲେ ମଧ୍ୟ ରାଜା ଚକ୍ର ଲିଙ୍କ୍ ର ଖୋଳତାଡ଼ ଜାରି ରହିଛି ବୋଲି ସୂଚନା ଦେଇଥିଲେ ।

ସୂଚନାଯୋଗ୍ୟ, ୧୧ଟି ଗାଁ ମିଶି ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି କୋଅପରେଟିଭ୍ ସୋସାଇଟି ଗଠନ କରିଥିଲେ । ଲୋଡିଂ ଏଜେନ୍ସିରୁ ଲାଭ ଅର୍ଥ ଅଞ୍ଚଳର ବିକାଶରେ ଲଗାଇବା ଏହାର ଉଦ୍ଦେଶ୍ୟ ଥିଲା । ମାତ୍ର ଅସଲରେ କୋଟି କୋଟି ଟଙ୍କା ଖୋଳ କରିବାକୁ ଯୋଜନା ହୋଇଥିବା ତଦନ୍ତରୁ ଜଣାପଡ଼ିଛି ।

ଏହି ଆର୍ଥିକ ଅନିୟମିତତା ଘଟଣାରେ ଏଜେନ୍ସିର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ସମ୍ପାଦକ ଉତ୍କଳ ଦାସଙ୍କୁ ପୂର୍ବରୁ ଇଓଡବ୍ଲୁ ଗିରଫ କରିଥିଲା ।

ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି କେଳେଙ୍କାରୀରେ ରାଜା ଚକ୍ରଙ୍କ ସହ ବିଜେଡିର ବହୁ ବଡ଼ବଡ଼ିଆଙ୍କ ସଂପୃକ୍ତି ଥିବା ସମସ୍ତଙ୍କର ସନେ୍ଦହ ହେଉଛି । କାରଣ ପ୍ରଣବ ପ୍ରକାଶ(ବବି) ଦାସଙ୍କର ସେ ଥିଲେ ଏକାନ୍ତ ଅନୁଗତ । ପାଣ୍ଡିଆନ୍-ବବି ଦାସଙ୍କ ଛତ୍ରଛାୟାରେ ରହି ସେ ଧରାକୁ ସରା ମଣୁ ନ ଥିଲେ । ବବି ଦାସଙ୍କର ଚେଲା ଭାବେ ବିଜେଡିରେ ତାଙ୍କୁ ସମସ୍ତେ ଜାଣନ୍ତି । ବବି ଧ’ କହିଲେ ରାଜା ଧାଆଁନ୍ତି । ବିଜେଡି ଆହୁରି ୫୦ ବର୍ଷ କ୍ଷମତାରେ ରହିବ ବୋଲି ଭାବିଦେଇଥିବାରୁ ଏହି ଗ୍ୟାଙ୍ଗ୍ ଇନ୍ଦ୍ରଚନ୍ଦ୍ର ମାନିବା ଅବସ୍ଥାରେ ନ ଥିଲେ ।

ବବିଙ୍କ ଅନୁପସ୍ଥିତିରେ ଆଉ ଜଣେ ପ୍ରଭାବଶାଳୀ ନେତାଙ୍କ ସହ ରାଜାଙ୍କର ନିୟମିତ ସାକ୍ଷାତ ହେଉଥିଲା । ନିର୍ଦ୍ଦିଷ୍ଟ ଭାବେ କଳିଙ୍ଗନଗରସ୍ଥିତ ଏକ ମଲ୍ ର ଉପର ମହଲାରେ ସେମାନେ ଗୋପନ ବୈଠକ କରୁଥିଲେ । ସେଠାରେ ବ୍ୟବସାୟିକ କାରବାର ସମ୍ପର୍କରେ ଆଲୋଚନା ହେଉଥିଲା ବୋଲି ଇଓଡବ୍ଲୁ ପାଖରେ ସୂଚନା ପହଞ୍ଚିଛି ।

ରାଜାଙ୍କ ସହିତ ପ୍ରଭାବଶାଳୀ ଗୋଷ୍ଠୀର ଏତେ ମଧୁର ସମ୍ପର୍କ ଥିଲା ଯେ ଗତ ନିର୍ବାଚନ ବେଳେ ତାଙ୍କୁ ଚିଲିକା ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଥିଲା । ଦଳରେ ଅଭିଜ୍ଞ ନେତାମାନେ ସୁଯୋଗ ନ ପାଇ ଘରେ ମଶା ବାଡ଼ୋଉଥିବା ବେଳେ ରାଜା ଚକ୍ରଙ୍କ ଭଳି ରାଜନୀତିରେ ଅନାମଧ୍ୟେୟ ଯୁବକ ଉପକୂଳ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ଦାୟିତ୍ୱ ପାଇବା ପଛର ରହସ୍ୟ ଏବେ ସମସ୍ତଙ୍କୁ ମାଲୁମ୍ ପଡୁଛି ।

ରାଜାଙ୍କୁ ରିମାଣ୍ଡରେ ନେଇ ଅଧିକ ପଚରାଉଚୁରା କରିବାକୁ ଇଓଡବ୍ଲୁ ଯୋଜନା ରଖିଥିବାରୁ ଆଗକୁ କାହାରି ପାଳି ପଡ଼ିବ ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି ।

 

Previous Post

ମିଛ ଲୁଚାଇବାକୁ ପୁଣି ମିଛ ଖବର!

Next Post

ଫେକ୍ ନ୍ୟୁଜ୍ଜ୍ ରେ ଓଟିଭିକୁ ବିରଳ ସମ୍ମାନ!

Next Post
ଫେକ୍ ନ୍ୟୁଜ୍ଜ୍ ରେ ଓଟିଭିକୁ ବିରଳ ସମ୍ମାନ!

ଫେକ୍ ନ୍ୟୁଜ୍ଜ୍ ରେ ଓଟିଭିକୁ ବିରଳ ସମ୍ମାନ!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19067 shares
    Share 7627 Tweet 4767
  • ନବୀନ..ନବୀନ, ମୋହନ..ମୋହନ

    16583 shares
    Share 6633 Tweet 4146
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5780 shares
    Share 2312 Tweet 1445
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5465 shares
    Share 2186 Tweet 1366

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA