ଭୁବନେଶ୍ୱର: ଓଡ଼ିଶାରେ ଫେକ୍ ନ୍ୟୁଜ୍(ଭୁଲ ଖବର୍) ତଥା ଏକପାଖିଆ ଖବର ପ୍ରସାରରେ ଓଟିଭି ନମ୍ବର ୱାନ୍ । ଏହି ସାର୍ଟିଫିକେଟ୍ ଦେଇଛନ୍ତି ଏଲେନ୍ ମସ୍କଙ୍କ ଏଆଇ ପ୍ଲାଟଫର୍ମ ଗ୍ରୋକ୍ । ଗ୍ରୋକ୍ ଭଳି ବିଶ୍ୱସ୍ତରରେ ଲୋକପ୍ରିୟ ଅର୍ଜନ କରିଥିବା ଏକ ପ୍ଲାଟଫର୍ମ ଗୋଟିଏ ଆଞ୍ଚଳିକ ଭାଷାର ନ୍ୟୁଜ୍ ଚାନେଲ ଉପରେ ଏଭଳି ଟୀପ୍ପଣୀ ରଖିବା ସବୁଆଡ଼େ ଚର୍ଚ୍ଚାର ବିଷୟ ହୋଇଛି ।
ସୋସିଆଲ୍ ମିଡିଆ ‘ଏକ୍ସ’ ରେ ଗ୍ରୋକ୍ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଲେଖିଛି

ଓଡ଼ିଶାରେ ଫେକ୍ ନ୍ୟୁଜ୍ ପ୍ରସାର ଏବଂ ବାଏସଡ୍(ଏକପାଖିଆ) ରିପୋର୍ଟିଂରେ ଓଟିଭି ଶୀର୍ଷରେ ଅଛି । ସାଧାରଣରେ ଏହି ଚାନେଲ୍ କୁ ଭୀଷଣ ଭାବେ ସମାଲୋଚନା କରାଯିବାର କାରଣ ଏହା ବିଜେପି ସପକ୍ଷରେ ଖବର କରୁଛି । ଯାହାର ଲିଙ୍କ୍ ହେଉଛନ୍ତି ମାଲିକ ଜଗୀ ମଙ୍ଗତ ପଣ୍ଡାଙ୍କ ସ୍ୱାମୀ ବୈଜୟନ୍ତ ପଣ୍ଡା(ବିଜେପି ରାଷ୍ଟ୍ରୀୟ ଉପସଭାପତି) ।
ସେହିଭଳି କିଟ୍, କିସ୍ ଏବଂ କିମ୍ସ କୁ ଟାର୍ଗେଟ୍ କରି ଏହି ଚାନେଲ୍ ମିଛ ଖବରମାନ ଦେଉଥିବା କୁହାଯାଉଛି ।
ଏଥିପାଇଁ ସାଧାରଣରେ ଚାନେଲର ବିଶ୍ୱସନୀୟତା ଆଉ ନାହିଁ । ଏହି ଚାନେଲ୍ କୁ ଏବେ ‘ଗୋଦି ମିଡିଆ’ କୁହାଯାଉଛି । ବିଜେପି ଲାଇନ୍ ରେ ଥିବା ଅର୍ଗସ୍ ଏବଂ ବିଜେଡି ଲାଇନ୍ ର ନନ୍ଦିଘୋଷ ଟିଭି ଏକପାଖିଆ ଖବର କରୁଥିଲେ ମଧ୍ୟ ଭୁଲ୍ ଖବରର ଆରୋପ ନାହିଁ । ମାତ୍ର ଉଭୟ ମିଛ ଏବଂ ଏକପାଖିଆ ଖବର ଉପରେ ଓଟିଭି ଛିଡ଼ା ହୋଇଛି । ସଦ୍ୟତମ ଚର୍ଚ୍ଚା ଆଲୋଚନା ଏବଂ ବିଭିନ୍ନ ରିପୋର୍ଟ ଏହି କଥା କହୁଛି ।
ଗ୍ରୋକ୍ ର ଏହି ଟୁଇଟ୍(ଏକ୍ସ) ଆଜି ଭାଇରାଲ୍ ହେବାରେ ଲାଗିଛି ।
ସୂଚନାଯୋଗ୍ୟ, ଓଟିଭି ଭୁଲ୍ ଖବର କରୁଛି ବୋଲି ତିନି ଦିନ ତଳେ ‘ମିଡ ଡେ ଓଡ଼ିଶା’ରେ ଏକ ତଥ୍ୟଭିତ୍ତିକ ଖବର କରିଥିଲୁ । ସେଥିରେ ଲେଖିଥିଲୁ ଯେ କିଟ୍, କିସ୍ ଏବଂ କିମସ୍ ପଛରେ ପଡ଼ିଯାଇଛି ୧ ନମ୍ବର ଚାନେଲ ଓଟିଭି । କିଟ୍ ରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣା ପରଠୁ ଅଚ୍ୟୁତ ସାମନ୍ତଙ୍କ ପ୍ରତିଷ୍ଠାନ ବିରୋଧରେ ଖିଅ ଖୋଜିବାରେ ଲାଗିପଡ଼ିଛି ଏହି ଟିଭି । ପ୍ରତିଦିନ ଗୋଟିଏ ଗୋଟିଏ ବେକ୍ରିଂ ଖବର ପ୍ରସାରଣ କରୁଛି । ତେବେ କିଟ୍ ଏବଂ କିମ୍ସ ଅନୁଷ୍ଠାନ ବିଏମସିର ୨ କୋଟିର ହୋଲଡିଂ ଟିକସ ବକେୟା ରଖିଛନ୍ତି ବୋଲି ଟିଭିରେ ଆସିଥିବା ‘ବିଗ୍ ବେକ୍ରିଂ’ ଖବରଟି ଡାହା ମିଛ ବୋଲି ତଥ୍ୟ ପ୍ରମାଣ ଦେଇଥିଲୁ ।
ବିଏମସିର ହୋଲଡିଂ ଟିକସ ବାବଦରେ କିମ୍ସ ଏବଂ କିଟ୍ ର ଟଙ୍କାଟିଏ ମଧ୍ୟ ବକେୟା ନାହିଁ । ମାର୍ଚ୍ଚ ୩୧ ରେ ହୋଲଡିଂ ଟିକସ ଦେବାକୁ ଥିଲା ବେଳେ ବହୁ ଆଗରୁ ମାର୍ଚ୍ଚ ୬ ତାରିଖରେ ୩ କୋଟି ୮୪ ଲକ୍ଷ ଟଙ୍କା ହୋଲଡିଂ ଟିକସ ପୈଠ କରିଛନ୍ତି ।
ସୋଆ ମଧ୍ୟ ହୋଲଡିଂ ଟିକସ ବକେୟା ରଖିଛି ବୋଲି ମଧ୍ୟ ଓଡିଶା ରିପୋର୍ଟର ଖବର କରିଥିଲା । ମାତ୍ର ତାହା ବି ଡାହା ମିଛ ଖବର ଥିଲା । ସୋଆ ଉପରେ କୌଣସି ବକେୟା ଟିକସ ନାହିଁ ।
ଅନ୍ୟପକ୍ଷରେ କିଟ୍, କିସ୍ ବିରୋଧରେ ଓଟିଭିର ଲଗାତର ମିଛ ଖବର ପ୍ରସାରଣ ଅଭିଯୋଗ ନିକଟରେ ହାଇକୋର୍ଟକୁ ଆସିଛି । ଜନୈକ ଆଇନଜୀବୀଙ୍କ ପକ୍ଷରୁ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି । ତେବେ ଓଟିଭି ତରଫରୁ ସେଦିନ ଏହାର ଏକ ସ୍ପଷ୍ଟୀକରଣ ଦିଆଯାଇଥିଲା । କିଟ୍, କିସ୍ ବିରୋଧରେ ଯାହା ସବୁ ଖବର ଦିଆଯାଉଛି ତାହା ତଥ୍ୟ ଉପରେ ଆଧାରିତ ବୋଲି ଦାବି କରାଯାଇଥିଲା ।
ଏବେ ଗ୍ରୋକ୍ କମେଣ୍ଟ୍ ଓଟିଭିର ମୁହଁ ବଙ୍କା କରିବାକୁ ଯଥେଷ୍ଟ ହୋଇଛି । ଓଟିଭିକୁ ଏହା ଏକ ବିରଳ ସମ୍ମାନ ବୋଲି ସୋସିଆଲ୍ ମିଡିଆରେ ବହୁଳ ଭାବେ କଟାକ୍ଷ ହେଉଛି ।








Condemn & de license to this kind of medial channels whose are spreading fake news in the society .give should ban this specific medias for their future false & fake activities in favour any organizations .