Wednesday, June 24, 2026 06:20 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆରପାରିରେ ଦେବେନ୍ଦ୍ର ପ୍ରଧାନ

by Our Correspondent
17 Mar, 2025- 02:52 PM
in Latest News, News
1 min read
0
ଆରପାରିରେ ଦେବେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ବରିଷ୍ଠ ରାଜନେତା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନ ଆଉ ନାହାନ୍ତି । ନୂଆଦିଲ୍ଲୀ ଠାରେ ଚିକିତ୍ସିତ ଅବସ୍ଥାରେ ପୁଅ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୋଳରେ ଆଜି ସେ ଆଖି ବୁଜି ଦେଇଛନ୍ତି । ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ତାଙ୍କ ମୃତ୍ୟୁ ସହ ଓଡ଼ିଶାର ରାଜନୈତିକ ଆକାଶରୁ ଆଉ ଜଣେ ଉଜ୍ଜଳ ତାରକା ଅସ୍ତ ହୋଇଯାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଶେଷ ଦର୍ଶନ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଏବଂ ବରିଷ୍ଠ ନେତୃମଣ୍ଡଳୀ ସ୍ୱର୍ଗତ ପ୍ରଧାନଙ୍କ ଶେଷ ଦର୍ଶନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସମେତ ସବୁ ରାଜନୈତିକ ଦଳର ନେତୃବୃନ୍ଦ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ସ୍ୱର୍ଗତ ପ୍ରଧାନଙ୍କର ଦେହ ଭଲ ନ ଥିଲା । କିଛି ଦିନ ତଳେ ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ଚିକିତ୍ସା ପାଇଁ ତାଙ୍କୁ ଏମସରେ ଭର୍ତ୍ତି କରାଯାଇଥିଲା । ଡାକ୍ତରମାନଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ଆଜି ତାଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ପତ୍ନୀ, ପୁଅ ବୋହୁ ଏବଂ ନାତି ନାତୁଣୀ ଉପସ୍ଥିତ ଥିଲେ ।

ଓଡ଼ିଶାରେ ବିଜେପି ସଂଗଠନର ବିନ୍ଧାଣୀ ଥିଲେ ଡାକ୍ତର ଦେବେନ୍ଦ୍ର ପ୍ରଧାନ । ଡାକ୍ତରୀ ପେଶା ଛାଡ଼ି ରାଜନୀତିକୁ ଆସିଥିଲେ ଏବଂ ଲୋକଙ୍କ ସେବାରେ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରିଥିଲେ । ତାଳଚେର ବିଜେପି ମଣ୍ଡଳ ସଭାପତି(୧୯୮୦-୧୯୮୩) ଭାବେ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ମାତ୍ର ତାଙ୍କର କର୍ମକ୍ଷେତ୍ର ଥିଲା ସାରା ରାଜ୍ୟ । ସଂଗଠନକୁ ସୁଦୃଢ଼ ଏବଂ ପରିବ୍ୟାପ୍ତ କରିବାରେ ତାଙ୍କର ଭୂମିକା ଥିଲା ଅତୁଳନୀୟ । ସାଂଗଠନିକ ଦକ୍ଷତା ଏବଂ ଲୋକପ୍ରିୟତା ତାଙ୍କୁ ରାଜନୀତିରେ ଶୀର୍ଷକୁ ନେଇଥିଲା । ତିନି ଥର ରାଜ୍ୟ ବିଜେପିର ସଭାପତି ଏବଂ ଦୁଇଥର କେନ୍ଦ୍ରମନ୍ତ୍ରୀ ରହିଥିଲେ । ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ତାଙ୍କୁ ଭୂପୃଷ୍ଠ ପରିବହନ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ମିଳିଥିଲା । ଏହି ଦାୟିତ୍ୱକୁ ସେ ଅତି ସୁଚାରୂ ଭାବେ ତୁଲାଇଥିଲେ ।

ସ୍ୱର୍ଗତ ପ୍ରଧାନ ୧୯୮୮ରୁ ୧୯୯୦ ଏବଂ ୧୯୯୦ ରୁ ୧୯୯୩ ବିଜେପିର ସଭାପତି ଥିଲେ । ୧୯୯୩ ରୁ ୧୯୯୫ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ରହିଥିଲେ । ପୁନର୍ବାର ୧୯୯୫ ରୁ ୧୯୯୭ ଯାଏଁ ବିଜେପି ରାଜ୍ୟ ସଭାପତି ଥିଲେ । ୧୯୯୮ରେ ଦେବଗଡ଼ରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୧୩ତମ ଲୋକସଭା ନିର୍ବାଚନରେ ପୁନର୍ବାର ଦେବଗଡ଼ରୁ ନିର୍ବାଚିତ ହୋଇଥିଲେ । ୨୦୦୧ରୁ ୨୦୦୨ ବିଜେପିର ରାଷ୍ଟ୍ରୀୟ ଉପସଭାପତି ରହିଥିଲେ ।

୧୯୯୮ ରୁ ୧୯୯୯ ବାଜପେୟୀ ସରକାରରେ ସେ ଥିଲେ ଭୂପୃଷ୍ଠ ପରିବହନ ମନ୍ତ୍ରୀ । ଦ୍ୱିତୀୟ ପାଳିରେ ୧୯୯୯ରୁ ୨୦୦୧ ପର୍ଯ୍ୟନ୍ତ ସେ ଭୂପୃଷ୍ଠ ପରିବହନ ବିଭାଗର ଦାୟିତ୍ୱ ସହ କୃଷି ବିଭାଗର ଦାୟିତ୍ୱ ମଧ୍ୟ ପାଇଥିଲେ । ତାଙ୍କ ମନ୍ତ୍ରିତ୍ୱ କାଳରେ ଓଡ଼ିଶାରେ ଜାତୀୟ ରାଜପଥର ବିକାଶ ପାଇଁ ସେ ଅନେକ ପଦକ୍ଷେପ ନେଇଥିଲେ ।

ଦେବେନ୍ଦ୍ର ପ୍ରଧାନଙ୍କ ମୃତ୍ୟୁରେ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ଅପରାହ୍ନରେ ପାର୍ଥିବ ଶରୀର ଦିଲ୍ଲୀରୁ ଭୁବନେଶ୍ୱର ଅଣାଯିବ ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶୋକ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକବ୍ୟକ୍ତ କରିଛନ୍ତି ।

ଏକ ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ୱର୍ଗତ ପ୍ରଧାନ ଜଣେ ଲୋକପ୍ରିୟ ଜନନେତା ଓ ଦକ୍ଷ ପାର୍ଲାମେଣ୍ଟାରିଆନ୍ ଥିଲେ । ୧୯୯୯ ମସିହାରୁ ୨୦୦୧ ମସିହା ପର୍ଯ୍ୟନ୍ତ କେନ୍ଦ୍ର ପରିବହନ ଓ କୃଷି ମନ୍ତ୍ରୀ ଭାବେ ଦକ୍ଷତାର ସହ ନିଜ ଦାୟିତ୍ୱ ନିର୍ବାହ କରିଥିଲେ । ଜଣେ ଜନପ୍ରତିନିଧି ଏବଂ ସାଂସଦ ଭାବରେ ସେ ଅନେକ ଜନକଲ୍ୟାଣ ମୂଳକ କାର୍ଯ୍ୟକରି ସାଧାରଣ ଲୋକଙ୍କ ଶ୍ରଦ୍ଧା ଭାଜନ ହୋଇପାରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି । ରାଜ୍ୟର ବିକାଶ ପାଇଁ ସେ ନିଜର ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଯାଇଛନ୍ତି ।

ରାଜ୍ୟ ବିଜେପିର ସଭାପତି ଭାବେ ଦୃଢ ନେତୃତ୍ୱ ଦେଇ ଓଡିଶାରେ ଭାରତୀୟ ଜନତା ପାର୍ଟିର ଅଭ୍ୟୁଦୟରେ ସ୍ୱର୍ଗତ ପ୍ରଧାନ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ । ସେବା ଓ ସଂକଳ୍ପ ମନୋଭାବରେ ସେ ରାଜ୍ୟର ବିକାଶ ପାଇଁ ସାରା ଜୀବନ ଉତ୍ସର୍ଗ କରିଥିଲେ । ଏହି ବର୍ଷିୟାନ ବ୍ୟକ୍ତିତ୍ୱଙ୍କ ବିୟୋଗ ଯୋଗୁ ଦେଶ ତଥା ରାଜ୍ୟ ଜଣେ ବିଶିଷ୍ଟ ଜନସେବକଙ୍କୁ ହରାଇଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ତାଙ୍କ ପୁତ୍ର ତଥା କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ପରିବାର ବର୍ଗଙ୍କୁ ସମବେଦନା ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଦାରୁଣ ଦୁଃଖକୁ ସହ୍ୟ କରିବା ପାଇଁ ଭଗବାନ ଶକ୍ତି ପ୍ରଦାନ କରନ୍ତୁ । ମୁଖ୍ୟମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଫୋନ୍ ଯୋଗେ କଥା ହୋଇ ନିଜର ସମବେଦନା ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଶୋକବାର୍ତ୍ତା 

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ରାଜ୍ୟ ବିଜେପି ର ପୂର୍ବତନ ସଭାପତି ଡ଼କ୍ଟର ଦେବେନ୍ଦ୍ର ପ୍ରଧାନ ଙ୍କ ବିୟୋଗରେ ବିରୋଧୀ ଦଳ ନେତା ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସ୍ବର୍ଗତ ଡ଼କ୍ଟର ପ୍ରଧାନ ଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ଶ୍ରୀ ପଟନାୟକ କହିଛନ୍ତି ଯେ ସ୍ବର୍ଗତ ଡ଼କ୍ଟର ପ୍ରଧାନ ତାଙ୍କର ଅତୁଳନୀୟ ସାଂଗଠନିକ ଦକ୍ଷତା ଓ ଅମାୟିକ ବ୍ୟକ୍ତିତ୍ୱ ପାଇଁ ସ୍ମରଣୀୟ ହୋଇ ରହିବେ.ସ୍ବର୍ଗତ ଅଟଳବିହାରୀ ବାଜପେୟୀ ଙ୍କ ମନ୍ତ୍ରୀମଣ୍ଡଳ ରେ ଜଣେ ମନ୍ତ୍ରୀ ଭାବରେ ଗୁରୁତ୍ୱପୂର୍ଣ ବିଭାଗ ଦାୟିତ୍ୱ ରେ କାର୍ଯ୍ୟ କରି ତାଙ୍କ ପ୍ରଶାସନିକ ଦକ୍ଷତା ର ମଧ୍ୟ ପରିଚୟ ଦେଇ ଯାଇଛନ୍ତି।

ଡ଼କ୍ଟର ପ୍ରଧାନଙ୍କ ବିୟୋଗରେ ରାଜ୍ୟ ଜଣେ ପ୍ରଭାବଶାଳୀ ରାଜନୈତିକ ବ୍ୟକ୍ତିତ୍ୱ ଓ ଲୋକପ୍ରିୟ ରାଜନେତା ଙ୍କୁ ହରାଇଲା ବୋଲି ଶ୍ରୀ ପଟନାୟକ ତାଙ୍କ ଶୋକ ବାର୍ତା ରେ କହିଛନ୍ତି।

ପରଲୋକ ଗତ ଆତ୍ମାର ସଦଗତି କାମନା କରିବା ସହିତ ଶ୍ରୀ ପଟନାୟକ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

 

Previous Post

ଫେକ୍ ନ୍ୟୁଜ୍ଜ୍ ରେ ଓଟିଭିକୁ ବିରଳ ସମ୍ମାନ!

Next Post

ଯାଜପୁର ଜିଲ୍ଲାପାଳଙ୍କୁ ବଦଳି କରିବାକୁ ଚକ୍ରାନ୍ତ!

Next Post
ଯାଜପୁର ଜିଲ୍ଲାପାଳଙ୍କୁ ବଦଳି କରିବାକୁ ଚକ୍ରାନ୍ତ!

ଯାଜପୁର ଜିଲ୍ଲାପାଳଙ୍କୁ ବଦଳି କରିବାକୁ ଚକ୍ରାନ୍ତ!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA