Monday, January 19, 2026 12:30 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମିଛ ଲୁଚାଇବାକୁ ପୁଣି ମିଛ ଖବର!

କିଟ୍ ସାଙ୍ଗରେ ସୋଆକୁ ବଦନାମ ଉଦ୍ୟମ

by Our Correspondent
13 Mar, 2025- 12:40 AM
in Latest News, Media, News
1 min read
0
ମିଛ ଲୁଚାଇବାକୁ ପୁଣି ମିଛ ଖବର!

ଭୁବନେଶ୍ୱର: କିଟ୍ ଏବଂ କିମ୍ସ ଉପରେ ୩ କୋଟିରୁ ଅଧିକ ଟଙ୍କା ହୋଲଡିଂ ଟିକସ ବକେୟା ପଡ଼ିଛି ବୋଲି ଓଟିଭିର ମିଛ ଖବର ଧରାପଡ଼ିଯାଇଛି । “ମିଡ ଡେ ଓଡ଼ିଶା’ରେ ଏହି ଖବର ପ୍ରକାଶ ପାଇଲା ପରେ ସଂସ୍ଥାବାଲା ବାଉଳା ହୋଇଛନ୍ତି । ଓଟିଭିରେ ବିଗ୍ ବ୍ରେକିଂ ରୂପରେ ଆସିଥିବା ଏହି ମିଛ ଖବରକୁ ରଙ୍ଗିଲା କରିଥିବା ଭାଗୁଆଳି ସଂସ୍ଥା “ଓଡିଶା ରିପୋର୍ଟର’ ନିଜର ତ୍ରୁଟି ସଂଶୋଧନ କରିଥିଲେ ମଧ୍ୟ ମୁହଁଟାଣ ରଖିବାକୁ ପୁଣି ମିଛର ଆଶ୍ରୟ ନେଇଛି । ସେଥିରେ ବିଭ୍ରାନ୍ତିକର ଖବର ପରିବେଷଣ କରିଛି । ଖାଲି କିଟ୍ ନୁହେଁ, ବିଏମସି ହୋଲଡିଂ ଟିକସ ଖିଲାପକାରୀଙ୍କର ଏକ ପୁରୁଣା ତାଲିକା ଦେଖାଇ ସୋଆକୁ ମଧ୍ୟ ବଦନାମ କରିବାକୁ ଏହି ମିଡିଆ ଉଦ୍ୟମ କରିଥିଲା । ମାତ୍ର ତାହା ଫସର ଫାଟିଯାଇଛି । ଚୋର ମୁହଁ ଟାଣ ଭଳି ଏହି ସଂସ୍ଥା ବିଏମସିରେ ଖାତା ନ ଖୋଲି ଟିକସ ଫାଙ୍କି ଚାଲିଥିବା ବେଳେ ଅନ୍ୟ ଉପରକୁ ଅଙ୍ଗୁଳି ଉଠାଇବା ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

କିଟ୍ ଏବଂ କିମସ୍ ଅନୁଷ୍ଠାନ ବିଏମସିର ୩ କୋଟିରୁ ଅଧିକ ଟଙ୍କା ହୋଲଡିଂ ଟିକସ ବକେୟା ରଖିଛନ୍ତି ବୋଲି ବୁଧବାର ସକାଳେ ଓଟିଭିରେ “ବିଗ୍ ବେକ୍ରିଂ’ ଖବର ହୋଇଥିଲା । ଏହା ପରେ ଓଡ଼ିଶା ରିପୋର୍ଟର ରେ ଏହାର ବିସ୍ତୃତ ରିପୋର୍ଟ ଆସିଥିଲା । ଏଥିରେ କୁହାଯାଇଥିଲା ଯେ କିଟ୍ ଏବଂ କିମ୍ସ ମୋଟ ୨ କୋଟି ୯୮ ଲକ୍ଷ ଟଙ୍କାର ହୋଲଡିଂ ଟିକସ ଦେଇନାହାନ୍ତି । ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଓ ଏହାର ସଭାପତିଙ୍କର ବିଭିନ୍ନ ସ୍ଥାନରେ ଥିବା କୋଠାକୁ ଦେଖିଲେ ୬ କୋଟି ୧୫ ଲକ୍ଷ ଟଙ୍କା ଦେଇନାହାନ୍ତି । ସେହିଭଳି ଟିକସ ଖିଲାପକାରୀଙ୍କ ତାଲିକାରେ ଆହୁରି କେତେକ ସଂସ୍ଥାର ନାଁ ଉଲ୍ଲେଖ କରାଯାଇଥିଲା ।

ବିଏମସି କ୍ରମାଗତ ଭାବେ ହୋଲଡିଂ ଟ୍ୟାକ୍ସ ଫାଙ୍କୁଥିବା କିଛି ବଡ଼ ଖିଲାପକାରୀଙ୍କ ନାଁ କୁଆଡ଼େ ସାର୍ବଜନୀନ କରିଛି ଏବଂ ଏମାନେ ସେହି ତାଲିକାରେ ଅଛନ୍ତି ବୋଲି କୁହାଯାଇଥିଲା ।

ମାତ୍ର ଅନୁସନ୍ଧାନ ବେଳେ ନିର୍ଦ୍ଦିଷ୍ଟ ଭାବେ କିଟ୍, କିମ୍ସ ଏବଂ ସୋଆ କ୍ଷେତ୍ରରେ ଏହା ସୁଦୁ ମିଛ ବୋଲି ଜଣାପଡ଼ିଥିଲା । ହୋଲଡିଂ ଟିକସ ବାବଦରେ କିଟ୍ ସଂସ୍ଥା ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଚଳିତ ମାସ ୬ ତାରିଖରେ ୩ କୋଟି ୮୪ ଲକ୍ଷ ଟଙ୍କା ଆରଟିଜିଏସ୍ ମାଧ୍ୟମରେ ପେମେଣ୍ଟ କରିସାରିଛି । ସେହିଭଳି ସୋଆ ଉପରେ ମଧ୍ୟ କୌଣସି ବକେୟା ଟିକସ ନାହିଁ । ମାର୍ଚ୍ଚ ୩୧ ତାରିଖ ପ୍ରାପ୍ୟ ତାରିଖ ଭିତରେ ଚଳିତ ବର୍ଷର ହୋଲଡିଂ ଟିକସ ଦେବାକୁ ଅଛି । ତେଣୁ ଟିକସ ଖିଲାପ ତାଲିକାରେ ଏମାନେ ରହିବାର ପ୍ରଶ୍ନ ଉଠୁନି ।

ଓଟିଭିର ମିଛ ବିଗ୍ ବ୍ରେକିଂ ଖବର ଉପରେ ମିଡ ଡେ ଓଡିଶାରେ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ ପାଇଲା ପରେ ବିଭିନ୍ନସ୍ତରରେ ଏହାର ଛାନଭିନ୍ ଆରମ୍ଭ ହୋଇଥିଲା । ଓଟିଭି ଓ ଓଡିଶା ରିପୋର୍ଟର ର ମିଛ ଖବର ବିଏମସି ନଜରକୁ ମଧ୍ୟ ଆସିଥିଲା । ଏହି ମିଛ ଖବରକୁ ନେଇ ଓଟିଭି ସଂସ୍ଥା ଉପରେ ଚାପ ବଢ଼ିବାରୁ ସଂଧ୍ୟାରେ ଓଡିଶା ରିପୋର୍ଟ ରେ ଏକ ସଂଶୋଧିତ ଖବର ପ୍ରକାଶ ପାଇଛି । ଯାହାର ହେଡଲାଇନ୍ ରହିଛି- ହୋଲଡିଂ ଟ୍ୟାକ୍ସ କ୍ଲିଅର୍ କଲେ କିଟ୍ ଓ ସୋଆ!!

ଏହି ଶୀର୍ଷକଟି ଯେ ବିଭ୍ରାନ୍ତିମୂଳକ ତାହା କହିବା ଅନାବଶ୍ୟକ । କାରଣ କିଟ୍ ଏବଂ ସୋଆ ର କୌଣସି ବକେୟା ଟିକସ ନ ଥିଲା କି ନାହିଁ ।

ଦ୍ୱିତୀୟତଃ, ଖବରରେ ପ୍ରକାଶିତ ତଥ୍ୟ ଅନୁଯାୟୀ ବିଏମସି ପକ୍ଷରୁ ଗତ ମଙ୍ଗଳବାର ରାତିରେ ୪୫ ଜଣ ବଡ଼ ଟିକସ ଖିଲାପକାରୀଙ୍କ ନାଁ ସାର୍ବଜନୀନ କରାଯାଇଥିଲା । ସେହି ଆଧାରରେ କିଟ୍ ବକେୟା ଟିକସ ଦେଇନାହିଁ ବୋଲି ଓଟିଭି ସଂସ୍ଥା ଖବର କରିଥିଲା । ମାତ୍ର ବିଏମସିକୁ ଆଜି ତାଙ୍କର ପ୍ରତିନିଧି ପଚାରିବାରୁ ୭ ଦିନ ତଳ ପର୍ଯ୍ୟନ୍ତ ଯେଉଁମାନେ ଖିଲାପକାରୀ ଥିଲେ ସେମାନଙ୍କ ନାଁ ତାଲିକାଭୁକ୍ତ ହୋଇଥିଲା ବୋଲି କୁଆଡେ କୁହାଯାଇଛି । ବିଏମସି ଡେପୁଟି କମିସନର(ରାଜସ୍ୱ) ଅଜୟ ମହାନ୍ତିଙ୍କୁ ଫୋନ୍ କରିବାରୁ ସେ କୁଆଡ଼େ ଏହା କହିଛନ୍ତି ।

ଏଠି ଏକ ସାଧାରଣ ପ୍ରଶ୍ନ ଯେ ପ୍ରତିବର୍ଷ ବିଏମସିର ହୋଲଡିଂ ଟିକସ ଆଦାୟର ଶେଷ ତାରିଖ ମାର୍ଚ୍ଚ ୩୧ ତାରିଖ ଥିବା ବେଳେ ମାର୍ଚ୍ଚ ପ୍ରଥମ ସପ୍ତାହରେ ଖିଲାପକାରୀଙ୍କ ତାଲିକା ଆସିବ କୁଆଡୁ? ତାଲିକା ନାହିଁ ତ ସାର୍ବଜନୀନ କେମିତି ହେବ? ମାତ୍ର ଓଡ଼ିଶା ରିପୋର୍ଟରକୁ ବିଏମସି ଅଧିକାରୀ ଏକଥା ସତରେ କହିଛନ୍ତି ନା ଆଉ କିଛି କହିଛନ୍ତି?

ପ୍ରକୃତ ଘଟଣା ଜାଣିବାକୁ ଆମେ ଅଜୟ ମହାନ୍ତିଙ୍କୁ ତାଙ୍କ ମୋବାଇଲ୍ ନଂ୯୮୬୧୨୭୬୯୩୭ ଯୋଗେ ବାରମ୍ବାର ଯୋଗାଯୋଗ କରିଥିଲୁ । ମାତ୍ର ସେ ଫୋନ୍ ଉଠାଇ ନ ଥିଲେ । କଲ୍ କାଟି ଦେଇଥିଲେ ।

ସୂଚନାଥାଉକି, ଚନ୍ଦକା ଇଣ୍ଡଷ୍ଟ୍ରି୍ରଆଲ୍ ଅଞ୍ଚଳରେ ଓଟିଭି ଅଫିସ ହେବା ଦିନଠୁଁ ଏ ପର୍ଯ୍ୟନ୍ତ ବିଏମସିକୁ ସେଠାରୁ ଟଙ୍କାଟିଏ ବି ହୋଲଡିଂ ଟିକସ ଆସିନାହିଁ । ବିଏମସି ହୋଲଡିଂ ଟିକସ ଖାତାରେ ଓଟିଭି ଅଫିସ ବିଲଡିଂ ନାଁ ଚଢ଼ିନି । ହୋଲଡିଂ ଟିକସ ଖାତାରେ ନାଁ ଚଢ଼େଇବା ପାଇଁ ବିଏମସି କର୍ମଚାରୀ ବାରମ୍ବାର ଦୌଡୁଥିଲେ ମଧ୍ୟ କର୍ତ୍ତୃପକ୍ଷ ଧରାଛୁଆ ଦେଉନାହାନ୍ତି । ଏହିଭଳି ଭାବେ ଓଟିଭି ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କାର ହୋଲଡିଂ ଟିକସ ଫାଙ୍କି ଚାଲିଛି । ଆରଟିଆଇରେ ଏହି ତଥ୍ୟ ବାହାର କରିବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି ।

 

Previous Post

ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

Next Post

ରାଜା ଚକ୍ର ଗିରଫ; ଆଗକୁ କିଏ?

Next Post
ରାଜା ଚକ୍ର ଗିରଫ; ଆଗକୁ କିଏ?

ରାଜା ଚକ୍ର ଗିରଫ; ଆଗକୁ କିଏ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19147 shares
    Share 7659 Tweet 4787
  • ନବୀନ..ନବୀନ, ମୋହନ..ମୋହନ

    16593 shares
    Share 6637 Tweet 4148
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7295 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5811 shares
    Share 2324 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5481 shares
    Share 2192 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA