Wednesday, April 22, 2026 07:39 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଓଡ଼ିଆ ନିର୍ଦ୍ଦେଶକଙ୍କ ଫିଲ୍ମ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ନିମନ୍ତେ ମନୋନୀତ

by Our Correspondent
11 Nov, 2021- 10:37 PM
in Latest News, News
1 min read
0
ଓଡ଼ିଆ ନିର୍ଦ୍ଦେଶକଙ୍କ ଫିଲ୍ମ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ନିମନ୍ତେ ମନୋନୀତ

ଭୁବନେଶ୍ୱର : ଓଡ଼ିଆ ସିନେମା ନିର୍ଦ୍ଦେଶକ ସୁବାଷ ସାହୁଙ୍କ ଦ୍ୱାରା ନିର୍ମିତ ହିନ୍ଦୀ ନନ-ଫିଚର ଚଳଚିତ୍ର “ତିନ ଅଧ୍ୟାୟ’ ଏ ବର୍ଷ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଅଫ ଇଣ୍ଡିଆ (ଆଇଏଫଏଫଆଇ) ଦ୍ୱାରା ଗୋଆ ଠାରେ ନଭେମ୍ବର ୨୦ ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ୫୨ ତମ ଆନ୍ତର୍ଜାତିକ ଚଳଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବା ନିମନ୍ତେ ମନୋନୀତ ହୋଇଛି । ଏହି ଚଳଚିତ୍ରଟି ଇଣ୍ଡିଆନ ପାନୋରାମା ବିଭାଗରେ ପ୍ରଦର୍ଶିତ ହେବ । ଏହି ଚଳଚିତ୍ର ମହୋତ୍ସବ ପ୍ରତିବର୍ଷ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗ ନିୟନ୍ତ୍ରିତ ଡିରେକ୍ଟୋରେଟ୍ ଅପ ଫିଲ୍ମ ଫେଷ୍ଟିଭାଲ୍ସ ଅଫ ଇଣ୍ଡିଆ ଦ୍ୱାରା ଆୟୋଜିତ ହୋଇଥାଏ ।

ବଲିଉଡର ବିଶିଷ୍ଟ ସାଉଣ୍ଡ ଡିଜାଇନର ଶ୍ରୀ ସାହୁଙ୍କ ଦ୍ୱାରା ପ୍ରସ୍ତୁତ ଏହି ଚଳଚିତ୍ରଟି କୋଭିଡ-୧୯ ମହାମାରୀ ଯୋଗୁଁ ସାରା ଭାରତରେ ହୋଇଥିବା ଲକଡାଉନ ସମୟରେ ମୁମ୍ବାଇ ସହରରେ ନିର୍ମିତ ହୋଇଥିଲା । ଏହି ଚଳଚିତ୍ରରେ ଜୀବନର ୩ଟି ପର୍ଯ୍ୟାୟ ବିପତି, ଉତ୍ପତି ଓ ଚକ୍ରକୁ ବୁଝାଇବାକୁ ଉଦ୍ୟମ କରାଯାଇଛି । ଏହା ଭାରତୀୟ ଦର୍ଶନ ଉପରେ ପର୍ଯ୍ୟବେଶିତ ବୋଲି ଶ୍ରୀ ସାହୁ କହିଛନ୍ତି ।

ଶ୍ରୀ ସାହୁଙ୍କ ପତ୍ନୀ ଶ୍ରୀମତି ସୁପ୍ରଭା ସାହୁଙ୍କ ଦ୍ୱାରା ପ୍ରଯୋଜିତ ଏହି ଚଳଚିତ୍ର ୨୦୩ଟି ନନ-ଫିଚର ଫିଲ୍ମ ମଧ୍ୟରୁ ଚୟନ କରାଯାଇଥିବା ୨୦ଟି ଚଳଚିତ୍ର ମଧ୍ୟରେ ସ୍ଥାନ ପାଇପାରିଛି ।

ତାଙ୍କ ବାସଗୃହ ନିକଟରେ ସାରା ଦେଶ ଲକଡାଉନ ଦ୍ୱାରା ସ୍ତବ୍ଧ ହୋଇଥିବା ସମୟରେ ଏକ କାଉ ନିଜର ବସା ନିର୍ମାଣ କରୁଥିବା ତାଙ୍କର ଧ୍ୟାନ ଆକର୍ଷଣ କରିଥିଲା । “ଅବିରତ ଭାବେ କାଉଟିର ପ୍ରଚେଷ୍ଟାକୁ ମୁଁ ଲକ୍ଷ୍ୟ କରୁଥିଲି ଓ ଏହି ଚଳଚିତ୍ରଟି ଏହି ବିଷୟ ଉପରେ କେନ୍ଦ୍ରିତ’ ବୋଲି ଶ୍ରୀ ସାହୁ କହିଛନ୍ତି ।

ଜାତୀୟ ସ୍ତରରେ ପୁରଷ୍କୃତ ଏହି ସାଉଣ୍ଡ ଡିଜାଇନର ପୂର୍ବରୁ “ତୁମହାରି ସୁଲୁ’, “ନିର୍ଜା’, “ଏନଏଚ ୧୦’ ଓ “କମ୍ମିନେ’ ଭଳି ଚଳଚିତ୍ରରେ କାର୍ଯ୍ୟ କରି ପ୍ରଶଂସିତ ହୋଇଛନ୍ତି । ଶ୍ରୀ ସାହୁ ଜଣେ ଇଲେକଟ୍ରୋନିକ ଇଂଜିନିୟର ହୋଇଥିବା ବେଳେ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରୁ ଡିଗ୍ରୀ ହାସଲ କରିଛନ୍ତି ।

କେନ୍ଦ୍ରାପଡା ଜିଲ୍ଲା ବାଲୁରିଆ ପଂଚାୟତର ଆରଜି ଗ୍ରାମ ନିବାସୀ ଶ୍ରୀ ସାହୁ ବଲିଉଡରେ ଗତ ୨୪ ବର୍ଷ ଧରି କାର୍ଯ୍ୟ କରୁଛନ୍ତି ।

Previous Post

୧୦୨୫ ସ୍କୁଲର ରୂପାନ୍ତର ପର୍ବ ଶୁଭାରମ୍ଭ

Next Post

ଚାକିରିରୁ ତଡ଼ା ଖାଇଲେ ଆଉ ୮ ଲାଞ୍ଚୁଆ ବାବୁ

Next Post
ଚାକିରିରୁ ତଡ଼ା ଖାଇଲେ ଆଉ ୮ ଲାଞ୍ଚୁଆ ବାବୁ

ଚାକିରିରୁ ତଡ଼ା ଖାଇଲେ ଆଉ ୮ ଲାଞ୍ଚୁଆ ବାବୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA