Wednesday, April 22, 2026 06:37 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଭାରତ ଓ ଦକ୍ଷିଣ ଏସିଆରେ ଭଲିବଲର ପ୍ରସାର ନିମନ୍ତେ କିସ୍‍ ନୋଡାଲ୍‍ ଏଜେନ୍‍ସୀ

by Our Correspondent
13 Dec, 2022- 07:03 PM
in Latest News, News
1 min read
0
ଭାରତ ଓ ଦକ୍ଷିଣ ଏସିଆରେ ଭଲିବଲର ପ୍ରସାର ନିମନ୍ତେ କିସ୍‍ ନୋଡାଲ୍‍ ଏଜେନ୍‍ସୀ
ଭୁବନେଶ୍ୱର: ଭାରତ ଓ ଦକ୍ଷିଣ ଏସିଆରେ ଭଲିବଲ୍‍ର ପ୍ରସାର ନିମନ୍ତେ କିସ୍‍ ଓ ଅନ୍ତର୍ଜାତୀୟ ଭଲିବଲ୍‍ ସଂଘ (ଏଫ୍‍ଆଇଭିବି) ମଧ୍ୟରେ ସୋମବାର ସୁଇଜରଲାଣ୍ଡଠାରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । କିସ୍‍ ପକ୍ଷରୁ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିବା ବେଳେ ଏଫ୍‍ଆଇଭିବି ପକ୍ଷରୁ ଏଫ୍‍ଆଇଭିବିର ସଭାପତି ଆରି ଗ୍ରାକା ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ ।
ଏହି ବୁଝାମଣା ଅନୁସାରେ ଭାରତ ଓ ଦକ୍ଷିଣ ଏସିଆରେ ଭଲିବଲର ପ୍ରସାର ନିମନ୍ତେ କିସ୍‍ ନୋଡାଲ୍‍ ଏଜେନ୍‍ସୀ ଭାବେ କାର୍ଯ୍ୟ କରିବ । କିସ୍‍ ଓ ଏଫ୍‍ଆଇଭିବି ମିଳିତ ଭାବେ ଭାରତ ଓ ଦକ୍ଷିଣ ଏସିଆରେ ବିଦ୍ୟାଳୟସ୍ତରରେ ଭଲିବଲର ପ୍ରସାର ଦିଗରେ କାର୍ଯ୍ୟ କରିବେ । ଏହା ସହିତ କିସ୍‍ ଭଲିବଲ୍‍ ତାଲିମ୍‍ ଓ ଅନ୍ୟ କ୍ରୀଡ଼ା ସମ୍ପର୍କିତ ଶିକ୍ଷା ସୁବିଧାର ନଲେଜ ହବ୍‍ରେ ପରିଣତ ହେବ । କିସ୍‍ ମଧ୍ୟ ରାଷ୍ଟ୍ରୀୟ ଭଲିବଲ୍‍ ଦଳଗୁଡ଼ିକ ପାଇଁ ତାଲିମ୍‍ ଓ ଶିକ୍ଷା କାର୍ଯ୍ୟକ୍ରମ ଯୋଗାଇ ଦେବା ପରେ ଏହା ଭଲିବଲ୍‍ ତାଲିମ୍‍ ହବ୍‍ରେ ପରିଣତ ହେବ । କୌଣସି ଶିକ୍ଷାନୁଷ୍ଠାନ ସହ ଏଭଳି ବୁଝାମଣା କରିବାରେ କିସ୍‍ ବିଶ୍ୱର ପ୍ରଥମ ଅନୁଷ୍ଠାନ । ଏଫ୍‍ଆଇଭିବି ଭଲିବଲ୍‍ ପାଇଁ ସମସ୍ତ କ୍ରୀଡ଼ା ଉପକରଣ ଯୋଗାଇ ଦେବ ।
ବୁଝାମଣା ଅବସରରେ ଅନ୍ତର୍ଜାତୀୟ ଭଲିବଲ୍‍ ସଂଘର ସଭାପତି ଆରି ଗ୍ରାକା କହିଲେ, ଭାରତ ଓ ଦକ୍ଷିଣ ଏସିଆରେ ଭଲିବଲ୍‍ ଓ ବିଚ୍‍ ଭଲିବଲ୍‍ର ପ୍ରସାର ନିମନ୍ତେ କିସ୍‍ ସହ ମିଶି କାମ କରିବାର ସୁଯୋଗ ମିଳିଲା । ଏହି ଉଦ୍ୟମ ଦ୍ୱାରା ଭଲିବଲ୍‍ ମାଧ୍ୟମରେ ବିଶ୍ୱର ବିଭିନ୍ନ ଦେଶ ଓ ବିଶେଷ କରି ପିଲାମାନଙ୍କୁ ଏକାଠି କରାଯାଇପାରିବ । କିସ୍‍କୁ ଏଥିପାଇଁ ନୋଡାଲ୍‍ ଏଜେନ୍‍ସୀ କରାଯାଇଥିବାରୁ ଶ୍ରୀ ସାମନ୍ତ ଆରି ଗ୍ରାକା ଓ ଅନ୍ତର୍ଜାତୀୟ ଭଲିବଲ୍‍ ସଂଘକୁ ଧନ୍ୟବାଦ ଜଣାଇଥିଲେ । ଏହା ଦ୍ୱାରା ଭାରତ ବିଶେଷ କରି ଓଡ଼ିଶାର ବାଳିକାମାନେ କିଭଳି ଅଧିକରୁ ଅଧିକ ଭଲବଲ୍‍ ଖେଳିବେ ସେ ଦିଗରେ ଗୁରୁତ୍ୱ ଦିଆଯିବ । ଓଡ଼ିଶା ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କ କାର୍ଯ୍ୟଧାରାକୁ ପ୍ରଶଂସା କରି ସେ କହିଲେ, ମୁଖ୍ୟମନ୍ତ୍ରୀ କ୍ରୀଡ଼ା ଓ କ୍ରୀଡ଼ାବିତ୍‍ଙ୍କୁ ସର୍ବଦା ପ୍ରୋତ୍ସାହିତ କରିଆସୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁପ୍ରେରିତ ହୋଇ ଆମେ ଏଭଳି କାର୍ଯ୍ୟ ସବୁ କରିପାରୁଛୁ ବୋଲି ଶ୍ରୀ ସାମନ୍ତ କହିଥିଲେ ।
ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ମାସରେ ନେଦରଲାଣ୍ଡରେ ଏଫ୍‍ଆଇଭିବିର ୩୮ତମ ବିଶ୍ୱ କଂଗ୍ରେସରେ ଯୋଗଦେଇ ଭାରତ, ବିଶେଷ କରି ଓଡ଼ିଶାରେ ଭଲିବଲ୍‍ର ପ୍ରସାର ଏବଂ କିସ୍‍କୁ ଏଫ୍‍ଆଇଭିବି ଭଲିବଲ୍‍ ଫର ସ୍କୁଲ୍‍ର ନୋଡାଲ୍‍ ଏଜେନ୍‍ସୀ କରିବା ପାଇଁ ଶ୍ରୀ ସାମନ୍ତ ଏଫଆଇଭିବିକୁ ପ୍ରସ୍ତାବ ଦେଇଥିଲେ । କିଛି ଦିନ ତଳେ ଅନ୍ତର୍ଜାତୀୟ ଭଲିବଲ୍‍ ସଂଘର ଜେନେରାଲ୍‍ ଡାଇରେକ୍ଟର ଫାବିଓ ଆଜେଭେଦୋ କିସ୍‍ ଓ କିଟ୍‍ ପରିଦର୍ଶନ କରି ଏଠାରେ ଥିବା କ୍ରୀଡ଼ା ଭିତ୍ତିଭୂମି ବୁଲି ଦେଖିଥିଲେ । କିଟ୍‍ ଓ କିସ୍‍ର କ୍ରୀଡ଼ା ଭିତ୍ତିଭୂମି ଦେଖି ସେ ଆନନ୍ଦ ପ୍ରକାଶ କରିବା ସହ ଭାରତ ଓ ଦକ୍ଷିଣ ଏସିଆରେ ଭଲିବଲ୍‍ର ପ୍ରସାର ନିମନ୍ତେ କିସ୍‍କୁ ନୋଡାଲ୍‍ ଏଜେନ୍‍ସୀ କରିବା ନେଇ ପ୍ରୟାସ ଆରମ୍ଭ କରିଥିଲେ । ବୁଝାମଣା ପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ଏହା ସଫଳ ହୋଇଥିବାରୁ ଫାବିଓ ଆନନ୍ଦ ପ୍ରକାଶ କରିବା ସହ କିସ୍‍ର କାର୍ଯ୍ୟଧାରାକୁ ପ୍ରଶଂସା କରିଥିଲେ ।
Previous Post

ଧର୍ମେନ୍ଦ୍ରଙ୍କ ଫନ୍ଦି ନା ସନ୍ଧି ?

Next Post

ହାଇକୋର୍ଟ ସ୍ଥାୟୀ ବେଞ୍ଚ ଆଶା ଧୂଳିସାତ୍

Next Post
ହାଇକୋର୍ଟ ସ୍ଥାୟୀ ବେଞ୍ଚ ଆଶା ଧୂଳିସାତ୍

ହାଇକୋର୍ଟ ସ୍ଥାୟୀ ବେଞ୍ଚ ଆଶା ଧୂଳିସାତ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA