Tuesday, April 21, 2026 10:01 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମନୀଷଙ୍କୁ ସାଙ୍ଗମାନେ ମାରି ପୋଖରୀରେ ଫିଙ୍ଗିଦେଇଥିଲେ !

ଅମ୍ରିତ୍, ଦିନେଶ, ମୃତ୍ୟୁଞ୍ଜୟ ଗିରଫ

by Our Correspondent
16 Oct, 2021- 03:35 PM
in Latest News
1 min read
0
ମନୀଷଙ୍କୁ ସାଙ୍ଗମାନେ ମାରି ପୋଖରୀରେ ଫିଙ୍ଗିଦେଇଥିଲେ !

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ଦାସ ମୃତ୍ୟୁ ରହସ୍ୟର ଖୁଲାସା କରିଛି ପୁଲିସ । ହୋଟେଲ ବିଲ୍ ପେମେଣ୍ଟକୁ ନେଇ ମନୀଷଙ୍କ ସହ ତିନି ବନ୍ଧୁଙ୍କ ଝଗଡ଼ାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି । ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବାକୁ ବନ୍ଧୁମାନେ ମନୀଷଙ୍କୁ ପାତ୍ରପଡ଼ା ଗାଁ ପୋଖରୀରେ ଫିଙ୍ଗିଦେଇଥିଲେ । ତିନି ମୁଖ୍ୟ ଅଭିଯୁକ୍ତ ଭୁବନେଶ୍ୱରର ଅମ୍ରିତ୍ ବିଶ୍ୱାଳ, କନ୍ଧମାଳର ଦିନେଶ ମହାପାତ୍ର ଏବଂ ମୃତ୍ୟୁଞ୍ଜୟ ମିଶ୍ରଙ୍କୁ ପୁଲିସ ଗିରଫ କରିଛି । ସେମାନଙ୍କ ବିରୋଧରେ ୩୦୨, ୨୦୧, ୩୬୪(ଏ) ଏବଂ ୩୪ ଆଇପିସି ଧାରାରେ ମାମଲା ରୁଜୁ ହୋଇଛି । ରିମାଣ୍ଡରେ ଆଣି ସେମାନଙ୍କୁ ଅଧିକ ପଚରାଉଚୁରା କରିବାକୁ ପୁଲିସ ଯୋଜନା କରିଛି ।

ଡିସିପି ଶ୍ରୀ ଦାଶଙ୍କ ସୂଚନା ଅନୁଯାୟୀ ୯ ତାରିଖ(ଶନିବାର) ସଂଧ୍ୟାରେ ମନୀଷ, ମନୀଷଙ୍କ ବନ୍ଧୁ ଅମ୍ରିତ ଏବଂ ଅମ୍ରିତ୍ ଙ୍କ ଦୁଇବନ୍ଧୁ ଦିନେଶ ଏବଂ ମୃତ୍ୟୁଞ୍ଜୟ ପ୍ରଥମେ ଲକ୍ଷ୍ମୀସାଗର ଅଞ୍ଚଳକୁ ଯାଇଥିଲେ । ପରେ ବିଳମ୍ବିତ ରାତିରେ ପାତ୍ରପଡ଼ାସ୍ଥିତ ଏକ ହୋଟେଲକୁ ଆସିଥିଲେ । ସେଠାରେ ହୋଟେଲ(ବାର୍) ବିଲ୍ ପେମେଣ୍ଟକୁ ନେଇ ମନୀଷଙ୍କ ସହ ସେମାନଙ୍କର ଝଗଡ଼ା ହୋଇଥିଲା । ହୋଟେଲରୁ ବାହାରିଲା ପରେ ମନୀଷଙ୍କୁ ତିନି ବନ୍ଧୁ ଆକ୍ରମଣ କରିଥିଲେ । ସେମାନଙ୍କ ଆକ୍ରମଣ ଓ ଠେଲାପେଲାରେ ମନୀଷଙ୍କର ମୃତ୍ୟୁ ହୋଇଥିଲା ।

ପ୍ରମାଣ ନଷ୍ଟ ପାଇଁ ମୃତ ଶରୀରକୁ ତିନି ସାଙ୍ଗ ପୋଖରୀରେ ଫିଙ୍ଗି ଦେଇଥିଲେ । ଅମ୍ରିତ, ଦିନେଶ ଏବଂ ମୃତ୍ୟୁଞ୍ଜୟ ହିଁ ମାମଲାରେ ମୁଖ୍ୟ ଅଭିଯୁକ୍ତ ବୋଲି ଡିସିପି କହିଛନ୍ତି । ଏହି ମାମଲାର ଜଣେ ପ୍ରତ୍ୟକ୍ଷଦର୍ଶୀ ଅଛନ୍ତି ଏବଂ ତିନି ବନ୍ଧୁ ବ୍ୟବହାର କରିଥିବା ଗାଡ଼ିଟି ଜବତ ହୋଇଛି । ଏହି ମାମଲାରେ ଆଉ କାହାର ସଂପୃକ୍ତି ଅଛି ନା ନାହିଁ ତାହା ତଦନ୍ତ ଚାଲିଥିବା ଡିସିପି କହିଛନ୍ତି ।

ତଥାପି ଅନେକ ପ୍ରଶ୍ନ

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ପୁଅ ହେଉଛନ୍ତି ମନୀଷ ଓରଫ ଗୁଡ୍ଡୁ । ମନୀଷଙ୍କୁ ତାଙ୍କ ସାଙ୍ଗମାନେ ଭୋଜି କରିବାକୁ ଡାକି ନେଇ ହତ୍ୟା କରିଥିବା ଶ୍ରୀ ଦାସ ପ୍ରଥମରୁ ଅଭିଯୋଗ କରିଥିଲେ । ସପ୍ତାହେ ବ୍ୟାପୀ ତଦନ୍ତ ପରେ ଡିସିପି ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ଖୁଲାସା କରିଛନ୍ତି । ତେବେ ପୁଲିସ ଥିଓରୀକୁ ଅନେକ ଗ୍ରହଣ କରିପାରୁନାହାନ୍ତି । ସେମାନଙ୍କ ପାଇଁ କିଛି ପ୍ରଶ୍ନ ଅସମାହିତ ରହିଯାଇଛି ।

ସଂଧ୍ୟାରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ଚାରି ସାଙ୍ଗ ଦୁଇ ଦୁଇଟି ବାର୍ ରେ ବସି ମଉଜ ମସ୍ତି କଲେ । ହେଲେ ୭/୮ ହଜାର ଟଙ୍କାର ହୋଟେଲ୍ ବିଲ୍ ପାଇଁ ସାଙ୍ଗମାନଙ୍କ ସହ ବଚସାରୁ ମନୀଷ ମର୍ଡର ହୋଇଥିବା କଥାକୁ ବିଶ୍ୱାସ କରିପାରୁନାହାନ୍ତି । ମନୀଷ ତାଙ୍କ ଘରକୁ ଶେଷ ଥର ପାଇଁ ରାତି ୪.୧୧ ମିନିଟ୍ ରେ ଫୋନ୍ କରିଥିଲେ । ଅର୍ଥାତ୍ ଏହା ପରେ ତାଙ୍କୁ ମର୍ଡର କରାଯାଇ ପାତ୍ରପଡ଼ା ଗାଁ ପୋଖରୀରେ ଫିଙ୍ଗାଯାଇଥିବ । ମାତ୍ର ରାତି ୪ଟା ନ ହେଉଣୁ ଫୁଲ ତୋଳିବା, ମର୍ଣ୍ଣିଂ ୱାକ୍ ଏବଂ ପୋଖରୀରେ ଗାଧୋଇବା ପାଇଁ ସବୁଦିନ ଲୋକଙ୍କ ଗହଳି ହେଉଥିବାରୁ ଏଭଳି ଘଟଣା ଘଟିବା ଅସମ୍ଭବ ବୋଲି ସେମାନଙ୍କର ମତ । ନିର୍ଦ୍ଦିଷ୍ଟ ଭାବେ କେଉଁ ଜାଗାରେ ତାଙ୍କୁ ହତ୍ୟା କରାଯାଇଛି ପୁଲିସ ତାହା ସ୍ପଷ୍ଟ କରୁ ବୋଲି ସ୍ଥାନୀୟ ଅଞ୍ଚଳ ବାସିନ୍ଦାମାନେ ବି କହିଛନ୍ତି ।

ଅନ୍ୟପକ୍ଷରେ ସାଙ୍ଗମାନଙ୍କ ଆକ୍ରମଣରେ ମନୀଷଙ୍କର ମୃତ୍ୟୁ ହୋଇଥିବା ପୁଲିସ କହୁଥିଲା ବେଳେ ତାଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନ ଥିଲା । ଏହା କେମିତି ସମ୍ଭବ ବୋଲି କୁହାଯାଉଛି । ମନୀଷଙ୍କ ମୋବାଇଲ୍ ର ସନ୍ଧାନ ଏ ଯାଏଁ ମିଳୁ ନ ଥିବାରୁ ତାହା ବି ସନ୍ଦେହ ସୃଷ୍ଟି କରୁଛି । ସେଦିନ ରାତିରେ ସାଉଥ ସିଟି ହୋଟେଲରୁ ବାହାରୁଥିବା ମନୀଷଙ୍କ ଆଗେ ଆଗେ ଯାଉଥିବା ସେଇ ଯୁବତୀ ଜଣଙ୍କ କିଏ ତାହା ମଧ୍ୟ ପୁଲିସ ସ୍ପଷ୍ଟ କରିବାକୁ ଦାବି ହେଉଛି । ଶେଷରେ ଏହା ଉଦ୍ଦେଶ୍ୟମୂଳକ ହତ୍ୟା ନା ନୁହେଁ ତାହା ମଧ୍ୟ ସ୍ପଷ୍ଟ ହେବା ଦରକାର ।

Previous Post

୭୬ ବର୍ଷରେ ନବୀନ

Next Post

ସ୍ୱାସ୍ଥ୍ୟ ବିଭାଗରୁ ହଟିଲେ ପ୍ରଦୀପ୍ତ ମହାପାତ୍ର

Next Post
ସ୍ୱାସ୍ଥ୍ୟ ବିଭାଗରୁ ହଟିଲେ ପ୍ରଦୀପ୍ତ ମହାପାତ୍ର

ସ୍ୱାସ୍ଥ୍ୟ ବିଭାଗରୁ ହଟିଲେ ପ୍ରଦୀପ୍ତ ମହାପାତ୍ର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA