Monday, August 24, 2026 03:41 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପୁଲିସ ଉପରକୁ ଝାମ୍ପିଲେ ମନ୍ତ୍ରୀଙ୍କ ଚେଲା

ଗଞ୍ଜାମ ବିଜେପି ଯୁବମୋର୍ଚ୍ଚା ସଭାପତି ଗିରଫ

by Our Correspondent
23 Aug, 2026- 11:48 PM
in Crime, Latest News, News
1 min read
0
ପୁଲିସ ଉପରକୁ ଝାମ୍ପିଲେ ମନ୍ତ୍ରୀଙ୍କ ଚେଲା

ଭୁବନେଶ୍ୱର: ରାଜ୍ୟରେ ସରକାରୀ ଅଧିକାରୀଙ୍କୁ ବିଜେପି ନେତାଙ୍କ ନାଲିଆଖି ଘଟଣା ଗୋଟିଏ ପରେ ଗୋଟିଏ ସାମନାକୁ ଆସୁଛି । ଏଥର ଘଟଣାରେ ପୁଲିସକୁ ନାଲି ଆଖି ଦେଖାଇ ଝାମ୍ପି ପଡ଼ିଛନ୍ତି ଖଣିମନ୍ତ୍ରୀଙ୍କ ପ୍ରତିନିଧି ତଥା ଗଞ୍ଜାମ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ବି. ସୋମନାଥ ପାତ୍ର । ପୁଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର ଓ ଗାଳିଗୁଲଜ କରିବା ଅଭିଯୋଗରେ ଗତକାଲି ଗୋପାଳପୁର ପୁଲିସ ତାଙ୍କୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ଇଣ୍ଟିଗ୍ରୋଟେଡ୍ ଆଣ୍ଟି ହ୍ୟୁମାନ୍ ଟ୍ରାଫିକିଂ ୟୁନିଟ୍(ଆଇଏଚଟିୟୁ) ଅଧିକାରୀମାନେ ଶୁକ୍ରବାର ଦିନ ରଙ୍ଗେଇଲୁଣ୍ଡାର ଏକ ହୋଟେଲରେ ଚଢ଼ଉ କରି ଦୁଇଜଣ ନାବାଳାକ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ । ପୁଲିସ ଭ୍ୟାନ୍ ରେ ଦୁହିଁଙ୍କୁ ନେବାକୁ ପ୍ରସ୍ତୁତ ହେଉଥିବା ବେଳେ ସୋମନାଥ ସେଠାରେ ପହଞ୍ଚି ଆଇଏଚଟିୟୁ ଅଧିକାରୀ ସୌଭାଗ୍ୟ ସ୍ୱାଇଁଙ୍କୁ ଧମକାଇ ଗାଳିଗୁଲଜ କରିଥିଲେ । ସେମାନଙ୍କ ହାତରୁ ଦୁଇ ନାବାଳକଙ୍କୁ ବଳପୂର୍ବକ ଛଡ଼ାଇ ନେବାକୁ ଉଦ୍ୟମ କରିଥିଲେ । ଶ୍ରୀ ସ୍ୱାଇଁଙ୍କ ଅଭିଯୋଗକ୍ରମରେ ଗୋପାଳପୁର ଥାନାରେ ମାମଲା ରୁଜୁ ହୋଇଥିଲା । ଗତକାଲି ପୁଲିସ ସୋମନାଥଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ଜେଲ୍ ଯାଇଥିବା ସୋମନାଥ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣିମନ୍ତ୍ରୀ ବିଭୂତି ଜେନାଙ୍କ ଖାସ୍ ଟୋକା । ମନ୍ତ୍ରୀଙ୍କର ଜଣେ ପ୍ରତିନିଧି ଭାବେ ସେ କାମ କରନ୍ତି । ପୂର୍ବରୁ ତାଙ୍କ ନାଁରେ ଗୋପାଳପୁର ଥାନାରେ ଏକ ହତ୍ୟା ମାମଲା ରହିଛି ।

କିଛି ଦିନ ତଳେ(ଅଗଷ୍ଟ ୧୪) କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍ ବିଡିଓଙ୍କ ଚାମ୍ବରରେ ପଶି ଥରହର କରିଥିଲେ ବିଜେପି ରାଜ୍ୟ ସୋସିଆଲ୍ ମିଡିଆର ଆବାହକ ତଥା ପାଟକୁରାର ବିଜେପି ନେତା ଉମାକାନ୍ତ ପଟ୍ଟନାୟକ । ପ୍ରାୟ ୫୦ ସମର୍ଥକଙ୍କୁ ଧରି ବିଡିଓ ନମିତା ବାରିକଙ୍କ ଚାମ୍ବରକୁ ଧସେଇ ପଶିଥିଲେ । ଉମାକାନ୍ତଙ୍କ ନାଲିଆଖି ଓ ସମର୍ଥକଙ୍କ ହୁଙ୍କାରକୁ ଡରି ମହିଳା ବିଡିଓ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ । ଡାଇବେଟିସ୍ ଏବଂ ରାକ୍ତଚାପ ବଢ଼ିଯିବାରୁ ସେ ଭୀଷଣ ଅସୁସ୍ଥ ହୋଇପଡ଼ିଥିଲେ । ଗୁରୁତର ଅସୁସ୍ଥ ଅବସ୍ଥାରେ ତାଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଏବଂ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ ରେ ଚିକିତ୍ସା କରାଯାଇଥିଲା । ଡେରାବିଶ୍ ବ୍ଲକ କର୍ମଚାରୀ ସଂଘ ପକ୍ଷରୁ ଥାନାରେ ଏତଲା ଦିଆଯିବା ସହ ବିଡିଓଙ୍କୁ ନ୍ୟାୟ ଦେବା ପାଇଁ ଆନ୍ଦୋଳନ ହୋଇଥିଲା । ମାତ୍ର ଉମାକାନ୍ତଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ହେବା ବଦଳରେ ଆନେ୍ଦାଳନକାରୀଙ୍କୁ ଧମକ ଦିଆଯାଇଥିଲା ।

ଡବଲ୍ ଇଞ୍ଜିନ ସରକାରରେ ସରକାରୀ ଅଧିକାରୀଙ୍କୁ ଆକ୍ରମଣ ଧାରା ରାଜଧାନୀରୁ ଆରମ୍ଭ ହୋଇଥିଲା । ଗତବର୍ଷ ବିଏମସି ଅଫିସରେ ପଶି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ବିଜେପି କର୍ମୀମାନେ ଗଡ଼େଇ ତଡ଼େଇ ପିଟିଥିଲେ । ଘଟଣାଟି ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା । ଏହି ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଥିଲା । ତେବେ ଘଟଣାର ମୁଖ୍ୟ କାର୍ପଟଦାର ବିଜେପିର ପରାଜିତ ବିଧାୟକ ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବିରେ ରାଜ୍ୟ ଓଏଏସ୍ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ । ସରକାରଙ୍କ ଉପରେ ଚାପ ବଢ଼ିବାରୁ ପୁଲିସ ଜଗନ୍ନାଥଙ୍କୁ ଗିରଫ କରିବାକୁ ବାଧ୍ୟ ହୋଇଥିଲା ।

ପରେ ଅନ୍ୟ ଏକ ଘଟଣାରେ ରାଜନଗର ବ୍ଲକ୍ ର ମହିଳା ବିଡିଓଙ୍କୁ ଆକ୍ରମଣ କରିଥିଲେ ସ୍ଥାନୀୟ ପରାଜିତ ବିଧାୟକ ପ୍ରାର୍ଥୀ ଲଳିତ ବେହେରା । ବିଡିଓ ତିଳୋତ୍ତମା ପୃଷ୍ଟିଙ୍କ ଚାମ୍ବରରେ ପଶି ତାଙ୍କ ଉପରକୁ ଲାପଟପ୍ ଫିଙ୍ଗିଥିଲେ । ଅନ୍ୟ ଏକ ଘଟଣାରେ ଟାଙ୍ଗୀ ବ୍ଲକ୍ ରେ ପଶି ଏବିଡିଓଙ୍କୁ ନାଲିଆଖି ଦେଖାଇଥିଲେ ବିଜେପିର ପରାଜିତ ପ୍ରାର୍ଥୀ ଅରିନ୍ଦମ ରାୟ । ରାଜନଗର, ଟାଙ୍ଗୀ ଏବଂ ଡେରାବିଶ ଘଟଣାରେ ପୁଲିସ ଅଭିଯୁକ୍ତ ବିଜେପି ନେତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନାହିଁ ।

ମନ୍ତ୍ରୀଙ୍କ ଛତ୍ରଛାୟାରେ ଗୁଣ୍ଡାରାଜ: ବିଜେଡି

ଗଞ୍ଜାମ ଜିଲ୍ଲାରେ ମନ୍ତ୍ରୀ ବିଭୂତି ଜେନାଙ୍କ ଛତ୍ରଛାୟାରେ ଗୁଣ୍ଡାଗର୍ଦ୍ଦି ଓ ଅସାମାଜିକ କାର୍ଯ୍ୟ ଜିଲ୍ଲାରେ ବୃଦ୍ଧି ପାଉଥିଲା ବେଳେ କାହିଁକି ଶାସକ ଦଳର ଚାପରେ ବ୍ରହ୍ମପୁର ପୋଲିସ ଚେପା ହୋଇଛି ବୋଲି ପ୍ରଶ୍ନ କରିଛି ବିଜେଡି । ଆଜି ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଡ. ଲେନିନ ମହାନ୍ତି କହିଛନ୍ତି, ବିଭୂତି ଜେନାଙ୍କ ସଂପର୍କୀୟ ଓ ପ୍ରତିନିଧିମାନେ ଲଗାତାର ଭାବେ ଆଇନ ଉଲ୍ଲଂଘନ କରୁଛନ୍ତି ଏବଂ ବ୍ରହ୍ମପୁର ପୋଲିସ ମନ୍ତ୍ରୀଙ୍କ ଇଙ୍ଗିତରେ ଆଇନକୁ ତା’ବାଟରେ ଯିବାକୁ ଦେଉନାହାନ୍ତି । ପରିସ୍ଥିତି ଏପରି ହେଉଛି ଯେ, ଜଣେ କର୍ତ୍ତବ୍ୟରତ ପୋଲିସ ଇନିସ୍ପେକ୍ଟରଙ୍କୁ ମନ୍ତ୍ରୀଙ୍କ ପ୍ରତିନିଧି ତଥା ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ଆକ୍ରମଣ କଲେ ମଧ୍ୟ ପୋଲିସ କୋହଳ ଦଫା ଲଗାଇ ଗିରଫ କରିଛି ।

ଏହା ପୂର୍ବରୁ ମନ୍ତ୍ରୀଙ୍କ ପୁତୁରା ଦୀପକ ଜେନା, ଦିନ ଦ୍ୱିପ୍ରହରରେ ଜଣେ ଆଡଭୋକେଟ ଏବଂ ତାଙ୍କ ପରିବାରକୁ ଅମାନୁସିକ ଭାବେ ଆକ୍ରମଣ କରିବା ଘଟଣାରେ ପୋଲିସ ଚାର୍ଜସିଟରୁ ତାଙ୍କ ନାଁ କାଟି ଦେଇଥିଲା । ମନ୍ତ୍ରୀଙ୍କ ଆଉ ଜଣେ ପୁତୁରା ବିଶ୍ୱଜିତ ଜେନା, ବହୁ ଚର୍ଚ୍ଚିତ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଗିରଫ ହୋଇଥିଲେ ମଧ୍ୟ, ପୋଲିସ ଅଭିଯୁକ୍ତଙ୍କ ଫଟୋ ସାର୍ବଜନୀନ କରିନଥିଲା ଏବଂ ଅଦାଲତରେ କେସ୍ ଡାଏରୀ ଦାଖଲ ନକରି ତାଙ୍କୁ ଜାମିନ ମିଳିବାରେ ସହାୟତା କରିଥିଲା । ମନ୍ତ୍ରୀ ଜେନାଙ୍କ ଆଉ ଜଣେ ପ୍ରତିନିଧି ସୁନିଲ ପାତ୍ରଙ୍କ ଘରେ ଇଡି ଚଢାଉ ହୋଇଥିଲେ ମଧ୍ୟ ମନ୍ତ୍ରୀଙ୍କ ଚାପରେ ମାମଲାକୁ ଚପାଇ ଦିଆଯାଇଛି । ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ତଥା ଜିଲ୍ଲାରେ ବ୍ୟାପକ ମୋରମ, ବାଲି ଓ ଗୋଡିର ଚୋରା ଉତ୍ତୋଳନ ଏବଂ ଚାଲାଣ ଫଳରେ ସରକାରୀ ରାଜସ୍ୱ କ୍ଷତି ସହ ଜିଲ୍ଲାରେ ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଉଛି । ପରିସ୍ଥିତି ଏଭଳି ହେଲାଣି ଯେ, ବିଜେପି ଯୁବମୋର୍ଚ୍ଚାର ଜିଲ୍ଲା ସଭାପତି ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ସର୍ବସମ୍ମୁଖରେ ହାତ ଉଠାଇ ଆକ୍ରମଣ କରିବାରେ ପଛାଉନାହାନ୍ତି । ଜିଲ୍ଲାର ଆଇନଶୃଙ୍ଖଳାକୁ ଗୁରୁତ୍ୱ ଦେଇ ପୋଲିସ ଯଦି ଚାପ ମୁକ୍ତ ହୋଇ କାର୍ଯ୍ୟ ନକରିବ ତାହା ହେଲେ ଆଗାମୀ ଦିନରେ ସାଧାରଣ ଲୋକଙ୍କୁ ନ୍ୟାୟ ଦେବା ପାଇଁ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ମୁଖପାତ୍ର କହିଛନ୍ତି ।

Previous Post

ବିଧାନସଭା ସ୍ୱତନ୍ତ୍ର ଅଧିବେଶନକୁ ଡରିଲେ!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA