Wednesday, April 22, 2026 04:43 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଡିଓ ମ୍ୟାଡାମ୍ ଙ୍କ ଲୁଟ୍ କାହାଣୀ

ଜେଲ୍ ଗଲେ ଅକ୍ଷମିତା କାର୍ତ୍ତିକ

by Our Correspondent
02 Aug, 2024- 07:45 PM
in Latest News, News
1 min read
0
ବିଡିଓ ମ୍ୟାଡାମ୍ ଙ୍କ ଲୁଟ୍ କାହାଣୀ

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକଙ୍କୁ ଆଜି ଭିଜିଲାନସ୍ ଗିରଫ କରିଛି । କୋର୍ଟରେ ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍ କୁ ପଠାଇ ଦିଆଯାଇଛି । ଗତକାଲି ଏହି ମ୍ୟାଡାମ୍ ଭବାନୀପାଟଣାଠାରେ ଜିଲ୍ଲାପାଳଙ୍କ ମିଟିଂରେ ଯୋଗ ଦେଇସାରି ଏକ ବୋଲେରୋରେ ଗୋଲାମୁଣ୍ଡା ଫେରୁଥିବା ବେଳେ ଜାରିଙ୍ଗ ଛକ ନିକଟରେ ଛପି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ଧରିଥିଲେ । ଗାଡ଼ି ଯାଞ୍ଚ ବେଳେ ୪ ଲକ୍ଷ ୯୨ ହଜାର ଟଙ୍କା ମିଳିଥିଲା । ଗାଡ଼ିର ଡୋର୍ ଭିତରେ ଏହି ଟଙ୍କା ଲୁଚାଇ ରଖାଯାଇଥିଲା । ଟଙ୍କା କାହାର ବୋଲି ବିଡିଓଙ୍କୁ ପଚାରିବାରୁ ସେ ବାଉଳା ହୋଇଥିଲେ । ଠିକ୍ ଉତ୍ତର ଦେଇପାରି ନ ଥିଲେ । ଭିଜିଲାନ୍ସ ଅଧିକାରୀମାନେ ଗତକାଲିଠାରୁ ତାଙ୍କୁ ଅଟକ ରଖିବା ପରେ ଆଜି ଗିରଫ କରିଛନ୍ତି ।

ଏହି ମହିଳା ଓଏଏସ୍ ଅଫିସର ଦୁର୍ନୀତି ଅଭିଯୋଗରେ ଗିରଫ ହୋଇ ଜେଲ୍ ଯିବାରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ । ଆଶ୍ଚର୍ଯ୍ୟ କଥାଟି ହେଉଛି, ଏଭଳି ଦୁର୍ନୀତିଖୋରଙ୍କୁ ଆମର ସରକାରୀ ବ୍ୟବସ୍ଥାର ପୃଷ୍ଠପୋଷକତା । କାରଣ ଦୁର୍ନୀତି ମାମଲାରେ ଏହି ମ୍ୟାଡାମ୍ ଅତୀତରେ ଚାକିରିରୁ ନିଲମ୍ବିତ ହୋଇଥିଲେ । ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ସହ ଏକ ପୁଲିସ ମାମଲା ବି ରହିଛି । ତା ସତ୍ତ୍ୱେ ବି ସେ ହାରିନାହାନ୍ତି । ତାଙ୍କୁ ପୁଣି ବିଡିଓ ପଦରେ ଲୁଟିବାକୁ ସୁଯୋଗ ଦିଆଯାଇଛି ।

ବିସ୍ତାର ଭାବରେ କହିଲେ, ଓଏଏସ୍ ମ୍ୟାଡାମ୍ ଅକ୍ଷମିତା କାର୍ତ୍ତିକ ଚାକିରି ଜୀବନ ଆରମ୍ଭରୁ ହିଁ ଦୁର୍ନୀତିରେ ଲିପ୍ତ ରହିଛନ୍ତି । ୨୦୧୮ ମସିହାରେ ରାୟଗଡ଼ା ଜିଲ୍ଲା ଗୁଣୁପୁରର ତହସିଲଦାର ଥିଲା ବେଳେ ତାଙ୍କ ବିରୋଧରେ ରେଡକ୍ରସ୍ ଅର୍ଥ ଆତ୍ମସାତ ଅଭିଯୋଗ ଆସିଥିଲା । ନିଜେ ଜିଲ୍ଲାପାଳ ଏହାର ତଦନ୍ତ କରିଥିଲେ ଏବଂ ସତ୍ୟାସତ୍ୟ ଜଣାପଡ଼ିବା ପରେ ଗୁଣୁପୁର ଥାନାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କ ନାଁରୋ ଏତଲା ଦିଆଯାଇଥିଲା ।

ତେବେ ରେଡକ୍ରସ୍ ଅର୍ଥ ଆତ୍ମସାତ ଭଳି ଗୁରତର ମାମଲା ଥିବା ସତ୍ତ୍ୱେ ଏହି ମ୍ୟାଡାମ୍ ଙ୍କୁ ରାଜ୍ୟ ସରକାର ବିଡିଓ ପଦରେ ପୁରସ୍କୃତ କରିଥିଲେ । ନବରଙ୍ଗପୁର ଜିଲ୍ଲା ତେନ୍ତୁଲିଖୁଣ୍ଟି ବ୍ଲକ୍ ରେ ବିଡିଓ ଥିବା ବେଳେ ତାଙ୍କ ବିରୋଧରେ ମାଳ ମାଳ ଦୁର୍ନୀତି ଅଭିଯୋଗ ଆସିଥିଲା । ଲୋକଙ୍କ ଆକ୍ରୋଶକୁ ଧରି ସେତେବେଳର ବିଜେପି ନେତା ତଥା ବର୍ତ୍ତମାନର ବିଧାୟକ ତାଙ୍କର ବଦଳି ଦାବି କରି ୧୦ ଦିନ କାଳ ଧାରଣାରେ ବସିଥିଲେ । ଏହାପରେ ମ୍ୟାଡାମ୍ ଙ୍କର ବଦଳି ହେଲା ସତ ହେଲେ ସେହି ନବରଙ୍ଗପୁର ଜିଲ୍ଲାର କୋସାଗୁମୁଡ଼ା ବ୍ଲକ୍ କୁ ବିଡିଓ ଭାବରେ ।

ସେଠାକୁ ଯାଉ ଯାଉ ମହାମାରୀ କୋଭିଡ୍ ବିଡିଓ ମ୍ୟାଡାମ୍ ଙ୍କୁ ଟଙ୍କା ଖାଇବାର ଆହୁରି ସୁଯୋଗ ଆଣିଦେଲା । ଓଡ଼ିଶା ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ନିମନ୍ତେ ଖାଦ୍ୟ ଓ ଔଷଧ ପାଇଁ କୋସାଗୁମୁଡ଼ା ବ୍ଲକ୍ ର ୨୬ ଟି ପଞ୍ଚାୟତକୁ ୪୨ ଲକ୍ଷ ଟଙ୍କା ଆସିଥିଲା । ମାତ୍ର ମ୍ୟାଡାମ୍ ସେଥିରୁ ବ୍ୟାପକ ଅର୍ଥ ହରିଲୁଟ୍ କରିଦେଇଥିଲେ । ଜିଲ୍ଲାପାଳ ଏହାର ତଦନ୍ତ କଲା ପରେ ବିଡିଓ ଅକ୍ଷମିତାଙ୍କୁ ଚାକିରିରୁ ନିଲମ୍ବନ କରିଥିଲେ । ତେବେ ନିଲମ୍ବନ ହଟିବା ପରେ ଏହି ମ୍ୟାଡାମ୍ ଗତବର୍ଷ ଗୋଲାମୁଣ୍ଡା ବ୍ଲକ୍ କୁ ପୁଣି ବିଡିଓ ହୋଇ ଆସିଥିଲେ ।

Previous Post

ସେୟା ହେଲା; ବିଜେପିରେ ମମତା ମହାନ୍ତ

Next Post

ଯନ୍ତ୍ରୀଙ୍କର ୮୫ ପ୍ଲଟ୍, ୫ ମହଲା କୋଠା

Next Post
ଯନ୍ତ୍ରୀଙ୍କର ୮୫ ପ୍ଲଟ୍, ୫ ମହଲା କୋଠା

ଯନ୍ତ୍ରୀଙ୍କର ୮୫ ପ୍ଲଟ୍, ୫ ମହଲା କୋଠା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA