Friday, August 19, 2022 05:48 PM
  • About
  • Advertise
  • Careers
  • Contact
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସୋସିଆଲ୍, ଡିଜିଟାଲ୍ ମିଡ଼ିଆ ଉପରେ ଅଙ୍କୁଶ

by Our Correspondent
25 Feb, 2021- 10:28 PM
in Latest News, Media, National, News
1 min read
0
ସୋସିଆଲ୍, ଡିଜିଟାଲ୍ ମିଡ଼ିଆ ଉପରେ ଅଙ୍କୁଶ

ନୂଆଦିଲ୍ଲୀ: ଏଣିକି ସୋସିଆଲ୍ ମିଡ଼ିଆରେ ମିଥ୍ୟା ଓ ଆପତ୍ତିଜନକ ଖବର ପୋଷ୍ଟ କଲେ କୀଳା । ଖବରଟିକୁ କିଏ ଛାଡିଛନ୍ତି ଧରାପଡ଼ି ଦଣ୍ଡିତ ହେବେ । ନ୍ୟୁଜ୍ ପୋର୍ଟାଲ୍ ଖୋଲି ମନଇଚ୍ଛା ଖବର ପକାଇଲେ ବି ଅସୁବିଧା । ଏହିଭଳି ଭାବେ ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମ, ଓଭର୍ ଦି ଟପ୍(ଓଟିଟି) ଏବଂ ଡିଜିଟାଲ୍ ମିଡ଼ିଆ ଉପରେ ଅଙ୍କୁଶ ଲଗାଇଛନ୍ତି ମୋଦି ସରକାର । ଆଇଟି ମନ୍ତ୍ରଣାଳୟ ପକ୍ଷରୁ ଏହାର ଗାଇଡଲାଇନ୍ ପ୍ରସ୍ତୁତ ହୋଇଛି ।

ସୋସିଆଲ୍ ମିଡ଼ିଆ ଓ ଓଟିଟି ପ୍ଲାଟଫର୍ମରେ ଆପତ୍ତିଜନକ କାର୍ଯ୍ୟକଳାପ ରୋକିବା ପାଇଁ କେନ୍ଦ୍ର ସରକାର ସଂପୃକ୍ତ କମ୍ପାନୀମାନଙ୍କ ପାଇଁ ଏକ ଏଥିକ୍ସ କୋଡ୍ କରିଛନ୍ତି । ଏହି ସଂସ୍ଥାମାନେ ଅଭିଯୋଗକାରୀଙ୍କ ଆପତ୍ତି ଶୁଣି ସମାଧାନ କରିବା ପାଇଁ ଜଣେ ଚିଫ୍ କମ୍ପ୍ଲିଆନସ୍ ଅଫିସର, ଜଣେ ନୋଡାଲ୍ କଣ୍ଟାକ୍ଟ ପର୍ସନ୍ ଏବଂ ଜଣେ ରେସିଡେଣ୍ଟ ଗ୍ରିଭାନସ ଅଫିସର ନିଯୁକ୍ତ କରିବେ । ଗ୍ରିଭାନସ୍ ଅଫିସର ୨୪ ଘଣ୍ଟା ଭିତରେ ଅଭିଯୋଗକୁ ଗ୍ରହଣ କରିବେ ଏବଂ ୧୫ ଦିନ ମଧ୍ୟରେ ସମାଧାନ କରିବେ । ଚିଫ୍ କମ୍ପ୍ଲାଏନସ ଅଫିସର ସରକାରୀ ସଂସ୍ଥା ସହ ଦୈନିକ ୨୪ ଘଣ୍ଟା ଯୋଗାଯୋଗରେ ରହିବେ । ଏହି ଅଫିସରମାନେ ଭାରତୀୟ ହେବା ସହ ଭାରତରେ ରହି କାର୍ଯ୍ୟ କରିବେ ।

ମୋଦି ସରକାରଙ୍କ ବିଚାରରେ ଦେଶର ଅଖଣ୍ଡତା, ସାର୍ବଭୌମତ୍ୱ ଓ ସୁରକ୍ଷା ସମ୍ପର୍କିତ ସୂଚନାକୁ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ କରିବା ବଡ଼ ଅପରାଧ । ଏଭଳି ଖବରକୁ ପ୍ରଥମେ ସୋସିଆଲ୍ ମିଡ଼ିଆରେ ଛାଡ଼ିଥିବା ବ୍ୟକ୍ତିଙ୍କ ପରିଚୟ ଗୋପନ ରଖାଯିବ ନାହିଁ । ଏହାକୁ ଚିହ୍ନଟ ପାଇଁ ବ୍ୟବସ୍ଥା ରହିବ । ଏତଦବ୍ୟତୀତ କାହାରି ଅଶ୍ଲୀଳ ଅଥବା ନକଲି ଫଟୋ ବା ଭିଡ଼ିଓ ଆସିଲେ ୨୪ ଘଣ୍ଟା ଭିତରେ ତାହାକୁ ଡିଲିଟ୍ କରିବାକୁ ପଡ଼ିବ ।

ଓଟିଟି ପ୍ଲାଟଫର୍ମ ଓ ଡିଜିଟାଲ୍ ମିଡ଼ିଆ ପାଇଁ ତିନିଥାକିଆ ଅଭିଯୋଗ ନିବାରଣ ବ୍ୟବସ୍ଥା ସହ ସେଲଫ୍ ରେଗୁଲେସନ୍ ବା ସ୍ୱ-ନିୟନ୍ତ୍ରଣ ରହିବ । ଓଟିଟି ପ୍ଲାଟଫର୍ମ ନିଜ ଭିଡିଓକୁ ଦର୍ଶକଙ୍କ ବୟସ ଅନୁସାରେ ୫ଟି ବର୍ଗରେ ବିଭକ୍ତ କରିବେ । ୧୩ ଓ ତଦୁଦ୍ଧ୍ୱର୍ ବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ କଣ୍ଟେଣ୍ଟ ପାଇଁ ପ୍ୟାରେଣ୍ଟାଲ୍ ଲକ୍ ବ୍ୟବସ୍ଥା ରହିବ ।

ନ୍ୟୁଜ୍ ପୋର୍ଟାଲ୍ ପବ୍ଲିସର୍ ମାନେ ପ୍ରେସ୍ କାଉନସିଲ୍ ଅଫ ଇଣ୍ଡିଆର ସାମ୍ବାଦିକ ଆଚାର ସଂହିତା ଏବଂ କେବୁଲ୍ ଟେଲିଭିଜନ୍ ନେଟୱର୍କସ୍ ରେଗୁଲେସନ୍ ଆକ୍ଟ ଅଧୀନସ୍ଥ ପ୍ରୋଗ୍ରାମ୍ କୋଡ୍ ପାଳନ କରିବାକୁ ବାଧ୍ୟ । ଏହି ସଂସ୍ଥାମାନଙ୍କର ମଧ୍ୟ ତ୍ରିସ୍ତରୀୟ ଗ୍ରିଭାନସ୍ ରିଡ୍ରେସାଲ୍ ମେକାନିଜିମ୍ ବ୍ୟବସ୍ଥା ରହିବ ।

ଏମାନେ ନିଜସ୍ୱ ଗ୍ରିଭାନସ୍ ରିଡ୍ରେସାଲ୍ ଅଫିସର ନିଯୁକ୍ତ କରିବେ । କୌଣସି ଅଭିଯୋଗ ଆସିଲେ ୧୫ ଦିନ ଭିତରେ ପଦକ୍ଷେପ ନେବେ । ଅଭିଯୋଗର ସମାଧାନ ହୋଇ ନ ପାରିଲେ, ପବ୍ଲିସରମାନଙ୍କର ଏକ ବା ଏକାଧିକ ସ୍ୱ-ନିୟନ୍ତ୍ରିତ କମିଟି ଏହାର ବିଚାର କରିବେ । ଏଥିରେ ସର୍ବାଧିକ ୬ ଜଣ ରହିବେ । ସୁପ୍ରିମକୋର୍ଟ ବା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଅଥବା ଜଣେ ବିଶିଷ୍ଟ ବ୍ୟକ୍ତି ଏହାର ମୁଖ୍ୟ ରହିବେ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟରେ ଏହି କମିଟି ପଞ୍ଚିକୃତ ହେବା ବାଧ୍ୟତାମୂଳକ ।

ଖବର ପ୍ରକାଶ କରୁଥିବା ଡିଜିଟାଲ୍ ମିଡ଼ିଆମାନଙ୍କ ଉପରେ ନଜର ରଖିବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଆନ୍ତଃ ବିଭାଗୀୟ କମିଟି ଗଠିତ ହେବ । ଆଚାର ସଂହିତା ସମେତ ସ୍ୱ-ନିୟନ୍ତ୍ରିତ କମିଟି ପାଇଁ ଏକ ଚାର୍ଟର ପ୍ରସ୍ତୁତ କରାଯିବ ।

ଆସନ୍ତା ୩ ମାସ ଭିତରେ ଏସବୁ ନିୟମ କାର୍ଯ୍ୟକାରୀ ହେବ ।

Previous Post

ମାର୍ଚ୍ଚ ୧ ରୁ ବୟସ୍କଙ୍କୁ କରୋନା ଟିକା

Next Post

ପଶ୍ଚିମବଙ୍ଗରେ ୮ ପର୍ଯ୍ୟାୟ ଭୋଟ

Next Post
ପଶ୍ଚିମବଙ୍ଗରେ ୮ ପର୍ଯ୍ୟାୟ ଭୋଟ

ପଶ୍ଚିମବଙ୍ଗରେ ୮ ପର୍ଯ୍ୟାୟ ଭୋଟ

Leave a Reply Cancel reply

Your email address will not be published. Required fields are marked *

RECOMMENDED NEWS

ନିର୍ଭୟା ରେପିଷ୍ଟଙ୍କୁ ୨୨ରେ ଫାଶୀ

ନିର୍ଭୟା ରେପିଷ୍ଟଙ୍କୁ ୨୨ରେ ଫାଶୀ

3 years ago
ପ୍ରସ୍ତୁତି ଶେଷ: ସକାଳ ୭ରୁ ସଂଧ୍ୟା ୬ ମତଦାନ

ପ୍ରସ୍ତୁତି ଶେଷ: ସକାଳ ୭ରୁ ସଂଧ୍ୟା ୬ ମତଦାନ

2 years ago
ବଦଳିଲା ସକାଳୁଆ ସ୍କୁଲ ସମୟ

ବଦଳିଲା ସକାଳୁଆ ସ୍କୁଲ ସମୟ

4 months ago
ମହିଳାଙ୍କ ପେଟରୁ ବାହାରିଲା ୧୦ କେଜିର ଟ୍ୟୁମର

ମହିଳାଙ୍କ ପେଟରୁ ବାହାରିଲା ୧୦ କେଜିର ଟ୍ୟୁମର

7 months ago
  • 1.3k Fans

BROWSE BY CATEGORIES

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week

BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    3181 shares
    Share 1272 Tweet 795
  • ଏୟାରଲିଫ୍ଟ ହେଲେ କୃଷି ଅଧିକାରୀ ଆଦିତ୍ୟ ପାତ୍ର

    2163 shares
    Share 865 Tweet 541
  • ଧର୍ମେନ୍ଦ୍ର ବିରୋଧୀ ମେଳିରେ ୧୨ ବିଧାୟକ, ୬ ସାଂସଦ !

    2015 shares
    Share 806 Tweet 504
  • ସାଂସଦ ଅପରାଜିତା ହେବେ ମେୟର ପ୍ରାର୍ଥୀ!

    1903 shares
    Share 761 Tweet 476
  • ଅର୍ଗସ୍ ରୁ ତଡା ଖାଇଲେ ବିଭୂ ରଥ

    1757 shares
    Share 703 Tweet 439
Mid Day Odisha

MiddayOdisha fills a gap in local media for the numerous speakers living and visiting Odisha and outside Odisha.

Follow us on social media:

WordPress YouTube plugin

Category

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020 MIDDAY ODISHA